www.samajalive.in
Saturday, December 6, 2025
23.1 C
Bhubaneswar

ଉଗ୍ରରୂପ ଧାରଣ କରୁଛି କରୋନା; ଦିନକରେ ଗୋଟିଏ ପରିବାରର ୧୨ ଚିହ୍ନଟ

ବଲାଙ୍ଗିର: ଦିନକୁ ଦିନ ଉଗ୍ର ରୂପ ଧାରଣ କରୁଛି କରୋନା। ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପ୍ରତିଦିନ ବୃଦ୍ଧି ପାଇବାରେ ଲାଗିଛି। ବଲାଙ୍ଗିର ଜିଲାରେ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଗୋଟିଏ ପରିବାରର ସ୍ୱାବ ପରୀକ୍ଷା କରାଯାଥିଲା। ଆଜି ତା’ର ରିପୋର୍ଟ ଆସିଛି ଏବଂ ଗୋଟିଏ ପରିବାରର ୧୨ଜଣ ସଦସ୍ୟଙ୍କଠାରେ କରୋନା ପଜିଟିଭ ଚିହ୍ନଟ କରାଯାଇଛି।
ବଲାଙ୍ଗିରରେ ହାତୀଶାଲପଡା ପରେ ଏବେ ରୁଗୁଡିପଡା ଜିଲାପ୍ରଶାସନର ମୁଣ୍ଡବିନ୍ଧାର କାରଣ ପାଲଟିଛି। ଶୁକ୍ରବାର ବଲାଙ୍ଗିରରେ ସଟଡାଉନ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମିଣରେ୧୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ୧୯ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ କେବଳ ରୁଗୁଡିପଡାର ୧୨ ଜଣ ରୋଗୀ ଚିହ୍ନଟ ହୋଇଥିବା ଜିଲାପ୍ରଶାସନର ରିପୋର୍ଟରୁ ଜଣାପଡିଛ। ପୂର୍ବରୁ ଏହି ଅଞ୍ଚଳରେ ଏକାଧିକ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଂଶିକ ଭାବେ ଏହାକୁ କଣ୍ଟେନମେଣ୍ଟଣ୍ଟ ଜୋନ କରାଯାଇଥିଲା। ଶୁକ୍ରବାର ପୁଣି ଗୋଟିଏ ପରିବାରର ୧୨ ଜଣ କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ ହେବା ପରେ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଭୟ ଦେଖିବାକୁ ମିଲିଛି। ସେହିପରି ସମୁଦାୟ ୧୭ ଜଣ ବଲାଙ୍ଗିର ପୈାରାଞ୍ଚଳରୁ ପଜିଟିଭ ଚିହ୍ନଟ ହୋଇଥିବାବେଳେ ଗୁଡଭେଲା ଓ ମୁରିବାହାଲ ବ୍ଲକରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି ।
ସରକାରୀ ତଥ୍ୟ ଅନୁସାରେ ଶୁକ୍ରବାର ବଲାଙ୍ଗିର ଜିଲାରୁ ୧୯ ଜଣ ରୋଗୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସ୍ଥାନୀୟ ରୁଗୁଡିପଡାରୁ ୧୨ ଜଣ, କ୍ଲବପଡାରୁ ୨ ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ବେହେରାପାଲି, ବିଭୂତିପଡା ଓ କଲେଜ ଛକ ଅଞ୍ଚଳରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଗୁଡଭେଲା ବ୍ଲକ ଡୁଙ୍ଗିବାହାଲ ଓ ମୁରିବାହାଲ ବ୍ଲକ ଘୁଷୁରାମୁଣ୍ଡାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତ। ଗତକାଳି ୬ ଜଣ ରୋଗୀ ପଜିଟିଭ ଚିହ୍ନଟ ହୋଇଥିଲେ। ପୂର୍ବରୁ ରୁଗୁଡିପଡାର ଜଣେ ରୋଗୀ ଚିହ୍ନଟ ହେବା ପରେ ପ୍ରଶାସନ ଏହି ଅଞ୍ଚଳରେ ଆଂଶିକ ଭାବେ କଣ୍ଟେନମେଣ୍ଟଣ୍ଟଜୋନ ଘୋଷଣା କରିଥିଲା। କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଷରେ ଆସିଥିବା ଗୋଟିଏ ପରିବାର ଲୋକଙ୍କ ସ୍ୱାବ ସଂଗ୍ରହ କରି କୋଭିଡ୍‍ ପରୀକ୍ଷା ପାଇଁ ପଠାଯାଇଥିଲା । ଶୁକ୍ରବାର ସେହି ପରିବାରର ୧୨ ଜଣ ସଂକ୍ରମିତ ହୋଥିବା ଜଣାପଡିଥିଲା ।
ବଲାଙ୍ଗିର ହାତୀଶାଳପଡା ଅଞ୍ଚଳରେ ବହୁ ସଂଖ୍ୟାରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଫଳରେ ଦୀର୍ଘ ଦିନ ଧରି ହାତୀଶାଳପଡାକୁ ସିଲ କରାଯାଇଥିଲା। ଅନ୍ୟପକ୍ଷରେ ସହରର ଅନ୍ୟ ପଡାଗୁଡ଼ିକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କିଛିଟା କମ ରହିଛି । କିନ୍ତୁ ରୁଗୁଡିପଡାରେ ଏତେ ସଂଖ୍ୟାରେ ଚିହ୍ନଟ ହେବା ପରେ ସେଠାରେ ଗୋଷ୍ଠୀ ସଂକ୍ରମଣ ଆଶଙ୍କା ଦେଖାଦେଇଛି।

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories