www.samajalive.in
Sunday, December 7, 2025
23.1 C
Bhubaneswar

କେନ୍ଦ୍ରାପଡା ଏବଂ ପୁରୀରେ କାର୍ଯ୍ୟକ୍ଷମ ହେଲା କୋଭିଡ-୧୯ ହସ୍ପିଟାଲ

ସମାଜ ପୋର୍ଟାଲ ଡେସ୍କ : ମହାମାରୀ କରୋନାର ମୁକାବିଲା କରିବା ପାଇଁ ରାଜ୍ୟ ସରକାର ରାଜ୍ୟର ସମସ୍ତ ଜିଲାରେ କୋଭିଡ-୧୯ ହସ୍ପିଟାଲର ବ୍ୟବସ୍ଥା କରୁଛନ୍ତି ।  ଏହି କ୍ରମରେ ରାଜ୍ୟର କେନ୍ଦ୍ରାପଡା ଓ ପୁରୀ ଜିଲାରେ କୋଭିଡ-୧୯ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି । କେନ୍ଦ୍ରାପଡାରେ ୧୧୦ ଶଯ୍ୟା ବିଶିଷ୍ଟ ଓ ପୁରୀରେ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ-୧୯ ହସ୍ପିଟାଲ ଏବଂ ୧୦୦ ଶଯ୍ୟାର କୋଭିଡ କେୟାର ସେଣ୍ଟର କାର୍ଯ୍ୟକ୍ଷମ କରାଯାଇଛି ।

କେନ୍ଦ୍ରାପଡାର ଛତାସ୍ଥିତ ପଲିଟେକନିକ ତାଲିମ କେନ୍ଦ୍ରକୁ ଜିଲାପ୍ରଶାସନ ପକ୍ଷରୁ କୋଭିଡ ହସ୍ପିଟାଲରେ ପରିବର୍ତ୍ତନ କରାଯାଇଛି । ଭୁବନେଶ୍ଵରର ସମ୍ ହସ୍ପିଟାଲ ସହ ବୁଝାମଣା ପତ୍ର ସ୍ବାକ୍ଷରିତ କରି କେନ୍ଦ୍ରାପଡା ଜିଲାପ୍ରଶାସନ ଛତାସ୍ଥିତ ପଲିଟେକନିକ ତାଲିମ କେନ୍ଦ୍ରରେ କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ସମସ୍ତ ସୁବିଧା  ସୁଯୋଗ ସ୍ଥାପନ କରିଛନ୍ତି । ଏଠାରେ ୧୧୦ ଶଯ୍ୟା ସହିତ ଭେଣ୍ଟିଲେଟର,ଇସିଜି ସହ ୧୦ ଟି ଆଇସିୟୁ ୟୁନିଟର ମଧ୍ୟ ବ୍ୟବସ୍ଥା କରାଯାଇଛି ।

- Advertisement -

ସେହିପରି ପୁରୀ ଜିଲାରେ ୧୦୦ ଶଯ୍ୟାର କୋଭିଡ ହସ୍ପିଟାଲ ମଧ୍ୟ କାର୍ଯ୍ୟକ୍ଷମ କରାଯାଇଛ। ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂଙ୍କ ସୂଚନା ଅନୁସାରେ ଗୋପବନ୍ଧୁ ଆୟୁର୍ବେଦ କଲେଜରେ ୬୦ଟି ଶଯ୍ୟା ଓ ଆଇଡିଏଚରେ ୪୦ଟି ଶଯ୍ୟା ବ୍ୟବସ୍ଥା କରାଯାଇଛି। ଏଠାରେ ରୋଗୀମାନେ ଚିକିତ୍ସା ସୁବିଧା ପାଇପାରିବେ। ଶ୍ରୀଜଗନ୍ନାଥ ମେଡିକାଲ୍ କଲେଜରେ ୧୦୦ ଶଯ୍ୟାବିଶିଷ୍ଟ କୋଭିଡ଼ କେୟାର ସେଣ୍ଟର ଖୋଲା ଯାଇଥିବାବେଳେ ଏଠାରେ ‘କରୋନା’ ସନ୍ଦିଗ୍ଧଙ୍କୁ ଡାକ୍ତରୀ ପରୀକ୍ଷା ଓ ପ୍ରାଥମିକ ଚିକିତ୍ସା ସେବାର ସୁବିଧା ଯୋଗାଇ ଦିଆଯିବ। ଡାକ୍ତରୀ ପରୀକ୍ଷା ପରେ ଯେଉଁମାନେ ସ୍ବଳ୍ପ ତଥା ମଧ୍ୟମ ଧରଣର ରୋଗାକ୍ରାନ୍ତ ଥିବେ ସେମାନଙ୍କୁ ଆୟୁର୍ବେଦ ମହାବିଦ୍ୟାଳୟ ଓ ଆଇଡିଏଚକୁ ପଠାଯିବ। ସେଠାରେ ଡାକ୍ତରୀ ଚିକିତ୍ସା ସେବା ଯୋଗାଇ ଦିଆଯିବ। ସଂକ୍ରମଣର ମାତ୍ରା ଦେଖି ରୋଗୀଙ୍କ ଚିକିତ୍ସା ସେବା ଯୋଗାଇ ଦିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି।

Hot this week

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

Related Articles

Popular Categories