www.samajalive.in
Friday, December 5, 2025
17.1 C
Bhubaneswar

କରୋନାରେ ପ୍ରାଣ ହରାଇଲେ ଭୋପାଳ ଗ୍ୟାସ ଦୁର୍ଘଟଣାର ୫ ପୀଡ଼ିତ

ଭୋପାଳ/ଇନ୍ଦୋର: ୩୫ ବର୍ଷ ତଳେ ମଧ୍ୟପ୍ରଦେଶର ଭୋପାଳରେ ଘଟିଥିବା ଗ୍ୟାସ ଦୁର୍ଘଟଣାରେ ପୀଡ଼ିତ ୫ ବ୍ୟକ୍ତି କରୋନା ଭୂତାଣୁ ଦ୍ବାରା ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି। ଏହି ୫ ଜଣ ସେତେବେଳେ ଗ୍ୟାସ ଟ୍ରାଜେଡିର ଶିକାର ହୋଇ ମୃତ୍ୟୁ ସହିତ ସଂଗ୍ରାମ କରି ନିଜର ଜୀବନ ରକ୍ଷା କରିପାରିଥିଲେ। ହେଲେ କରୋନା ଭୂତାଣୁଠାରୁ ନିଜକୁ ରକ୍ଷା କରିପାରି ନାହାନ୍ତି। ଏପ୍ରିଲ ୫ରୁ ୧୨ ତାରିଖ ମଧ୍ୟରେ ଏହି ୫ ଜଣଙ୍କର ମୃତ୍ୟୁ ଘଟିଛି। ଭୋପାଳରେ ବର୍ତ୍ତମାନ ସୁଦ୍ଧା କରୋନ ଯୋଗୁ ମୋଟ ୫ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ସେମାନେ ସମସ୍ତେ ଗ୍ୟାସ ଦୁର୍ଘଟଣାର ପୀଡ଼ିତ ଥି​‌ଲେ।

ସୂଚନାଯୋଗ୍ୟ, ୧୯୮୪ ଡିସେମ୍ବର ୨ ଓ ୩ ତାରିଖ ମଧ୍ୟରାତ୍ରିରେ ୟୁନିୟନ କାର୍ବାଇଡ ଗ୍ୟାସ କାରଖାନାରେ ଗ୍ୟାସ ଲିକ୍‌ ହେବାରୁ ବହୁ ଲୋକଙ୍କ ପ୍ରାଣହାନୀ ଘଟିଥିଲା। ବିଷାକ୍ତ ଗ୍ୟାସ ପ୍ରଭାବରେ ହଜାର ହଜାର ଲୋକ ଏବେ ବି ୩ ଦଶନ୍ଧି ଧରି ବିଭିନ୍ନ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଭୋଗୁଛନ୍ତି। ପିଢ଼ି ପରେ ପିଢ଼ି ସେମାନଙ୍କଠାରେ ସ୍ବାସ୍ଥ୍ୟ ସମସ୍ୟା ଦେଖିବାକୁ ମିଳୁଛି। ଏହି ପୀଡ଼ିତଙ୍କ ପାଇଁ ଦୀର୍ଘଦିନ ଧରି କାମ କରୁଥିବା ଭୋପାଳ ଗ୍ରୁପ ଫର ଇନଫର୍ମେଶନ ଆଣ୍ଡ ଆକ୍ସନ ସଂଗଠନର ସଦସ୍ୟ ରଚନା ଢୀଙ୍ଗରା ବୁଧବାର କହିଛନ୍ତି, ଭୋପାଳରେ କରୋନା ଭୂତାଣୁ ​‌ଯୋଗୁ ବର୍ତ୍ତମାନ ସୁଦ୍ଧା ୫ ଜଣଙ୍କର ମୃତ୍ୟୁ ହୋଇଛି। ସମସ୍ତ ୫ ଜଣ ଭୋପାଳ ଗ୍ୟାସ ଟ୍ରାଜେଡିର ପୀଡ଼ିତ ଥିଲେ। ସେ ଆହୁରି ଅଭିଯୋଗ କରିଛନ୍ତି ଯେ, ରାଜ୍ୟ ସରକାର ଭୋପାଳ ଗ୍ୟାସ ଟ୍ରାଜେଡିର ପୀଡ଼ିତଙ୍କ ପାଇଁ ଉଦ୍ଦିଷ୍ଟ ହସ୍ପିଟାଲକୁ କୋଭିଡ ହସ୍ପିଟାଲରେ ରୂପାନ୍ତରିତ କରିଛନ୍ତି। ଫଳରେ ସେଠାରେ କେବଳ କରୋନା ଆକ୍ରାନ୍ତଙ୍କ ଚିକିତ୍ସା କରାଯାଉଛି, ଯେଉଁଥିପାଇଁ ଗ୍ୟାସ ଦୁର୍ଘଟଣା ପୀଡ଼ିତମାନେ ଚିକିତ୍ସା ସୁବିଧା ପାଇବାରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

Related Articles

Popular Categories