www.samajalive.in
Monday, December 15, 2025
26.1 C
Bhubaneswar

ରଜୌରୀ ସେକ୍ଟରରେ ପାକ୍‌ ସେନାର ଅସ୍ତ୍ରବିରତି ଉଲ୍ଲଂଘନ

ଜାମ୍ମୁ: ଜାମ୍ମୁ-କାଶ୍ମୀର ଅନ୍ତର୍ଗତ ରଜୌରୀ ସେକ୍ଟରରେ ପାକ୍‌ ସେନା ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଛି। ପାକ୍‌ ପକ୍ଷରୁ ଭାରତୀୟ କ୍ଷେତ୍ରକୁ ଗୁଳିବର୍ଷା କରାଯିବା ଫଳରେ ରଜୌରୀ ଅଞ୍ଚଳରେ ୨ ଜଣ ନାଗରିକ ଆହତ ହୋଇଛନ୍ତି। ମୋର୍ଟାର ମାଡ଼ ଯୋଗୁ ଏକାଧିକ କୋଠା କ୍ଷତିଗ୍ରସ୍ତ ହୋଇଛି।

ରଜୌରୀର ମଞ୍ଜକକୋଟରେ ପାକିସ୍ତାନ ସେନା ପକ୍ଷରୁ ମଙ୍ଗଳବାର ରାତିରେ ଗୁଳିମାଡ଼ କରାଯାଇଥିଲା। ଘରେ ଶୋଇଥିବା ବେଳେ ୨ ଜଣ ବ୍ୟକ୍ତିଙ୍କଠାରେ ଗୁଳି ବାଜିବାରୁ ସେମାନେ ଆହତ ହୋଇଥିଲେ। ଏହାପରେ ଭାରତୀୟ ସେନା ପକ୍ଷରୁ ପାକ୍‌ ସେନାକୁ ଜବାବ ଦିଆଯାଉଛି। ଆହତ ହୋଇଥିବା ୨ ନାଗରିକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

- Advertisement -

ମଙ୍ଗଳବାର ପୂର୍ବାହ୍ନରେ ବି ପାକ୍‌ ସେନା ପକ୍ଷରୁ ଗୁଲପୁର ସେକ୍ଟରରେ ପ୍ରାୟ ୪ ଘଣ୍ଟା ଧରି ଗୁଳିମାଡ଼ କରାଯାଇଥିଲା। ଏହି ସମୟରେ ପାକ୍‌ ସୈନିକମାନେ ଭାରତୀୟ ସେନାର ଶିବିରକୁ ଟାର୍ଗେଟ କରି ମୋର୍ଟାର ଏବଂ ଗୁଳିମାଡ଼ କରିଥିଲା।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories