www.samajalive.in
Monday, December 15, 2025
16.1 C
Bhubaneswar

କୋଭିଡ୍‌-୧୯ ଚିନ୍ତା : ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମାଙ୍କ ରାୟଗଡ଼ା ଜିଲ୍ଲା ଉନ୍ନୟନ କାର୍ଯ୍ୟ ସମୀକ୍ଷା

ଭୁବନେଶ୍ୱର : ଆଜି ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା ଏକ ଉଚ୍ଚସ୍ତରୀୟ ବୈଠକରେ ରାୟଗଡ଼ା ଜିଲାର ବିଭନ୍ନି ସଙ୍ଗରୋଧ କେନ୍ଦ୍ରର ପରିଚାଳନା, ଟିଏମ୍‌ସି ସେଣ୍ଟର (ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର)ପରିଚାଳନା, ସାନିଟାଇଜେସନ୍‌, କୋଭିଡ୍‌ ସେବା କେନ୍ଦ୍ରର ପରିଚାଳନା, ଆବଶ୍ୟକ ଅନୁସାରେ ବେଡ୍‌ ସଂଖ୍ୟା ବୃଦ୍ଧି, ଅନ୍ୟାନ୍ୟ ସ୍ୱାସ୍ଥ୍ୟସେବା ସମସ୍ୟା, ବାହାର ରାଜ୍ୟରୁ ଆସୁଥିବା ପ୍ରବାସୀ ଓଡ଼ିଆଙ୍କ ସମସ୍ୟା, ଖରିଫ୍‌ ଫସଲ, ବିହନ ବିତରଣ, ମିଶନ ଶକ୍ତି, ପିଡିଏସ୍‌ ସାମଗ୍ରୀ ବିତରଣ, ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଅଧିକ ହିତାଧିକାରୀଙ୍କୁ ସାମଲି , ବିଭିନ୍ନ ଯୋଜନାରେ ଭତ୍ତା ପାଉଥିବା ହିତାଧିକାରୀଙ୍କ ବର୍ତ୍ତମାନ ସ୍ଥତି, ମନରେଗା ଅଧୀନରେ ଅଧିକ ଶ୍ରମଦିବସ ସୃଷ୍ଟି, ମିଶନ୍‌ ସୁବିଧା ଏବଂ ପାନୀୟ ଜଳ ଯୋଗାଣ ଉପରେ ବିସ୍ତୃତ ସମୀକ୍ଷା କରିଛନ୍ତି। ବିଶେଷ ଭାବରେ ସାରା ରାଜ୍ୟ କରୋନା ମହାମାରୀ ଭଳି ବିପର୍ଯ୍ୟୟକୁ ମୁକାବିଲା କରୁଥିବାବେଳେ ରାୟଗଡ଼ା ଜିଲ୍ଲାରେ ଏହାର କିପରି ପ୍ରସ୍ତୁତି, ନିୟନ୍ତ୍ରଣ ଓ ପରିଚାଳନା କରାଯାଉଛି, ସେ ସମ୍ପର୍କରେ ଶ୍ରୀ ଦାସବର୍ମା ରାୟଗଡ଼ା ଜିଲାପାଳ ପ୍ରମୋଦ କୁମାର ବେହେରା, ପିଡି,ଡିଆର୍‌ଡିଏ ଅମ୍ରିତ୍‌ ରୂପରାଜ, ଜିଲ୍ଲାର ସମସ୍ତ ଉଚ୍ଚପଦସ୍ଥ ଅଧିକାରୀ, ୧୧ଟି ବ୍ଲକ୍‌ ଓ ୧୧ଟି ତହସିଲର ଅଧିକାରୀବୃନ୍ଦ ଉପସ୍ଥିତ ରହି ସମସ୍ତ ସୁବିଧା ଓ ଅସୁବିଧା ଉପରେ ବିଶେଷ ଭାବେ ଆଲୋଚନା କରିଥିଲେ। ବିଶେଷ ଭାବରେ ପ୍ରବାସୀମାନଙ୍କ ଆସିବା, ରହିବା ଏବଂ ସେମାନଙ୍କୁ ବିଭିନ୍ନ ଉନ୍ନୟନମୂଳକ ଯୋଜନାରେ ଅନ୍ତର୍ଭୁକ୍ତ କରିବା ନିମନ୍ତେ ଆଲୋଚନା ହୋଇଥିଲା। ତଥ୍ୟ ଅନୁଯାୟୀ ୩୦ ହଜାର ପ୍ରବାସୀ ଓଡ଼ିଆ ଜିଲ୍ଲାରେ ପଞ୍ଜୀକୃତ ହୋଇଛି। ସେଥି ମଧ୍ୟରୁ ୬୫୫୬ ଜଣ ଆସି କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ରହିଥିଲେ। ସେମାନଙ୍କ ମଧ୍ୟରୁ ୩୬୮୦ ଜଣ ଡିସ୍‌ଚାର୍ଜ ହୋଇଛନ୍ତି ଏବଂ ୨୮୭୬ ଜଣ ସେଣ୍ଟରରେ ଅଛନ୍ତି। ସରକାରଙ୍କ ନିୟମାବଳୀ ଅନୁସାରେ ସଙ୍ଗରୋଧ କେନ୍ଦ୍ରରେ ପ୍ରବାସୀ ଓଡ଼ିଆଙ୍କୁ ରଖାଯାଇଛି ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଜିଲ୍ଲାର ସମସ୍ତ ସାନିଟାଇଜେସନ୍‌ କାର୍ଯ୍ୟ ସୁଚାରୁ ରୂପେ ଚାଲୁ ରହିଛି। ଜିଲ୍ଲାରେ ୧୦୦ ଅକ୍ସିଜେନ୍‌ ଆଇସିୟୁ ପ୍ରସ୍ତୁତ ହୋଇଥିବାବେଳେ ୧୦ଟି ସଂପୂର୍ଣ୍ଣ ଆଇସିୟୁ ରହିଛି। ଜିଲ୍ଲାରେ ଦୁଇଟି କୋଭିଡ୍‌-୧୯ ହସ୍‌ପିଟାଲ୍‌ ପାଇଁ ଦୁଇଟି ସ୍ୱତନ୍ତ୍ର ଆମ୍ବୁଲାନ୍ସ ବ୍ୟବସ୍ଥା କରାଯାଇଛି। ସଂକ୍ରମିତଙ୍କ ସଂଖ୍ୟା ବଢ଼ିଲେ କୋରାପୁଟ କିମ୍ବା ଅନ୍ୟ ଜିଲ୍ଲାକୁ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ସେମାନଙ୍କୁ ପଠାଇବାର ବ୍ୟବସ୍ଥା କରାଯାଇଛି। କୋରାପୁଟ ମେଡିକାଲ୍‌ କଲେଜ୍‌ର ବରିଷ୍ଠ ଡାକ୍ତରମାନେ ଆସି ନିୟମିତ ପ୍ରଶିକ୍ଷଣ ପ୍ରଦାନ କରୁଛନ୍ତି। ଏହି ଭିଡ଼ିଓ କନ୍‌ଫରେନ୍ସରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବିକାଶ ମନ୍ତ୍ରୀ ଜଗନ୍ନାଥ ସାରକା, ରାୟଗଡ଼ା ବିଧାୟକ ଶ୍ରୀ ମକରନ୍ଦ ମୁଦୁଲି, ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ, ରାଗୟଡ଼ା ଜିଲ୍ଲା ପରିଷଦ ସଭାପତି ଶ୍ରୀ ଗଙ୍ଗାଧର କୁଆଲା ପ୍ରମୁଖ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଉପସ୍ଥିତ ରହି ବହୁ ଉପାଦେୟ ପରାମର୍ଶ ଦେଇଥିଲେ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପକ୍ଷରୁ ରାଜ୍ୟବାସୀଙ୍କୁ ଆସନ୍ତା ୩୦ ତାରିଖ ସନ୍ଧ୍ୟା ୫.୩୦ ସମୟରେ ‘ବନ୍ଦେ ଉତ୍କଳ ଜନନୀ’ ସମୂହ ଗାନ ନିମନ୍ତେ କରାଯାଇଥିବା ଅନୁରୋଧ ପରିପ୍ରେକ୍ଷୀରେ ଶ୍ରୀ ଦାସବର୍ମା ଏହାକୁ ସଫଳ କରିବା ପାଇଁ ସମସ୍ତ ଜିଲାବାସୀଙ୍କ ସହଯୋଗ କାମନା କରିଥିଲେ। ସମସ୍ତ ବର ପୁତ୍ରଙ୍କ ପ୍ରତିମୂର୍ତ୍ତି
ନିକଟରେ, ସଙ୍ଗରୋଧ କେନ୍ଦ୍ର, ସାମାଜିକ ଅନୁଷ୍ଠାନ, ସରକାରୀ କାର୍ଯ୍ୟାଳୟ ପରିସରରେ ସାମାଜିକ ଦୂରତାକୁ ପାଳନ କରି ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତାକୁ ସଫଳ କରିବା ନିମନ୍ତେ ଜିଲ୍ଲାର ଲୋକ ପ୍ରତିନିଧିମାନଙ୍କୁ ସେ ଅନୁରୋଧ କରିଥିଲେ।

Hot this week

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

Related Articles

Popular Categories