www.samajalive.in
Saturday, December 6, 2025
23.1 C
Bhubaneswar

ଭାରତ ବାୟୋଟେକର ବଡ ଘୋଷଣା- କୋଭାକ୍ସିନ ଟିକା ଉତ୍ପାଦନ ଆଉ ୨୦ କୋଟି ବୃଦ୍ଧିପାଇବ

ନୂଆଦିଲ୍ଲୀ: କୋଭିଡ-୧୯ ମହାମାରୀ ମୁକାବିଲା କ୍ଷେତ୍ରରେ ଟିକା ଏକ ପ୍ରମୁଖ ଅସ୍ତ୍ର ଭାବରେ ବିବେଚିତ ହେଉଥିବାବେଳେ ଭାରତର ସମସ୍ତ ରାଜ୍ୟରେ ଏବେ ଟିକାର ଘୋର ଅଭାବ ଦେଖାଦେଇଛି। ଏଭଳି ପରିସ୍ଥିତିରେ ବିଶ୍ୱର ଅନ୍ୟତମ ପ୍ରମୁଖ ଟିକା ଉତ୍ପାଦନକାରୀ କମ୍ପାନୀ ଭାରତ ବାୟୋଟେକ୍‍ କୋଭିଡ ଟିକା କୋଭାକ୍ସିନ ଉତ୍ପାଦନ ଆଉ ୨୦ କୋଟି ପାନ ବୃଦ୍ଧି ନିମନ୍ତେ ଘୋଷଣା କରିଛି। ଭାରତ ବାୟୋଟେକର ଏହି ଘୋଷଣା ଟିକା ନେଇନଥିବା ଭାରତୀୟ ଜନସାଧାରଣଙ୍କ ମଧ୍ୟରେ ଆଶାର ସଂଚାର କରିଛି।
ଗୁରୁବାର ଦିନ ଭାରତ ବାୟୋଟେକ୍‍ ପକ୍ଷରୁ କୁହାଯାଇଛି ଯେ ଏହା ନିଜର କୋଭିଡ-୧୯ ଟିକା ଉତ୍ପାଦନ ବୃଦ୍ଧି ଯୋଜନା କରିଛି। ଏହାଫଳରେ ପ୍ରତିବର୍ଷ ଅଧିକ ୨୦ କୋଟି କୋଭାକ୍ସିନ ଉତ୍ପାଦନ ହୋଇପାରିବ। ଇତିମଧ୍ୟରେ କମ୍ପାନୀ ତାହାର ସହଯୋଗୀ ସଂସ୍ଥା ଗୁଜରାଟର ଅଙ୍କଲେଶ୍ୱରଠାରେ ଥିବା କାରଖାନାରେ ଟିକା ଉତ୍ପାଦନ କ୍ଷମତା ବୃଦ୍ଧି କରିସାରିଛି। ଅଙ୍କଲେଶ୍ୱରଠାରେ ଥିବା କାରଖାନାରେ ଉତ୍ତମ ନିର୍ମାଣ ଅଭ୍ୟାସ (ଜିଏମପି) ବ୍ୟବସ୍ଥାରେ ବର୍ଷକୁ ୨୦ କୋଟି ଟିକା ଉତ୍ପାଦନ କରାଯିବ। ଜିଏମପି ସର୍ତ୍ତ କଡାକଡି ଭାବରେ ଅନୁପାଳନ ସହିତ ଜୈବ ନିରାପତ୍ତା ପ୍ରତି ଦୃଷ୍ଟି ଦିଆଯାଇ ଏହି ଟିକା ଉତ୍ପାଦନ କରାଯିବ ବୋଲି ଭାରତ ବାୟୋଟେକ୍‍ କହିଛି। ହାଇଦରାବାଦସ୍ଥିତ ଏହି କମ୍ପାନୀ ଗତ ଏପ୍ରିଲ ମାସରେ ନିଜର ଟିକା ଉତ୍ପାଦନ କ୍ଷମତା ବାର୍ଷିକ ୭୦ କୋଟିକୁ ବୃଦ୍ଧି କରିଥିଲା। ସ୍ୱଦେଶୀ ସ୍ତରରେ ବିକଶିତ କୋଭାକ୍ସିନର ସଂପ୍ରତି ୨ରୁ ୧୮ ବର୍ଷ ବୟସ୍କ ପିଲାଙ୍କ ଠାରେ ପରୀକ୍ଷାମୂଳକ ପ୍ରୟୋଗକୁ ଭାରତର ଡ୍ରଗ୍ସ ମହା ନିୟନ୍ତ୍ରକ (ଡିସିଜିଆଇ) ଅନୁମତି ପ୍ରଦାନ କରିଛନ୍ତି। ଫଳରେ ଏହି ବୟସ ବର୍ଗଙ୍କୁ ନେଇ ଟିକାର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ କରାଯିବ।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories