www.samajalive.in
Saturday, December 6, 2025
26.1 C
Bhubaneswar

ଇସ୍ରାଏଲ-ହାମାସ୍‍ ମଧ୍ୟରେ ଯୁଦ୍ଧବିରତି ପାଇଁ ସହମତି; ୧୧ ଦିନ ଲଢେଇ ପରେ ଗାଜାକୁ ଶାନ୍ତି ଫେରିବା ଆଶା

ଗାଜା/ଜେରୁଜେଲମ: ଆଜିଠାରୁ ଇସ୍ରାଏଲ ଓ ହାମାସ୍‍ ପରସ୍ପର ଉପରେ ଗାଜା ଅଞ୍ଚଳରେ ଆକ୍ରମଣ ଓ ପ୍ରତିଆକ୍ରମଣ ବନ୍ଦ ରଖିବେ। ଏ ସମ୍ପର୍କରେ ପାଲେଷ୍ଟିନୀୟ ଇସଲାମିକ ଗୋଷ୍ଠୀ ଏବଂ ଇଜିପ୍ଟ ଟେଲିଭିଜନ ସୂତ୍ରରୁ ଜାଣିବାକୁ ମିଳିଛି। ଏହାଦ୍ୱାରା ଦୀର୍ଘବର୍ଷ ପରେ ଦୁଇପକ୍ଷ ମଧ୍ୟରେ ଚାଲିଥିବା ଲଢେଇରେ ବିରାମ ଘଟିବା ଆଶା କରାଯାଉଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ ଇଜିପ୍ଟ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବ ଅନୁଯାୟୀ ତାଙ୍କର ନିରାପତ୍ତା କ୍ୟାବିନେଟ ସର୍ବସମ୍ମତିକ୍ରମେ ଏକ ପାରସ୍ପରିକ ଏବଂ ନିଃସର୍ତ୍ତ ମୋହର ମାରିଛି। ତେବେ ଏହା କେଉଁ ସମୟରୁ କାର୍ଯ୍ୟକାରୀ ହେବ ତାହା ସ୍ଥିର ହୋଇନାହିଁ।
ହାମାସ୍‍ ଓ ଇଜିପ୍ଟ ପକ୍ଷରୁ କୁହାଯାଇଛି ଯେ ଏହି ଯୁଦ୍ଧବିରତି ଗୁରୁବାର ଆନ୍ତର୍ଜାତିକ ସମୟ ରାତି ୯ଟାରୁ ଆରମ୍ଭ ହୋଇଛି। ଏହାଫଳରେ ଇସ୍ରାଏଲ ଓ ପାଲେଷ୍ଟାଇନ ମଧ୍ୟରେ ଗାଜା ଅଞ୍ଚଳରେ ୧୧ ଦିନ ଧରି ଚାଲିଥିବା ଲେଇଇରେ ପୂର୍ଣ୍ଣଚ୍ଛେଦ ପଡିବା ଆପାତତଃ ନିଶ୍ଚିତ ହୋଇଛି। ତେବେ ଯୁଦ୍ଧବିରତି ସମୟ ଆରମ୍ଭ ହେବା ପୂର୍ବରୁ ଉଭୟ ପକ୍ଷ ମଧ୍ୟରେ ପୁନଃ ଆକ୍ରମଣ ପ୍ରତିଆକ୍ରମଣ ହୋଇଥିବା ଖବର ମିଳିଛି। ଉଭୟ ପକ୍ଷ ମଧ୍ୟରେ ଚାଲିଥିବା ରକ୍ତପାତ ପରିପ୍ରେକ୍ଷୀରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‍ ବୁଧବାର ଦିନ ଉତ୍ତେଜନା ହ୍ରାସ କରିବାକୁ ନେତନ୍ୟାହୁଙ୍କୁ ପରାମର୍ଶ ଦେଇଥିଲେ। ଅନ୍ୟପକ୍ଷରେ ଗାଜାରେ ଶାନ୍ତି ପ୍ରତିଷ୍ଠା ପାଇଁ ଇଜିପ୍ଟ, କାତାର ଏବଂ ଜାତିସଂଘ ମଧ୍ୟସ୍ଥତା କରିବାକୁ ପ୍ରସ୍ତାବ ଦେଇଥିଲେ।
ଇତିମଧ୍ୟରେ ହାମାସ୍‍ ସଶସ୍ତ୍ର ଗୋଷ୍ଠୀର ମୁଖପାତ୍ର ଆବୁ ଉବେଇଦା କହିଛନ୍ତି, ଶତ୍ରୁ ପକ୍ଷକୁ କଡା ଜବାବ ଦେବାକୁ ସେମାନେ ସମର୍ଥ। ଇସ୍ରାଏଲ ଯଦି ଯୁଦ୍ଧ ବିରତି ରାଜିନାମା ଉଲ୍ଲଂଘନ କରେ ଏବଂ ଗାଜା ଉପରେ ପୁନର୍ବାର ଆକ୍ରମଣ କରେ ତେବେ ହାମାସର ରକେଟ ଇସ୍ରାଏଲର ସମସ୍ତ ଅଞ୍ଚଳକୁ ପହଞ୍ଚି ଧ୍ୱସ୍ତ ବିଧ୍ୱସ୍ତ କରିବାକୁ ସମର୍ଥ। ଗାଜାରେ ଚଳିତ ମଇ ମାସ ୧୦ ତାରିଖରେ ଲଢେଇ ଆରମ୍ଭ ହୋଇଥିବାବେଳେ ସେଥିରେ ୬୫ ଶିଶୁଙ୍କ ସମେତ ୨୩୨ ଜଣ ପାଲେଷ୍ଟାଇନ ନାଗରିକଙ୍କର ମୃତ୍ୟୁ ଘଟିଛି ଏବଂ ୧୯୦୦ରୁ ଅଧିକ ଆହତ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ଅଧିକାରୀମାନେ କହିଛନ୍ତି। ଅନ୍ୟପକ୍ଷରେ ଇସ୍ରାଏଲରେ ୧୨ ଜଣଙ୍କର ପ୍ରାଣହାନି ଘଟିଛି ଏବଂ ଅନେକ ସାଧାରଣ ଲୋକ ଆହତ ହୋଇ ଏବେ ଚିକିତ୍ସିତ ହେଉଛନ୍ତି।

Hot this week

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

Related Articles

Popular Categories