www.samajalive.in
Saturday, December 6, 2025
15.1 C
Bhubaneswar

କରୋନା ଟିକା ‘କୋଭାକ୍ସିନ୍‌’ ଦର କମିଲା

ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ଲୋକଙ୍କ ପାଇଁ ସଞ୍ଜୀବନୀ ସାଜିଥିବା କରୋନା ଟିକା ‘କୋଭାକ୍ସିନ୍‌’ ଦର ହ୍ରାସ କରାଯାଇଛି। ପ୍ରସ୍ତୁତକାରୀ ସଂସ୍ଥା ଭାରତ ବାୟୋଟେକ୍‌ ପକ୍ଷରୁ ‘କୋଭାକ୍ସିନ୍‌’ର ଦର ହ୍ରାସ ନେଇ ବିଜ୍ଞପ୍ତିି ଜାରି ହୋଇଛି। ଏଣିକି ରାଜ୍ୟ ସରକାରଙ୍କୁ କୋଭାକ୍ସିନ୍‌ ଟିକାର ଡୋଜ୍‌ ପିଛା ୪୦୦ଟଙ୍କାରେ ଦେବା ପାଇଁ ଭାରତ ବାୟୋଟେକ୍‌ ପକ୍ଷରୁ ଘୋଷଣା କରାଯାଇଛି। ପୂର୍ବରୁ ଭାରତ ବାୟୋଟେକ୍‌ ପକ୍ଷରୁ ରାଜ୍ୟଗୁଡ଼ିକ ପାଇଁ କୋଭାକ୍ସିନ୍‌ ଟିକାର ପ୍ରତି ଡୋଜ୍‌ ପିଛା ୬୦୦ଟଙ୍କା ଧାର୍ଯ୍ୟ ହୋଇଥିଲା। ହେଲେ ଏବେ ଏହାକୁ ଡୋଜ୍‌ ପିଛା ୪୦୦ ଟଙ୍କାକୁ ହ୍ରାସ କରାଯାଇଛି। ଏହାର ଅର୍ଥ ରାଜ୍ୟ ସରକାରମାନେ ଭାରତ ବାୟୋଟେକ୍‌ରୁ ଡୋଜ ପିଛା ୪୦୦ ଟଙ୍କା ଦେଇ କୋଭାକ୍ସିନ୍‌ ଟିକା ସିଧାସଳଖ କିଣିପାରିବେ। ତେବେ ଘରୋଇ ସଂସ୍ଥା ଓ ଘରୋଇ ହସ୍ପିଟାଲ ଗୁଡ଼ିକ ପୂର୍ବଭଳି ୧୨ଶହ ଟଙ୍କାରେ ଟିକାର ଡୋଜ୍‌ ଗୁଡ଼ିକ କିଣିବେ। ଏସମ୍ପର୍କରେ ଆଜି ଭାରତ ବାୟୋଟେକ ଏକ ବିବୃତି ଜାରି କରି ସୂଚନା ଦେଇଛି।

- Advertisement -

ପୂର୍ବରୁ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ କୋଭିସିଲ୍ଡ ଟିକାର ଦାମ ହ୍ରାସ କରିଥିବା ବେଳେ ଆଜି କୋଭାକ୍ସିନ ଟିକା ପ୍ରସ୍ତୁତ କରିଥିବା ଭାରତ ବାୟୋଟେକ ସମାନ ପଦକ୍ଷେପ ନେଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories