www.samajalive.in
Saturday, December 6, 2025
26.1 C
Bhubaneswar

ବୌଦ୍ଧରେ କୋଭିଡ ପାଇଁ ଖୋଲିଲା ଚବିଶଘଣ୍ଟିଆ ନିୟନ୍ତ୍ରଣ କକ୍ଷ

ବୌଦ୍ଧ: ପଶ୍ଚିମ ଓଡ଼ିଶାରେ କୋଭିଡ ସଂକ୍ରମଣ ତୀବ୍ର ବେଗରେ ବଢୁଛି। ଆକ୍ରାନ୍ତ ରୋଗୀଙ୍କ ଚିକିତ୍ସାରେ ଅବହେଳା ନେଇ ବିଭିନ୍ନ ଜିଲାରୁ ଅଭିଯୋଗ ଆସୁଛି। ହେଲେ ବୌଦ୍ଧ ଜିଲା ପ୍ରଶାସନ ଆଗୁଆ ସତର୍କତା ଅବଲମ୍ବନ କରିଥିବା ଜଣାଯାଇଛି। ସଂକ୍ରମିତ ରୋଗୀ ଏବଂ ତତ୍ସମ୍ପର୍କିତ ଅନ୍ୟାନ୍ୟ ବିଷୟରେ ଅନୁସନ୍ଧାନ ପାଇଁ ଜିଲା ପ୍ରଶାସନ ତରଫରୁ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ପରିଚାଳନା କରି ସ୍ୱତନ୍ତ୍ର ମୋବାଇଲ ନମ୍ବର ଜାରି କରାଯାଇଛି। ବୌଦ୍ଧ ଜିଲା ଜରୁରୀକାଳୀନ ଅଫିସ, ଜିଲା ମୁଖ୍ୟ ଚିକିତ୍ସାଳୟ ଓ କୋଭିଡ ସ୍ୱାସ୍ଥ୍ୟକେନ୍ଦ୍ରଠାରେ ଏହି ନିୟନ୍ତ୍ରଣ କକ୍ଷ ପରିଚାଳିତ ହେବା ସମ୍ପର୍କରେ ପ୍ରଶାସନ ସୂଚନା ଦେଇଛି। ସେଥିପାଇଁ ଏକାଧିକ ଫୋନ୍ ନଂ: ୭୮୭୪୮୦୦୪୧୫୮, ୦୬୮୪୧-୨୨୨୦୨୩(୨୨୨୨୨୫)(୨୨୨୨୧୭) ପ୍ରଶାସନ ପକ୍ଷରୁ ଜାରି କରାଯାଇଛି। ଏହି ସହାୟତା ନମ୍ବର ଜରିଆରେ ରୋଗୀର ସ୍ୱାସ୍ଥ୍ୟଗତ ପରାମର୍ଶ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟଗତ ସମସ୍ୟା ସମ୍ପର୍କରେ ସୂଚନା ସଂଗ୍ରହ କରିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories