www.samajalive.in
Monday, December 15, 2025
17.1 C
Bhubaneswar

ଡକାୟତି ଉଦ୍ୟମ ଅଭିଯୁକ୍ତକୁ କାରାଦଣ୍ଡ

ଆଠଗଡ : ଗୁରୁଡିଝାଟିଆ ଥାନା ଅନ୍ତର୍ଗତ କୁଶପଙ୍ଗି ନିକଟ କନ୍ଦର୍ପ ଛକଠାରେ ଜାତୀୟ ରାଜପଥରେ ଡକାୟତି ପାଇଁ ପ୍ରସ୍ତୁତ ହେଉଥିବା ଏକ ଡକାୟତ ଦଳର ଜଣେ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରି କାରାଦଣ୍ଡରେ ଦଣ୍ଡିତ କରାଯାଇଥିବା ଜଣାପଡିଛି। ୧୯୯୯ ମସିହା ଜୁନ ୨୦ତାରିଖ ରାତିରେ ଡକାୟତି କରିବା ପାଇଁ ପ୍ରସ୍ତୁତ ହେଉଥିବା ଏକ ଡକାୟତ ଦଳକୁ ଗୁରୁଡିଝାଟିଆ ଥାନାର ତତ୍କାଳୀନ ଆଇଆଇସି ସୁଦାମ ଚରଣ ସାହୁ ସଦଳବଳେ କାବୁ କରିଥିଲେ। ଏହି ଡକାୟତି ଦଳର ୫ଜଣଙ୍କ ମଧ୍ୟରୁ ପୁଲିସ ୪ଜଣ ପୁନା ଲାଙ୍ଗୁଡି, ଲୋକନାଥ ସ୍ୱାଇଁ, କାସିମ ଖାଁ, କ୍ଷୀରୋଦ ଦେଉରୀଙ୍କୁ ଗିରଫ କରିଥିବାବେଳେ ବିପିନ ମଲ୍ଲିକ ସେହି ଦିନଠାରୁ ଫେରାର ହୋଇଯାଇଥିଲା। ଗିରଫ ଅଭିଯୁକ୍ତଙ୍କୁ ଗତ ୨୦୧୨ ମାର୍ଚ୍ଚ ୩ତାରିଖରେ ଅଦାଲତ ଦୋଷୀ ସାବ୍ୟସ୍ତ କରି ଦଣ୍ଡ ବିଧାନ କରିସାରିଛନ୍ତି । ତେବେ ନିକଟରେ ଫେରାର ଥିବା ଅଭିଯୁକ୍ତ ବିପିନ ମଲ୍ଲିକଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିବା ସହ ତା ନାମରେ ଅଭିଯୋଗ ଫର୍ଦ୍ଦ ସହକାରୀ ଦୌରାଜଜ୍‌‌ଙ୍କ ଅଦାଲତରେ ଦାଖଲ କରିଥିଲେ। ମାମଲାଟିର ବିଚାର କରି ସହକାରୀ ଦୌରାଜଜ୍‌‌ ମହାଶ୍ୱେତା ପରିଜା ସଂପୃକ୍ତ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରି ବୁଧବାର ତାଙ୍କ ରାୟ ପ୍ରକାଶ କରିଛନ୍ତି। ସଂପୃକ୍ତ ଅଭିଯୁକ୍ତକୁ ୨ବର୍ଷ ସଶ୍ରମ କାରାଦଣ୍ଡ ଓ ୨୦୦୦ଟଙ୍କା ଜୋରିମନା ଅନାଦେୟ ଅଧିକ ଦୁଇମାସ କାରାଦଣ୍ଡ ଭୋଗିବା ପାଇଁ ଆଦେଶ ଦେଇଥିବା ଜଣାପଡିଛି । ମାମଲାଟିକୁ ସରକାରଙ୍କ ପକ୍ଷରୁ ଅତିରିକ୍ତ ପିପି ସଂଜୟ କୁମାର ଦାସ ପରିଚାଳନା କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories