www.samajalive.in
Tuesday, December 9, 2025
26.1 C
Bhubaneswar

ନାବାଳିକା ଝିଅ ହତ୍ୟାକାଣ୍ଡରେ ନ୍ୟାୟ ନପାଇ ବିଧାନସଭା ଆଗରେ ଆତ୍ମାହୁତି ଉଦ୍ୟମ କଲେ ଦମ୍ପତି

https://youtu.be/zkZyKHRK1ek

ଭୁବନେଶ୍ବର : ବିଧାନସଭା ଆଗରେ କିରୋସିନି ଢାଳି ଆତ୍ମାହୁତି ଉଦ୍ୟମ କଲେ ଦମ୍ପତି। ଆଜି ବିଧାନସଭା ଚାଲିଥିବା ସମୟରେ ରାସ୍ତାରେ ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ବିଧାନସଭାର ହାଇସିକ୍ୟୁରିଟ୍‌ ଜୋନ୍‌ରେ ହଠାତ ଦମ୍ପତି ନିଜ ଦେହରେ କିରୋସିନ ଠାଳି ଆତ୍ମାହୁତି ଉଦ୍ୟମ କରିଥିଲେ। ତେବେ ସଠିକ ସମୟରେ ଘଟଣାସ୍ଥଳରେ ଥିବା ଏଏସପି ପାହ୍ୟାର ଜଣେ ଅଧିକାରୀ ଲଳିତେନ୍ଦୁ ମହାନ୍ତି ଓ ତାଙ୍କର ସହଯୋଗୀମାନେ ଏହି ଦମ୍ପତିଙ୍କୁ କରିନେଇଥିଲେ। ଫଳରେ ଏକ ବଡ଼ ଧରଣର ଅଘଟଣକୁ ରୋକାଯାଇ ପାରିଥିଲା ।

- Advertisement -

ତେବେ ବିଧାନସଭା ଆଗରେ ଆତ୍ମାହୁତି ଉଦ୍ୟମ କରୁଥିବା ଦମ୍ପତି ନୟାଗଡର ବୋଲି ସୂଚନା ମିଳିଛି। କିଛି ଦିନ ତଳେ ନୟାଗଡରେ ପାଞ୍ଚ ବର୍ଷୀୟ ଜଣେ ନାବାଳିକା (ପରୀ) ହତ୍ୟାକାଣ୍ଡ ଘଟଣାରେ ନ୍ୟାୟ ନପାଇ ଦମ୍ପତି ବିଧାନସଭା ଆଗରେ ଆତ୍ମାହୁତି ଉଦ୍ୟମ କରିଥିବା ଜଣାପଡିଛି। ଆତ୍ମାହୁତି ଉଦ୍ୟମ କରିଥିବା ଦମ୍ପତି ଗଣମାଧ୍ୟମରେ କହିଛନ୍ତି ଯେ ତାଙ୍କ ଝିଅ (ପରୀ)କୁ ହତ୍ୟା କରାଯାଇ ତାର କିଡନୀ ଓ ଆଖିକୁ ବିକ୍ରି କରାଯାଇଛି। ଝିଅ ନିଖୋଜ ହେବାପରେ ଦମ୍ପତି ଥାନାରେ ଅଭିଯୋଗ କରିଥିଲେ ଏପରିକି ଏସପି ନିକଟରେ ମଧ୍ୟ ଦ୍ବାରସ୍ତ ହୋଇଥିଲେ କିନ୍ତୁ ପୁଲିସ କୌଣସି ପଦକ୍ଷେପ ନେଇନଥିଲେ। ଏହାପରେ ପରୀ ନିଖୋଜ ହେବାର କିଛି ଦିନ ପରେ ବାଡି ପଟରେ ପରୀର ମୃତଦେହ ମିଳିଥିଲା।

ପରୀର ମୃତ ଶରୀର ମିଳିବା ପରେ ଦମ୍ପତି ବାରମ୍ବାର ନ୍ୟାୟ ମାଗି ଆସୁଥିଲେ ମଧ୍ୟ ତାଙ୍କୁ ନ୍ୟାୟ ମିଳିନାହିଁ। ନ୍ୟାୟ ତ ମିଳିଲାନାହିଁ ଦମ୍ପତିଙ୍କୁ ଆକ୍ରମଣର ଶିକାର ହେବାକୁ ପଡିଥିଲା। ଦିର୍ଘ ୩ ମାସ ଧରି ଝିଅ (ପରୀ)ର ହତ୍ୟାକାଣ୍ଡରେ ନ୍ୟାୟ ନପାଇ ଆଜି ଦମ୍ପତି ବିଧାନସଭା ଆଗରେ ଆତ୍ମାହୁତି ଉଦ୍ୟମ କରିଥିବା ଜଣାପଡିଛି।  ଝିଅର ଅପହରଣ ଓ ମୃତ୍ୟୁ ଲାଗି ଏହି ଦମ୍ପତ୍ତି ବାବୁଲି ନାମକ ଜଣେ ବ୍ୟକ୍ତିକୁ ଦାୟୀ କରିଛନ୍ତି । ମନ୍ତ୍ରୀ ଅରୁଣ ସାହୁ ଏହି ବାବୁଲି ନାମକ ବ୍ୟକ୍ତିକୁ ସୁରକ୍ଷା ଦେଉଥିବା ମଧ୍ୟ ଏହି ଦମ୍ପତି ଅଭିଯୋଗ କରିଛନ୍ତି ।

Hot this week

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

ଅଟୋକୁ ଧକ୍କା ଦେଇ ବାଇକ ଚାଳକ ମୃତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଲକ୍ଷ୍ମୀପୁର ଗାଁରେ ଅଟୋ କୁ...

Related Articles

Popular Categories