www.samajalive.in
Saturday, December 13, 2025
27.1 C
Bhubaneswar

କ୍ରୀଡ଼ା ପ୍ରତିଭାଙ୍କ ନାମରେ ନାମିତ ହେବ ଦେଶର କ୍ରୀଡ଼ାଙ୍ଗନ

ଦେଶରେ ଆଗାମୀ ଦିନରେ ଭାରତୀୟ କ୍ରୀଡ଼ା କର୍ତ୍ତୃପକ୍ଷଙ୍କଦ୍ୱାରା ନିର୍ମାଣ ହେବାକୁ ଥିବା ଓ ଉନ୍ନୀତ ହେବାକୁ ଥିବା କ୍ରୀଡ଼ାଙ୍ଗନଗୁଡ଼ିକୁ ଦେଶର ସୁନାମଧନ୍ୟ କ୍ରୀଡ଼ା ପ୍ରତିଭାଙ୍କ ନାମରେ ନାମିତ କରାଯିବ। ଲକ୍ଷ୍ନୌରେ ନିର୍ମିତ ନେସନାଲ୍‍ ସେଣ୍ଟର୍‍ ଅଫ୍‍ ଏକ୍‍ସଲେନ୍ସ, ଭୋପାଳରେ ନିର୍ମିତ ୧୦୦ ଶଯ୍ୟା ବିଶିଷ୍ଟ କ୍ରୀଡ଼ା ଛାତ୍ରାବାସ ଏବଂ ସୋନେପତରେ ନିର୍ମିତ ମହିଳା ଛାତ୍ରାବାସକୁ ସ୍ଥାନୀୟ କ୍ରୀଡ଼ା ପ୍ରତିଭାଙ୍କ ନାମରେ ପ୍ରଥମ ପର୍ଯ୍ୟାୟରେ ନାମିତ କରାଯିବ।

ଏହି ନିଷ୍ପତ୍ତି ସମ୍ପର୍କରେ ଘୋଷଣା କରି କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ କିରେଣ ରିଜିଜୁ କହିଛନ୍ତି, ଦେଶର କ୍ରୀଡ଼ା ସଂସ୍କୃତି ବିକାଶ ଲାଗି ଆମ କ୍ରୀଡ଼ାବିତ୍‍ମାନଙ୍କୁ ଉଚିତ ସମ୍ମାନ ଦେବା ଗୁରୁତ୍ୱପୁର୍ଣ୍ଣ। ଏହା ହୋଇପାରିଲେ ଯୁବପିଢ଼ି କ୍ରୀଡ଼ାକୁ ନିଜର ବୃତ୍ତିଭାବେ ଗ୍ରହଣ କରିବାକୁ ଆଗ୍ରହୀ ହେବେ। ସେ କହିଛନ୍ତି, ସରକାର ଖେଳାଳିମାନଙ୍କ ସୁବିଧା ସୁଯୋଗ ନିମନ୍ତେ ସମସ୍ତ ସହାୟତା ଯୋଗାଇ ଦେଉଛନ୍ତି। ସେମାନଙ୍କ ନାମରେ କ୍ରୀଡ଼ାଙ୍ଗନଗୁଡ଼ିକ ନାମକରଣ ହେଲେ ତାହା ସେମାନଙ୍କ ଆତ୍ମବିଶ୍ୱାସକୁ ଆହୁରି ଦୃଢ଼ କରିବ ବୋଲି କ୍ରୀଡ଼ାମନ୍ତ୍ରୀ କହିଛନ୍ତି।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories