www.samajalive.in
Saturday, December 13, 2025
26.1 C
Bhubaneswar

ଆଇପିଏଲ୍‌ ନିଲାମ : ଫେବ୍ରୁଆରୀ ୪ ସୁଦ୍ଧା ଖେଳାଳି ପଞ୍ଜୀକରଣ

ନୂଆଦିଲ୍ଲୀ : ଫେବୃଆରୀ ୧୬ରେ ଆଇପିଏଲ୍‌ର ୨୦୨୧ ସଂସ୍କରଣ ଲାଗି ମିନି ନିଲାମ ଅନୁଷ୍ଠିତ ହେବ। ସବୁ ଫ୍ରାଞ୍ଚାଇଜି କେଉଁ ଖେଳାଳିଙ୍କୁ ରଖିବେ; ତା’ର ତାଲିକା ଦେବାର ଅନ୍ତିମ ତାରିଖ ହେଉଛି ଜାନୁଆରୀ ୨୦। ତେବେ କୌଣସି ଆଇପିଏଲ୍‌ ଦଳ ସହ ଚୁକ୍ତି କରିନଥିବା ଖେଳାଳି ଆଇପିଏଲ୍‌ ନିଲାମ ଲାଗି ଅନ୍‌ଲାଇନ୍ ଜରିଆରେ ନାମ ପଞ୍ଜୀକରଣ କରିବାକୁ ବିସିସିଆଇ ନିର୍ଦେଶ ଦେଇଛି। ଏଥିପାଇଁ ଫେବୃଆରୀ ୪ ଶେଷ ତାରିଖ ଥିବା ବେଳେ ଡାକରେ ନିଜ ନାମ ପଠାଇବା ଲାଗି ଶେଷତାରିଖ ଫେବୃଆରୀ ୧୨ ରଖାଯାଇଛି। ତେବେ ସମସ୍ତ ଖେଳାଳି ନିଜ ରାଜ୍ୟ କ୍ରିକେଟ୍‌ ଆସୋସିଏସନ୍‌ ଜରିଆରେ ଆବେଦନ କରିବାକୁ ହେବ। କୌଣସି ଖେଳାଳିଙ୍କ ଏଜେଣ୍ଟ କିମ୍ବା ମ୍ୟାନେଜରଙ୍କୁ ଏପରି କରିବା ଲାଗି ପ୍ରଶୟ ଦିଆଯିବ ନାହିଁ ବୋଲି ସବୁ ରାଜ୍ୟ କ୍ରିକେଟ୍‌ ଆସୋସିଏସନ୍‌କୁ ଦେଇଥିବା ଇ-ମେଲ୍‌ ଜରିଆରେ ବିସିସିସିଆଇ ସ୍ପଷ୍ଟ କରିଦେଇଛି।
ବିସିସିଆଇ ସ୍ପଷ୍ଟକରିଛି ଯେ ଆଇପିଏଲ୍‌ ନିଲାମ ପଞ୍ଜୀକରଣ ବ୍ୟବସ୍ଥା ଅନ୍ତର୍ଗତ ସମସ୍ତ ରାଜ୍ୟ କ୍ରିକେଟ୍‌ ଆସୋସିଏସନ୍‌ଙ୍କୁ ଏକ ପୃଥକ୍ ଇ-ମେଲ୍‌ରେ ଲଗ୍‌ଇନ୍ ଆଇଡି ଓ ପାସ୍‌ୱାର୍ଡ ପଠାଯିବ। ରାଜ୍ୟ କ୍ରିକେଟ ସଂଘ ଏହାଦ୍ବାରା ଆଇପିଏଲ୍‌ ନିଲାମ ଲାଗି ସେମାନଙ୍କ ଖେଳାଳିଙ୍କ ନାମ ପଞ୍ଜୀକରଣ କରିପାରିବେ। ଖେଳାଳିଙ୍କଠାରୁ ଏହି ଲଗ୍‌ଇନ୍ ଆଇଡି ଓ ପାସ୍‌ୱାର୍ଡ ଗୋପନ ରଖାଯିବ। ଫେବ୍ରୁଆରୀ ୪ ସୁଦ୍ଧା ଏହା ସମାପ୍ତହେବା ପରେ ରାଜ୍ୟ କ୍ରିକେଟ ସଂଘ ଯେଉଁ ଖେଳାଳିଙ୍କ ନାମ ପଠାଇଥିବ; ସେହି ଖେଳାଳିଙ୍କ ପାଖକୁ ଆଉ ଏକ ଇ-ମେଲ୍‌ ଯିବ; ଯେଉଁଥିରେ ଲଗ୍‌ଇନ୍ ଆଇଡି ଓ ପାସ୍‌ୱାର୍ଡ ଥିବ। ଏହାଦ୍ବାରା ଖେଳାଳି ସେମାନଙ୍କ ଆବଶ୍ୟକ ବ୍ୟକ୍ତିଗତ ତଥ୍ୟ ଅପ୍‌ଲୋଡ୍‌ କରିବେ। ପୁଣି ସେମାନେ ଆଇପିଏଲ୍‌ ଖେଳାଳି ନିଲାମ ଚୁକ୍ତି ମାନିବେ। ଯଦି ଖେଳାଳି ସେମାନଙ୍କ ଏଜେଣ୍ଟ କିମ୍ବା ମ୍ୟାନେଜରଙ୍କ ଜରିଆରେ ବିସିସିଆଇ ପାଖରେ ପହଞ୍ଚିବେ; ତେବେ ନିଲାମ ତାଲିକାରୁ ସେମାନଙ୍କ ନାମ ପ୍ରତ୍ୟାହୃତ ହେବ। ଅତିକମ୍‌​‌େ​‌ର ଗୋଟିଏ ପ୍ରଥମଶ୍ରେଣୀ କିମ୍ବା ଲିଷ୍ଟ ଏ ମ୍ୟାଚ୍ ଖେଳିନଥିଲେ ୧୯ ବର୍ଷରୁ କମ୍ ଆନ୍ତର୍ଜାତିକ ଖେଳାଳି ନାମ ପଞ୍ଜୀକରଣ କରିପାରିବେ ନାହିଁ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories