www.samajalive.in
Friday, December 5, 2025
17.1 C
Bhubaneswar

କୋଭିଡ୍‍ ଆରୋଗ୍ୟ ହାର ୯୪.୧୧ ପ୍ରତିଶତ : ସଂକ୍ରମିତ ହାର ୪.୫%

ନୂଆଦିଲ୍ଲୀ : ଦେଶରେ କୋଭିଡ୍‍ ଆରୋଗ୍ୟ ହାର ୯୪.୧୧ ଭାଗକୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୪୧ ହଜାର କରୋନା ଆକ୍ରାନ୍ତ ଲୋକ ଆରୋଗ୍ୟ ଲାଭ କରିଛନ୍ତି। ଫଳରେ ମୋଟ୍‍ ଆରୋଗ୍ୟଙ୍କ ସଂଖ୍ୟା ୯୦ ଲକ୍ଷକୁ ଛୁଇଁଛି।

ଅନ୍ୟପକ୍ଷରେ  ଦେଶରେ କ୍ରମାଗତ ୨୬ ଦିନ ଧରି ଦୈନିକ କୋଭିଡ୍‍ ସଂକ୍ରମଣ ସଂଖ୍ୟା ୫୦ ହଜାରରୁ ନିମ୍ନରେ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ୩୫ ହଜାର ୫୦୦ ନୂଆ ଲୋକ ଭୂତାଣୁରେ ସଂକ୍ରମିତ ହୋଇଥିବାବେଳେ ଆରୋଗ୍ୟଙ୍କ ସଂଖ୍ୟା ସଂକ୍ରମିତ ମାନଙ୍କ ସଂଖ୍ୟାର ୨୦ ଗୁଣ ଅଧିକ ରହିଛି। ଦେଶରେ ସଂକ୍ରମିତମାନଙ୍କ ହାର ହ୍ରାସ ପାଇବା ସହ ଏହା ୪.୫ ଭାଗ ରହିଛି। ବର୍ତ୍ତମାନ ୪ ଲକ୍ଷ ୨୨ ହଜାର ୯୪୩ ଜଣ ସକ୍ରିୟ ସଂକ୍ରମିତଙ୍କର ଚିକିତ୍ସା କରାଯାଉଛି। ଯାହା ମୋଟ୍‍ ସଂକ୍ରମଣର ଶତକଡ଼ା ୪.୪୪ ଭାଗ ରହିଛି।

- Advertisement -

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି, ନୂଆ ସଂକ୍ରମିତମାନଙ୍କମଧ୍ୟରୁ ଶତକଡ଼ା ୭୫ ଭାଗ ଦିଲ୍ଲୀ, ମହାରାଷ୍ଟ୍ର, କେରଳ, ପଶ୍ଚିମବଙ୍ଗ,
ହରିଆଣା ଓ ରାଜସ୍ଥାନ ସମେତ ୧୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ରହିଛନ୍ତି। ଦେଶବ୍ୟାପୀ ସ୍ୱାସ୍ଥ୍ୟ ମୌଳିକ ଢାଞ୍ଚାରେ ଅଣାଯାଇଥିବା ଉନ୍ନତି ସରକାରଙ୍କ ନିୟମର କଡ଼ାକଡ଼ି ପାଳନ ଓ ଡାକ୍ତର, ଚିକିତ୍ସା ସହାୟକ କର୍ମୀ ଏବଂ ସ୍ୱେଚ୍ଛାସେବୀମାନଙ୍କ ଅକ୍ଳାନ୍ତ ଉଦ୍ୟମ ଯୋଗୁଁ ଆରୋଗ୍ୟ ହାର ବୃଦ୍ଧି ପାଉଛି। ମନ୍ତ୍ରଣାଳୟ କହିଛି, ମୃତ୍ୟୁହାର ମଧ୍ୟ ହ୍ରାସ ପାଇ ୧.୪୫% ରହିଛି। ଗତ ୨୪ ଘଣ୍ଟା ଭିତରେ ୫୨୬ ଜଣ ମୃତ୍ୟୁବରଣ କରିଛନ୍ତି।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories