www.samajalive.in
Saturday, December 6, 2025
15.1 C
Bhubaneswar

ବନ ବିଭାଗ ଅଧିକାରୀଙ୍କ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ଉ

ବଲାଙ୍ଗିର: ବଲାଙ୍ଗିର ଜିଲା ମୁରିବାହାଲ ବନ ବିଭାଗ ଅଧିକାରୀ ପ୍ରଶାନ୍ତ ନାଏକ ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ବଲାଙ୍ଗିର ଭିଜିଲାନ୍ସ ଚଢଉ କରିଛି। ଶ୍ରୀ ନାୟକଙ୍କ ଟିଟିଲାଗଡ ହାଟପଦାପଡା ଘରେ ଓ ମୁରିବାହାଲ ଅଫିସରେ ଗୁରୁବାର ସକାଳୁ ଭିଜିଲାନ୍ସ ଟିମ୍ ପହଞ୍ଚି ଖୋଳତାଡ ଆରମ୍ଭ କରିଛନ୍ତି। ଏଥିସହିତ ମୁରିବାହାଲ ବେଲପଦର ଫାର୍ମ ହାଉସରେ ବି ଚଢଉ କରିଛି ଭିଜିଲାନ୍ସ। ହାଟପଦା ଘରୁ ନଗଦ ଟଙ୍କା ସହ ବ୍ୟାଙ୍କ, ବୀମା ଖାତା ଖେଳଉଛି ଭିଜିଲାନ୍ସ। ସମ୍ପତି ଆକଳନ ଜାରି ରହିଥିବା ଭିଜିଲାନ୍ସ ଇନ୍ସପେକ୍ଟର ସଦାନନ୍ଦ ପାଣି ସୂଚନା ଦେଇଛନ୍ତି।

- Advertisement -

 

ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ନେଇ ମୁରିବାହାଲ ବନ ବିଭାଗର ରେଞ୍ଜର ଶ୍ରୀ ନାୟକଙ୍କ ବିରୋଧରେ ଅଭିଯୋଗ ହୋଇ ଆସୁଥିଲା ଭିଜିଲାନ୍ସ ନିକଟରେ। ଏନେଇ ଏକ ମାମଲା ରୁଜୁ କରାଯିବା ପରେ ଗୁରୁବାର ସମ୍ବଲପୁର, ବରଗଡ, ବଲାଙ୍ଗିର ଓ ସୋନପୁର ଭିଜିଲାନ୍ସ ଟିମ୍ ଚଢଉ କରିଥିଲେ।ସକାଳ ୬ଟା ବେଳେ ଟିଟିଲାଗଡ ସହରର ହାଟପଦାପଡ଼ାରେ ଥିବା ତିନି ମହଲା କୋଠା, ଟିଟିଲାଗଡ-ମୁରିବାହାଲ ରାସ୍ତାର ବେଲପଦରରେ ଥିବା ଫାର୍ମ ହାଉସ୍, ମୁରିବାହାଲ ବନ ବିଭାଗ କାର୍ଯ୍ୟାଳୟ ସହ ସରକାରୀ ବାସଭବନକୁ ଯାଇଥିଲେ ଭିଜିଲାନ୍ସ ଅଧିକାରୀ ଓ କର୍ମଚାରୀ। ପରିଚୟ ଦେବା ସହ ନଗଦ ଟଙ୍କା, ସୁନାଗହଣା, ବ୍ୟାଙ୍କ ଜମା, ବୀମା, ଜମି ବାଡି ସମ୍ପର୍କିତ କାଗଜପତ୍ର ଖୋଳତାଡ କରିଥିଲେ।
ରେଞ୍ଜର ଶ୍ରୀ ନାୟକଙ୍କ ଘରୁ ନଗର ୨ଲକ୍ଷ ୭୦ହଜାର ଟଙ୍କା, ପ୍ରାୟ ୪ଶହ ଗ୍ରାମର ସୁନା ଅଳଙ୍କାର, ୨ଟି ଚାରି ଚକିଆ ଗାଡି, ୫ଏକର ଜମିରେ ଫାର୍ମ ହାଉସ୍ ଓ ନିର୍ମାଣଧୀନ ଘର, ଅନ୍ୟତ୍ର ୨ ଏକର ଜମି, ଲକ୍ଷ ଲକ୍ଷ ଟଙ୍କାର ବ୍ୟାଙ୍କ ଓ ବୀମା ଜମା ରହିଥିବା ସନ୍ଧ୍ୟା ପର୍ଯ୍ୟନ୍ତ ଜଣାପଡିଛି। ହାଟପଦା ପଡ଼ା ସ୍ଥିତ ଘର ସହ ଅନ୍ୟାନ୍ୟ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ହିସାବ ଜାରି ରହିଥିବା ଜଣେ ଭିଜିଲାନ୍ସ ଅଧିକାରୀ ସୂଚନା ଦେଇଛନ୍ତି। ସେହିପରି ବେଲପଦରରେ ଥିବା ଫାର୍ମ ହାଉସ୍ ଦେଖି ତାଜୁବ ହୋଇଥିଲେ ଭିଜିଲାନ୍ସ ଅଧିକାରୀ। ତେବେ ଚଢଉ ନେଇ କୌଣସି ପ୍ରତିକ୍ରିୟା କି ତାଙ୍କ ପକ୍ଷର ରେଞ୍ଜର ଶ୍ରୀ ନାୟକ ରଖିନାହାନ୍ତି।
ମୂଳତଃ କେନ୍ଦୁଝର ଜିଲାର ବାସିନ୍ଦା ଶ୍ରୀ ନାୟକ ଦୀର୍ଘ ୨୦ ବର୍ଷ ହେଲା ବଲାଙ୍ଗିର ଜିଲାର ବିଭିନ୍ନ ବ୍ଲକରେ ରେଞ୍ଜର ଭାବେ କାମ କରିଛନ୍ତି। ସେ ଟିଟିଲାଗଡର ବାସିନ୍ଦା ହୋଇ ସାରିଥିବା ବେଳେ ତାଙ୍କର ଆୟ, ବ୍ୟୟର ଆକଳନ ସହ ଦରମା ଅନୁସାରେ କେତେ ଟଙ୍କାର ସମ୍ପତ୍ତି ରହିଛି ତାହା ହିସାବ ଜାରି ରଖିଛନ୍ତି ଭିଜିଲାନ୍ସ ଟିମ୍। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ୨ଟି ବୋଲେରୋ ଗାଡି ଉପହାର ମିଳିଥିବା ବେଳେ ସେହି ଗାଡିର ସତ୍ତ୍ୱାଧିକାରୀ ରତନ ଭାଟି ବୋଲି ଜଣାପଡିଛି। ଗୁରୁବାର ଚଢଉରେ ଭିଜିଲାନ୍ସ ଡିଏସ୍ପି ଦାଶରଥୀ ସେଠୀ, ପରମେଶ୍ୱର କିଷାନ, କାଦମ୍ବିନୀ ସାମଲ, ଇନ୍ସପେକ୍ଟର ସଦାନନ୍ଦ ପାଣି, ତୁଷାରକାନ୍ତ ମହାପାତ୍ର, ତପସ୍ୱିନୀ ସେଠୀ, କର୍ଣ୍ଣିଅସ୍ ବିଲୁଙ୍ଗ, ବିଷ୍ଣୁପ୍ରସାଦ ଜାଲ, ରୋହିତ ରଣା, ଝସକେତନ ବାରିକ, ମାନସ ପ୍ରଧାନଙ୍କ ସହ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ। ରାତି ଯାଏ ଚଢଉର ପରବର୍ତ୍ତୀ ହିସାବ ଚାଲିବ ଓ ଆଉ ଦିନେ ଦୁଇ ଦିନ ଲାଗିବ ସଂପୂର୍ଣ୍ଣ ତଥ୍ୟ ପାଇଁ ବୋଲି ଜଣେ ଭିଜିଲାନ୍ସ ଅଧିକାରୀ ସୂଚନା ଦେଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories