www.samajalive.in
Tuesday, December 9, 2025
15.1 C
Bhubaneswar

ଚୋରା ମଦ ବେପାରର ନୂଆ ଆଇଡ଼ିଆ: କୋଲ୍ଡ଼ ଡ଼୍ରିଙ୍କସ ବୋତଲରେ ଦେଶୀ ମଦ, ଜଣେ ଗିରଫ

ବଲାଙ୍ଗିର: ଲକ୍‍ ଡାଉନ, ସଟ୍‍ ଡାଉନ ଯୋଗୁଁ ଦୋକାନ ବଜାର ବନ୍ଦ ରହୁଥିଲା। ଏଥିରେ ଭାଟି, ବାର ତଥା ମଦ କାଉଣ୍ଟର ମଧ୍ୟ ବନ୍ଦ ରହିଥିଲା। ଯାହା ଫଳରେ ଚାହିଦା ଅନୁଯାୟୀ ମଦ ବଜାରରେ ମିଳୁନଥିଲା। ହେଲେ ଲୋକଙ୍କ ପାଖରେ ବେଆଇନ ରନ୍ଧା ଦେଶୀ ମଦ ପହଞ୍ଚି ଯାଉଥିଲା। ମୁଖ୍ୟତଃ ପଲିଥିନରେ ଏହାକୁ ପ୍ୟାକ କରାଯାଉଥିବା ବେଳେ ବଲାଙ୍ଗିର ସହରରେ କିନ୍ତୁ ବିଭିନ୍ନ କୋଲଡ୍ରିଂକ୍ସ(ମୃଦୁ ପାନୀୟ) ବୋତଲରେ ଭର୍ତ୍ତି କରି ସପ୍ଲାଇ କରାଯାଉଥିଲା। ଫଳରେ କେହି କିଛି ଜାଣି ପାରୁନଥିଲେ। ଏପରିକି ଅବକାରୀ ବିଭାଗ କି ପୁଲିସ ବିଭାଗ ଦୀର୍ଘ ଦିନ ଯାଏଁ ଏହାର ଟେର ପାଇନଥିଲା। ହେଲେ ଶେଷରେ ଏକ ଗଣ୍ଡଗୋଳକୁ ନେଇ ଧରପଗଡ ଅଭିଯାନ ଚାଲିଥିବା ବେଳେ ଏହାର ସୁରାକ ପାଇଥିଲା ଟାଉନ ପୁଲିସ। ସ୍ଥାନୀୟ ଟାଉନ ଥାନା ପରିସରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଟାଉନ ଥାନା ଅଧିକାରୀ ସଂଗ୍ରାମ କେଶରୀ ପଟ୍ଟନାୟକ ସୂଚନା ଦେଇ କହିଥିଲେ ଯେ, ଖର୍ସେଲ ପଡାର କିଶୋର ଠେଳା ନାମକ ଯୁବକ ଏହା ଲକ୍‍ ଡାଉନର ସୁଯୋଗ ନେଇ ଆରମ୍ଭ କରିଥିଲେ ବୋଲି ପୁଲିସ ଆଗରେ ସ୍ୱୀକାର କରିଥିବା କହିଛନ୍ତି। ତାଙ୍କ ଘରୁ ଦୁଇ ଶହ ଏମଏଲ ବିଶିଷ୍ଟ ବିଭିନ୍ନ ସୋଢା,ମୃଦୁପାନୀୟ ବୋତଲରେ ଭର୍ତ୍ତି ହୋଇଥିବା ପ୍ରାୟ ୫୦ଟି ବୋଲର ଭର୍ତ୍ତି ପୁଲିସ ପାଇଥିଲା। ଆହୁରି ଦୁଇ ବସ୍ତା ବୋତଲ ଜବତ କରିଥିବା ବେଳେ ଗ୍ରାହକଙ୍କ ଠାରେ ଚଢା ଦରରେ ବିକ୍ରି କରୁଥିଲେ ବୋଲି ଜଣାପଡିଛି। ବଲାଙ୍ଗିର ସହରରେ ମଦର ଅଭାବ ଥିବା ବେଳେ ଏକ ନୂଆଁ ଷ୍ଟାଇଲରେ ଚଢା ଦରରେ ବିକ୍ରି କରି ବେଶ ଦୁଇ ପଇସା ରୋଜଗାର କରୁଥିଲେ। ତେବେ ପୁଲିସ ବିଭାଗର ଜଣେ ଅଧିକାରୀ ତାଙ୍କ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି ଯେ,କେବଳ ଏହି ଜଣେ ବ୍ୟକ୍ତି ନୁହେଁ ଏଥିରେ ଅନେକ ଲୋକ ସାମିଲ ଅଛନ୍ତି। ସହରର ବିଭିନ୍ନ ସ୍ଥାନରେ ଏହା ଉପଲବ୍ଧ ହେଉଛି। ଏପରିକି ଟାଉନ ଥାନା ପଛପଟେ, ସିନେମା ହଲ ଗଳି,ରମାଇ ଟକିଜ୍‍ ରାସ୍ତା ସମେତ ଅନେକ ସ୍ଥାନରେ ଏହି କାରବାର ଚାଲିଛି। ଏହା ସହରର ଆଖପାଖ ଗାଁରୁ ପ୍ରତିଦିନ ଶହ ଶହ ଲିଟର ବଲାଙ୍ଗିର ସହରକୁ ଆସିଥାଏ। ଆମେ ଜୁନିଅର ଅଧିକାରୀ ଆଜ୍ଞା, ଆମେ କଣ କରିପାରିବୁ ବୋଲି କହିଥିଲେ। ଯଦି ଠିକଣା ସମୟରେ ଚଢାଉ କଲେ ଏଭଳି ଅନେକ ବେଆଇନ ମଦ ବିକ୍ରେତା ବାହାରିବେ ବୋଲି କହିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories