www.samajalive.in
Saturday, December 6, 2025
14.1 C
Bhubaneswar

ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ରାଷ୍ଟ୍ରଗୁଡ଼ିକୁ ଏକ ଘରକିଆ କରାଯାଉ – ଉପରାଷ୍ଟ୍ରପତି

ଉପରାଷ୍ଟ୍ରପତି ଏମ୍‍. ଭେଙ୍କୟା ନାଇଡୁ ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ରାଷ୍ଟ୍ରଗୁଡ଼ିକୁ ଏକ ଘରକିଆ କରି ଦେବା ଲାଗି ବିଶ୍ୱ ସମୁଦାୟ ଆଗେଇ ଆସିବାକୁ ଆହ୍ୱାନ ଦେଇଛନ୍ତି। ସେହି ରାଷ୍ଟ୍ରଗୁଡ଼ିକ ପ୍ରତି ଆର୍ଥିକ କଟକଣା ମଧ୍ୟ ଲାଗୁ କରାଯିବାକୁ ସେ କହିଛନ୍ତି। ଆତଙ୍କବାଦ ସମସ୍ୟା ବୃଦ୍ଧି ପାଉଥିବା ସଂପର୍କରେ ସେ ଉଦ୍‍ବେଗ ପ୍ରକାଶ କରିବା ସହ ଆନ୍ତର୍ଜାତିକ ଆତଙ୍କବାଦ ସଂପର୍କରେ ଦୀର୍ଘଦିନରୁ ରହିଥିବା ଭାରତର ପ୍ରସ୍ତାବକୁ ଜାତିସଂଘ ଗ୍ରହଣ କରିବାକୁ ସେ ନିବେଦନ କରିଛନ୍ତି।

ଜାତିସଂଘରେ ସଂସ୍କାରର ଆବଶ୍ୟକତା ରହିଛି ବୋଲି ସେ କହିଚନ୍ତି। ଲାଲବାହାଦୂର ଶାସ୍ତ୍ରୀ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ମ୍ୟାନେଜମେଣ୍ଟ ଦ୍ୱାରା ଆୟୋଜିତ ସ୍ୱତନ୍ତ୍ର ସମାରୋହରେ ଇନ୍‍ଫୋସିସ୍‍ ଫାଉଣ୍ଡେସନ୍‍ ଅଧ୍ୟକ୍ଷ ସୁଧା ମୂର୍ତ୍ତିଙ୍କୁ ଲାଲବାହାଦୂର ଶାସ୍ତ୍ରୀ ନ୍ୟାସନାଲ୍‍ ଆୱାର୍ଡ୍‍ ଫର ଏକ୍ସଲେନ୍ସ ୨୦୨୦ ପ୍ରଦାନ କରାଯାଇଛି। ଏହି ଅବସରରେ ଉପରାଷ୍ଟ୍ରପତି ଶ୍ରୀ ନାଇଡୁ ଭର୍ଚୁଆଲ୍‍ ମାଧ୍ୟମରେ ଉଦବୋଧନ ଦେଇ କହିଛନ୍ତି, ସମଗ୍ର ବିଶ୍ୱ ବିଶେଷ କରି ଦକ୍ଷିଣ ଏସିଆରେ ଶାନ୍ତି, ଦାରିଦ୍ର୍ୟ ଦୂରିକରଣ, ସାମାଜିକ ଓ ଅର୍ଥନୈତିକ ବିକାଶ କ୍ଷେତ୍ରରେ ଆଗେଇ ଆସିବା ଉଚିତ୍‍। ଆତଙ୍କବାଦର ମୂଳୋତ୍ପାଟନ ପାଇଁ ମିଳିତ ଉଦ୍ୟମର ଆବଶ୍ୟକତା ଉପରେ ଶ୍ରୀ ନାଇଡୁ ଗୁରୁତ୍ୱାରୋପ କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories