www.samajalive.in
Saturday, December 6, 2025
15.1 C
Bhubaneswar

ଡ୍ରଗ୍ସ ଲିଙ୍କ ଘଟଣା ; ଗିରଫ ହେଲେ ଲୋକପ୍ରିୟ କମେଡି କୁଇନ ଭାରତୀ ସିଂହଙ୍କ ସ୍ୱାମୀ ହର୍ଷ

ମୁମ୍ବଇ : ବଲିଉଡ ଡ୍ରଗ୍ସ ଲିଙ୍କ ମାମଲାରେ ଲୋକପ୍ରିୟ କମେଡି କୁଇନ ଭାରତୀ ସିଂହଙ୍କ ସ୍ୱାମୀ ହର୍ଷ ଲିମ୍ବାଚିୟାଙ୍କୁ ଏନସିବି (ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ) ଗିରଫ କରିଥିବା ଜଣାପଡ଼ିଛି। ଗତକାଲି ବହୁ ସମୟ ଜେରା ପରେ ହର୍ଷଙ୍କୁ ଏନସିବି ଗିରଫ କରିଛି। ଭାରତୀଙ୍କ ମୁମ୍ବଇ ଅଂଧେରୀ ଘର ଓ କାର୍ଯ୍ୟାଳୟରେ ଏନସିବି ଦ୍ୱାରା ଚଢାଉ କରାଯାଇଥିଲା। ଏହାସହ ଉଭୟ ସ୍ଥାନରୁ ୮୬.୫ ଗ୍ରାମ ଗଞ୍ଜେଇ ମଧ୍ୟ ଜବତ କରିଥିଲା। ଭାରତୀ ଓ ତାଙ୍କ ସ୍ୱାମୀ ଉଭୟ ଗଞ୍ଜେଇ ବ୍ୟବହାର କରୁଥିଲେ ମଧ୍ୟ ସ୍ୱୀକାର କରିଥିଲେ।


ସୂଚନା ଯୋଗ୍ୟ , ଗତକାଲି କମେଡି କୁଇନ୍‌ ଭାରତୀଙ୍କୁ  (ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ) ଏନସିବିଗିରଫକରିଥିଲା। ଡ୍ରଗ୍ସ ମାମଲାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ସକ୍ରିୟ ରହିବା ସହ ଶନିବାର ମୁମ୍ବଇରେ ଏନସିବି ୩ଟି ସ୍ଥାନରେ ଚଢ଼ାଉ କରିଥିଲା। କମେଡ଼ିଆନ୍ ଭାରତୀ ସିଂହ ଏବଂ ତାଙ୍କ ସ୍ବାମୀ ହର୍ଷ ଲିମ୍ବାଚିଆଙ୍କ ଘରେ ଚଢ଼ାଉ କରିବା ସମୟରେ (ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ) ଏନସିବି ତାଙ୍କ ଘରୁ ଗଞ୍ଜେଇ ଜବତ କରିଥିଲା। ଏହାପରେ ଭାରତୀ ଏବଂ ତାଙ୍କ ସ୍ବାମୀ ହର୍ଷଙ୍କୁ ଏନସିବି ସମନ କରିଥିଲା। ପଚରାଉଚୁରା ସମୟରେ ଏନସିବିକୁ ତାଙ୍କୁ ଘରୁ ଉଦ୍ଧାର ହୋଇଥିବା ଗଞ୍ଜେଇର ସଠିକ ଉତ୍ତର ଦେଇ ନପାରିବାରୁ ଭାରତୀଙ୍କୁ (ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ) ଏନସିବି ଗିରଫ କରିଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories