www.samajalive.in
Saturday, December 6, 2025
19.1 C
Bhubaneswar

ଅତାବିରାରେ କଫ ସିରପ ଜବତ, ୩ ଗିରଫ ଓ କୋର୍ଟ ଚାଲାଣ

ରେଙ୍ଗାଲି କ୍ୟାମ୍ପ :  ଅସାମାଜିକ ତଥା ନିଶା କାରବାରରେ ଜଡ଼ିତ ଥିବା ବ୍ୟକ୍ତିଙ୍କ ଉପରେ ଏବେ ନୂତନ ଭାବେ ଦାୟିତ୍ଵ ଗ୍ରହଣ କରିଥିବା ଅତାବିରା ଥାନା ଅଧିକାରୀଙ୍କ ନଜର  ରହିଛି।  ଗତକାଲି ୩ ଜଣ ନିଶା କାରବାର କରୁଥିବା ଅଭିଯୁକ୍ତଙ୍କ ଠାରୁ ସେ ୧୫ଟି ସିଲ୍ ଥିବା ଓ ୪ଟି ସିଲ୍ ନଥିବା ଅସ୍କଫ କଫସିରପ, ଗୋଟିଏ ଷ୍ଟ୍ରିପ ଆଲପ୍ରସ୍କ୍ ଟାବେଲେଟ ୦.୫ଏମ ଜି, ଗୋଟିଏ ହିରୋ ଗ୍ଲେମର ଗାଡ଼ି ସହ ତିନୋଟି ମୋବାଇଲ ଫୋନ ଓ ୫୯୨୦ ଟଙ୍କା ଜବତ କରିଛନ୍ତି । ଏଥିସହିତ ଲିପ୍ତ ଥିବା ତିନିଜଣ ଅଭିଯୁକ୍ତ ରୋସନ୍ ତ୍ରିପାଠୀ, ଏମ୍ ଡି ଇମ୍ରାନ ଖାନ୍ ଓ ପ୍ରକାଶ ଦାଶଙ୍କୁ ଗିରଫ କରି ତାଙ୍କ ବିରୋଧରେ ଏକ କେସ ରୁଜୁ କରି ଆଜି କୋର୍ଟ ଚାଲାଣ କରାଯାଇଛି।

ବହୁ ଦିନରୁ ଏଇ ଅଭିଯୁକ୍ତମାନେ ନିଶା କାରବାରରେ ଲିପ୍ତ ଥିବା ଜାଣି ପୋଲିସ ଏମାନଙ୍କୁ ଧରିବା ପାଇଁ ଚାରିଆଡେ ଜାଲ ବିଛାଇ ଥିଲା। ଗତକାଲି ଏମାନେ ବିଜେରେ ଯାଉଥିବା ବେଳେ  ଥାନା ଅଧିକାରୀ ଦିଲିପ୍ ବେହେରା ସଦଳବଳ ସହ ଘେରି ଧରିଥିଲେ। ଏମିତି ପୋଲିସର କାର୍ଯ୍ୟ ତତ୍ପରତା ଲାଗି ରହିଲେ ଅଞ୍ଚଳରେ ବଢୁଥିବା ମଦ, ସଟା, ଜୁଆ ଆଦିର କାରବାର କିଛିଟା ବନ୍ଦ ହୋଇପାରିବ ବୋଲି ଅଞ୍ଚଳବାସୀଙ୍କ ମନରେ ଆଶା ସଂଚାର ହୋଇଛି। ତେବେ ଏହି ଅଭିଯୁକ୍ତମାନଙ୍କ ସହ ସଂଶ୍ଳିଷ୍ଟ ଥିବା ଅନ୍ୟ ବ୍ୟକ୍ତି ତଥା ଏସବୁ ଜିନିଷ ଏମାନେ କେଉଁଠାରୁ ଆଣୁଥିଲେ ଏହିସବୁ ମୂଳ ଉତ୍ପାଟନ କରିବା ପାଇଁ ପୋଲିସ ଅଧିକରୁ ଅଧିକ ତଦନ୍ତ ଜାରି ରଖିଛି।

Hot this week

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

Related Articles

Popular Categories