www.samajalive.in
Sunday, December 7, 2025
15.1 C
Bhubaneswar

କେନ୍ଦ୍ରୀୟ ଅର୍ଥରାଶି ଏସଡ଼ିଆରଏଫ୍ ପାଣ୍ଠିରୁ ଅଗ୍ରୀମ ୬୪୧.୬ କୋଟିକୁ ବାତ୍ୟା ପ୍ରଭାବିତଙ୍କ ପାଇଁ ବ୍ୟବହାର କରାଯାଉ – ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର: ମଇ ୧ରେ ଓଡିଶାକୁ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠି(ଏସଡ଼ିଆରଏଫ)ରୁ କେନ୍ଦ୍ରୀୟ ଅଂଶର ପ୍ରଥମ କିସ୍ତି ଭାବରେ ଜାରୀ ଅଗ୍ରୀମ ୬୪୧.୬ କୋଟିକୁ ବାତ୍ୟା ପ୍ରଭାବିତଙ୍କ ପାଇଁ ବ୍ୟବହାର କରାଯିବା ଉପରେ ଟ୍ୱିଟ୍ ଯୋଗେ ମତପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ଶ୍ରୀ ପ୍ରଧାନ ଟ୍ୱିଟରରେ ଉଲ୍ଲେଖ କରିଛନ୍ତି ଯେ ସାମୁଦ୍ରିକ ବାତ୍ୟା ‘ୟସ’ ଦ୍ୱାରା ଓଡ଼ିଶାରେ ଉଭୟ ଜୀବନ ଜୀବିକା ପ୍ରଭାବିତ ହୋଇଛି। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ପରାମର୍ଶ କ୍ରମେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓଡ଼ିଶାକୁ ମଇ ୧ରେ ଏସଡ଼ିଆରଏଫ ପାଣ୍ଠିରୁ କେନ୍ଦ୍ରୀୟ ଅଂଶର ପ୍ରଥମ କିସ୍ତି ଭାବରେ ଅଗ୍ରୀମ ୬୪୧.୬ କୋଟି ଟଙ୍କା ପ୍ରଦାନ କରିଛନ୍ତି। ଜୀବନଜୀବିକା ଏବଂ ଅର୍ଥନୀତି ଉପରେ ସାମୁଦ୍ରିକ ବାତ୍ୟା ‘ୟଶ’ର ପ୍ରଭାବ ପରିପ୍ରେକ୍ଷୀରେ ମୁଁ ଦୃଢ଼ ବିଶ୍ୱାସ ଯେ ଓଡ଼ିଶା ସରକାର ବାତ୍ୟା ଦ୍ୱାରା ପ୍ରଭାବିତ ଲୋକଙ୍କୁ ରିଲିଫ, ଉଦ୍ଧାର, ପୁନରୁଦ୍ଧାର ଓ ଆନୁଷଙ୍ଗିକ ସହାୟତା ପାଇଁ ଏହି ପାଣ୍ଠିର ସୁଦୂପଯୋଗ କରିବେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଓଡ଼ିଶାବାସୀଙ୍କ ସୁରକ୍ଷା ଏବଂ କଲ୍ୟାଣ ପାଇଁ ପ୍ରତିଶ୍ରୁତିବଦ୍ଧ। ଏହି ଆର୍ଥିକ ସହାୟତା ଓଡ଼ିଶା ସରକାରଙ୍କୁ ବାତ୍ୟାର ପରବର୍ତ୍ତି ସମୟରେ ଜୀବନଜୀବିକାକୁ ପୁନରୁଦ୍ଧାର କରିବାରେ ନିରନ୍ତର ସହଯୋଗ କରିବ ବୋଲି ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି।

- Advertisement -

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories