www.samajalive.in
Saturday, December 6, 2025
17.1 C
Bhubaneswar

ଦୁନିଆର ସବୁଠାରୁ ମହଙ୍ଗା ବିରିୟାନୀ ; ଏଥିରେ ରହିଛି ୨୩ କ୍ୟାରେଟର ସୁନା; ଦାମ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଅଧିକାଂଶ ଲୋକଙ୍କୁ ବିରିୟାନୀ ଖାଇବା ଖୁବ ପସନ୍ଦ। ମାତ୍ର ଦୁନିଆର ସବୁଠାରୁ ମହଙ୍ଗା ବିରିୟାନୀ ବିଷୟରେ ଜାଣିଛନ୍ତି କି? ଏଥିରେ ଖାଦ୍ୟ ଯୋଗ୍ୟ ୨୩ କ୍ୟାରେଟ ସୁନାର ଆସ୍ତରଣ ରହିଛି। ଏହାକୁ ଦୁନିଆର ସବୁଠାରୁ ମହଙ୍ଗା ବିରିୟାନୀର ଆଖ୍ୟା ଦିଆଯାଇଛି। ଏହି ବିରିୟାନୀର ନାମ ହେଉଛି ଦ ରୟାଲ ଗୋଲ୍ଡ ବିରିୟାନୀ। ( the royal gold biriyani) ଜାଣନ୍ତୁ ଏହି ବିରିୟାନୀ ବିଷୟରେ….
ଦ ରୟାଲ ଗୋଲ୍ଡ ବିରିୟାନୀକୁ ସୁନାର ଥାଳିରେ ପରଷା ଯାଇଥାଏ। ନିଜର ପସନ୍ଦିଆ ଚାଉଳ ମଧ୍ୟରୁ ଚାଉଳ ଚୟନ କରିବାକୁ ଦିଆଯାଇଥାଏ। ସେହି ଚାଉଳକୁ ବ୍ୟବହାର କରି ବିରିୟାନୀ ପ୍ରସ୍ତୁତ କରି ଆପଣଙ୍କୁ ପରଷା ଯାଇଥାଏ। ଏହାସହ ଆଳୁର ଏକ ସ୍ୱତନ୍ତ୍ର ବ୍ୟଞ୍ଜନ, ସିଝା ଅଣ୍ଡା, ଛଣା କାଜୁ, ଡାଳିମ୍ବ, ଭଜା ପିଆଜ ଓ ପୁଦିନା ମଧ୍ୟ ଦିଆଯାଇଥାଏ।
ଏହି ବିରିୟାନୀର ଓଜନ ପ୍ରାୟ ୩ କିଲୋଗ୍ରାମ। କେସର ମିଶ୍ରିତ ଭାତ ଉପରେ ଏକ ପ୍ରକାର କବାବ, ରାଜପୁତ ଚିକେନ କବାବ, କୋଫତା, ମଲାଇ ଚିକେନ, ଅନ୍ୟ କିଛି ପ୍ରସିଦ୍ଧ ସ୍ଥାନର ଖାଦ୍ୟ ଜିନିଷ ମଧ୍ୟ ଦିଆଯାଇଥାଏ। ବିରିୟାନୀ ଥାଳି ସହ ବିଭିନ୍ନ ପ୍ରକାର ଚଟଣୀ, ସସ ମଧ୍ୟ ଦିଆଯାଇଥାଏ।
ବିଭିନ୍ନ ଚଟଣି ଓ ସସ ସହ ରୟାଲ ବିରିୟାନୀ ପ୍ଲେଟରେ ପରଷା ହୋଇ ଆସିବା ପରେ ଏହା ଉପରେ ଥିବା ୨୩ କ୍ୟାରେଟ ସୁନାର ଆସ୍ତରଣ ଲଗାଯାଇଥାଏ।
ଏହି ବିରିୟାନୀ ଦୁବାଇର ଏକ ସ୍ୱତନ୍ତ୍ର ରେସ୍ତୋରାଁରେ ପ୍ରସ୍ତୁତ କରାଯାଉଛି। ବିରିୟାନୀର ଗୋଟେ ଥାଳିର ମୂଲ୍ୟ ୧୦୦୦ଦୀନାର। ଯାହା ଭାରତୀୟ ମୁଦ୍ରାରେ ୧୯,୭୦୭ ଟଙ୍କା ପ୍ରାୟ। ଏହି ବିରିୟାନୀ ସ୍ୱାଦର ମଜା ନେବାକୁ ହେଲେ ଆପଣଙ୍କୁ ଦୁବାଇ ଭ୍ରମଣରେ ଯିବାକୁ ପଡିବ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories