www.samajalive.in
Saturday, December 6, 2025
14.1 C
Bhubaneswar

ପଶ୍ଚିମବଙ୍ଗ: ବିଧାନସଭା ନିର୍ବାଚନ ପୂର୍ବରୁ ପଦ୍ମ ଧରିଲେ ଅଭିନେତ୍ରୀ ପାୟଲ ସରକାର

କଲକତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ସମସ୍ତ ରାଜନୈତିକ ଦଳ ନିଜକୁ ମଜବୁତ କରିବାରେ ଲାଗିଛନ୍ତି। ନିର୍ବାଚନ ଜିତିବା ପାଇଁ ବିଜେପି ମଧ୍ୟ ନିଜର ସମ୍ପୂର୍ଣ୍ଣ ଶକ୍ତି ଲଗାଇଦେଇଛି। ପ୍ରାର୍ଥୀମାନେ ମଧ୍ୟ ନିର୍ବାଚନ ପୂର୍ବରୁ ନିଜ ପ୍ରିୟ ଦଳ ଆଡ଼କୁ ମୁହାଁଉଛନ୍ତି। ଇତି ମଧ୍ୟରେ ଅଭିନେତ୍ରୀ ପାୟଲ ସରକାର ବିଜେପିରେ ସାମିଲ ହୋଇଛନ୍ତି। ଗୁରୁବାର କଲକତା ସ୍ଥିତ ଏକ କାର୍ଯ୍ୟକ୍ରମରେ ପାୟଲ ବିଜେପିରେ ସାମିଲ ହୋଇଛନ୍ତି। ଏହି କାର୍ଯ୍ୟକ୍ରମରେ ରାଜ୍ୟ ପାର୍ଟି ମୁଖ୍ୟ ଦିଲୀପ ଘୋଷ ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉପସ୍ଥିତ ଥିଲେ।

- Advertisement -

ପାୟଲ ଟଲିଉଡ଼ର ଜଣେ ଜଣାଶୁଣା ଅଭିନେତ୍ରୀ। ସେ ଲୋକପ୍ରିୟ ବଙ୍ଗାଳୀ ପତ୍ରିକା ‘ଉନିଶ କୁରି’ର କଭର ପେଜରେ ସ୍ଥାନ ପାଇଛନ୍ତି। ୨୦୧୦ରେ ସେ ’ଲେ ଚକ୍କା’ ଚଳଚ୍ଚିତ୍ର ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଆନନ୍ଦଲୋକ ପୁରସ୍କାର ଲାଭ କରିଥିଲେ। ୨୦୦୪ରେ ସେ ନିଜ କ୍ୟାରିୟର ଆରମ୍ଭ କରିଥିଲେ। ଲୋକପ୍ରିୟ ନିର୍ଦେଶକ ଅନୁରାଗ ବାସୁଙ୍କ ହିନ୍ଦୀ ଧାରାବାହିକ ଯଥା, ଲଭ୍‌ ଷ୍ଟୋରୀ, ୱକ୍ତ ଓ ଲେଡିଜ୍‌ ସ୍ପେଶଲରେ ମଧ୍ୟ ପାୟଲ ସରକାର କାମ କରିଛନ୍ତି।

 

 

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories