www.samajalive.in
Friday, December 5, 2025
20.1 C
Bhubaneswar

ପାଣି ପାଇଁ ତରସୁଥିଲେ ଗ୍ରାମବାସୀ, ହ୍ୟାଣ୍ଡପମ୍ପ ଲଗାଇଲେ ସୋନୁ ସୁଦ୍‍

ମୁମ୍ବଇ: ବଲିଉଡ଼ ଅଭିନେତା ସୋନୁ ସୁଦ୍‍ ଅନେକ ଥର ପ୍ରମାଣ କରିଛନ୍ତି ଯେ ସେ ଜଣେ ଭଲ ଅଭିନେତା ସାଙ୍ଗକୁ ବହୁତ ଭଲ ମଣିଷ ମଧ୍ୟ। କରୋନା ଲକ୍‍ଡାଉନ୍‍ ସମୟରେ ସେ ଅନେକ ଅସହାୟଙ୍କୁ ସାହାଯ୍ୟ କରିଥିଲେ। ଲକ୍‍ଡାଉନ୍‍ ପରେ ମଧ୍ୟ ଲୋକେ ସୋନୁଙ୍କୁ ନିଜ ସମସ୍ୟା ବିଷୟରେ ଜଣାଉଛନ୍ତି ଏବଂ ସୋନୁ ତା’ର ସମାଧାନ କରୁଛନ୍ତି। କିଛି ଲୋକ ତ ତାଙ୍କୁ ଭଗବାନ ବୋଲି ଆଖ୍ୟା ଦେଇଛନ୍ତି। ତେବେ ପୁଣି ଥରେ ସେ ତାଙ୍କ ମହାନପଣିଆର ପରିଚୟ ଦେଇଛନ୍ତି। ନିକଟରେ ସୋନୁ ଜଳ ପାଇଁ ତରସୁଥିବା ଗ୍ରାମବାସୀଙ୍କ ପାଇଁ ହ୍ୟାଣ୍ଡପମ୍ପ ଲଗାଇଛନ୍ତି। ଫଳରେ ବର୍ଷ ବର୍ଷ ଧରି ପାଣି ପାଇଁ ଅନେକ ସମସ୍ୟାର ସମ୍ମୁଖୀନ ହେଉଥିବା ଗ୍ରାମବାସୀଙ୍କ ମଚହଁରେ ହସ ଫୁଟିଛି।

ସୂଚନା ଅନୁସାରେ, ଜଣେ ବ୍ୟକ୍ତି ସାମାଜିକ ଗଣମାଧ୍ୟମ ଜରିଆରେ ସୋନୁଙ୍କୁ ନିବେଦନ କରିଥିଲେ ଯେ, ତାଙ୍କ ଗାଁରେ ଆଦୌ ପାଣି ଆସୁନାହିଁ। ଯଦ୍ୱାରା ସେଠାକାର ଲୋକମାନଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। ଏ ବିଷୟରେ ଜାଣିବା ପରେ ସୋନୁ ତାଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ।

- Advertisement -


ଉଲ୍ଲେଖଯୋଗ୍ୟ, ଉକ୍ତ ଗାଁରେ ହ୍ୟାଣ୍ଡପମ୍ପ ଲଗାଇବା କାର୍ଯ୍ୟ ଆରମ୍ଭ ହୋଇଯାଇଛି ଏବଂ ଖୁବଶୀଘ୍ର ସେଠାରେ ଲୋକଙ୍କ ପାଣି ସମସ୍ୟା ଦୂର ହୋଇଯିବ ବୋଲି ସୋନୁ ସୂଚନା ଦେଇଛନ୍ତି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories