www.samajalive.in
Monday, December 8, 2025
24.1 C
Bhubaneswar

ଭାରତ ୧୪୫ରେ ଅଲ୍‌ଆଉଟ୍‌ ପରେ ଇଂଲଣ୍ଡ ୮/୨

ଅହମ୍ମଦାବାଦ: ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ବୁଧବାରଠାରୁ ଭାରତ-ଇଂଲଣ୍ଡ ମଧ୍ୟରେ ଆରମ୍ଭ ହୋଇଥିବା ୩ୟ ଦିବାରାତ୍ର ଟେଷ୍ଟ ରୋମାଞ୍ଚକର ସ୍ଥିତିରେ ରହିଛି। ୨ୟ ଦିନ ଖେଳ ସରି ନ ଥିବାବେଳେ ଉଭୟ ଦଳର ପ୍ରଥମ ଇନିଂସ ବ୍ୟାଟିଂ ଶେଷ ହୋଇଯାଇଛି। ଅର୍ଥାତ ୨ଟି ଦିନରେ ୨୪ଟି ଉଇକେଟ୍‌ର ପତନ ହୋଇସାରିଛି। ଇଂଲଣ୍ଡ ପ୍ରଥମ ଇନିଂସରେ ୧୧୨ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା। ଏହାର ଜବାବରେ ଟିମ ଇଣ୍ଡିଆ ପ୍ରଥମ ଇନିଂସରେ ୧୪୫ ରନ୍‌ କରିବାକୁ ସକ୍ଷମ ହୋଇଛି। ୩୩ ରନରେ ପଛୁଆ ଥିବା ଭ୍ରମଣକାରୀ ଦଳ ଗୁରୁବାର ୨ୟ ଇନିଂସ ଖେଳ ଆରମ୍ଭ କରିଥିବାବେଳେ ୨ ଉଇକେଟ୍‌ ବିନିମୟରେ ୮ ରନ୍‌ ସଂଗ୍ରହ କରିଛି।

ଇଂଲଣ୍ଡ ପ୍ରଥମ ଇନିଂସରେ ମାତ୍ର ୧୧୨ ରନ୍‌ କରି ସମସ୍ତ ଉଇକେଟ୍‌ ହରାଇ ଦେଇଥିଲା। ଜାକ୍‌ କ୍ରଲେ ଏକମାତ୍ର ଖେଳାଳି ଭାବେ ୫୩ ରନ୍‌ ସଂଗ୍ରହ କରିବାରେ ସମର୍ଥ ହୋଇଥିଲେ। ଅନ୍ୟ ସମସ୍ତ ଖେଳାଳି ଭଲ ପ୍ରଦର୍ଶନ କରିପାରି ନ ଥିଲେ। ସେହିପରି ଟିମ୍‌ ଇଣ୍ଡିଆ ଏହାର ପ୍ରଥମ ଇନିଂସରେ ୧୪୫ ରନ୍‌ କରି ସମସ୍ତ ଉଇକେଟ୍‌ ହରାଇଥିଲା। ରୋହିତ ଶର୍ମା କେବଳ ୬୬ ରନ୍‌ କରିବାକୁ ସକ୍ଷମ ହୋଇଥିଲେ। ଅନ୍ୟ ସବୁ ବ୍ୟାଟ୍ସମ୍ୟାନ ଭଲ ସ୍କୋର କରିବାରେ ବିଫଳ ହୋଇଥିଲେ। ଇଂଲଣ୍ଡ ପକ୍ଷରୁ ଅଧିନାୟକ ଜୋ ରୁଟ୍‌ ୫ଟି ଏବଂ ଜ୍ୟାକ୍‌ ଲିଚ୍‌ ୪ଟି ଉଇକେଟ୍‌ ନେଇଥିଲେ। ଜୋଫ୍ରା ଆର୍ଚର ଗୋଟିଏ ଉଇକେଟ୍‌ ଅକ୍ତିଆର କରିଥିଲେ।

- Advertisement -

ଇଂଲଣ୍ଡ ଏହାର ୨ୟ ଇନିଂସ ଖେଳ ଆରମ୍ଭ କରିଛି। ୩.୧ ଓଭରରେ ଦଳ ୨ ଉଇକେଟ୍‌ ହରାଇ ୮ ରନ୍‌ ସଂଗ୍ରହ କରିଛି। ସ୍ପିନର ଅକ୍ଷର ପଟେଲ ୨ଟି ଯାକ ଉଇକେଟ୍‌ ହାସଲ କରିଛନ୍ତି।

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories