www.samajalive.in
Saturday, December 6, 2025
14.1 C
Bhubaneswar

ଏମ୍ସରେ ଭାରତ ପ୍ରସ୍ତୁତ କରୋନା ଟୀକାର ମାନବ ପରୀକ୍ଷଣ ଆରମ୍ଭ

ନୂଆଦିଲ୍ଲୀ: ସ୍ଥାନୀୟ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥା (ଏମ୍ସ)ରେ ଆରମ୍ଭ ହୋଇଛି ଭାରତ ପ୍ରସ୍ତୁତ କରୋନା ଟୀକା କୋଭାକ୍ସିନର ପରୀକ୍ଷା । ଏହାର ପ୍ରଥମ ଟୀକା ଜଣେ ୩୦ ବର୍ଷର ଯୁବକଙ୍କୁ ଦିଆଯାଇଛି । ଯେଉଁ ଯୁବକଙ୍କୁ ଏହି ଟୀକା ଦିଆଯାଇଛି ତାଙ୍କଠାରେ ଏହାର କୌଣସି ନକରାତ୍ମକ ପ୍ରତିକ୍ରିୟା ଦେଖିବାକୁ ମିଳିନାହିଁ । ଆଜି ଅପରାହ୍ନରେ ଏହି ଟୀକା ତାଙ୍କୁ ଦିଆଯାଇଥିଲା  । ପ୍ରାୟ ୨ ଘଣ୍ଟା ତାଙ୍କୁ ଡ଼ାକ୍ତରଖାନାରେ ସର୍ବେକ୍ଷଣରେ ରଖାଯାଇଥିଲା ଏବଂ ଏହାପରେ ତାଙ୍କୁ ଘରକୁ ପଠାଇ ଦିଆଯାଇଛି ।

ଏମ୍ସ ଭେକସିନ (ଟୀକା) ବିଭାଗ ମୁଖ୍ୟ ଡ଼ା. ସଞ୍ଜୟ ରାୟଙ୍କ ସୂଚନା ଅନୁସାରେ ଆଜି ପ୍ରଥମଥର ପାଇଁ ଜଣେ ବ୍ୟକ୍ତିଙ୍କଠାରେ ଏହାର ପରୀକ୍ଷଣ କରାଯାଇଛି । ତାଙ୍କୁ ଘରକୁ ପଠାଯାଇଛି ଏବଂ ଆଗାମୀ ୭ ଦିନ ପର୍ଯ୍ୟନ୍ତ ତାଙ୍କୁ ଡ଼ାକ୍ତରୀ ତତ୍ବାବଧାନରେ ରଖାଯିବ । ଆସନ୍ତାକାଲି ଆଉ ୬ ଜଣଙ୍କଠାରେ ପରୀକ୍ଷାମୂଳକ ଟୀକା ପ୍ରଦାନ କରାଯିବ । ଆଜି ଟୀକା ଦିଆଯାଇଥିବା ବ୍ୟକ୍ତିଙ୍କ ସ୍ବାସ୍ଥ୍ୟ ମାନଦଣ୍ଡ ସ୍ବାଭାବିକ ଓ ତାଙ୍କୁ କୌଣସି ରୋଗ ହୋଇନାହିଁ । ୦.୫ ମିଲିମିଟର ପ୍ରଥମ ଡ଼ୋଜ ତାଙ୍କୁ ଦିଆଯାଇଛି ।

- Advertisement -

କୋଭାକ୍ସିନର ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ ନିମନ୍ତେ ଏମ୍ସ ସମେତ ୧୨ ସଂସ୍ଥାକୁ ମନୋନୀତ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ୩୭୫ ଲୋକଙ୍କୁ ଟୀକା ଦିଆଯିବ ଏବଂ ସେମାନଙ୍କ ମଧ୍ୟରୁ ୧୦୦ ଜଣଙ୍କୁ କେବଳ ଏମ୍ସ ଟୀକା ଲଗାଇବ। ଦ୍ବିତୀୟ ପର୍ଯ୍ୟାୟରେ ୧୨ ସଂସ୍ଥା ୭୫୦ ଲୋକଙ୍କୁ ଟୀକା ଦେବେ । ପ୍ରଥମ ପର୍ଯ୍ୟାୟରେ ଟୀକାଦାନ ସମୟରେ ୧୮ରୁ ୫୫ ବର୍ଷର ବ୍ୟକ୍ତିମାନଙ୍କୁ ବଛାଯାଇଛି । ଯେଉଁମାନଙ୍କଠାରେ ଅନ୍ୟ କୌଣସି ରୋଗ ନାହିଁ । ଦ୍ବିତୀୟ ପର୍ଯ୍ୟାୟରେ ୧୨ରୁ ୬୫ ବର୍ଷର ୭୫୦ ସୁସ୍ଥ ଲୋକଙ୍କୁ ଟୀକା ଦିଆଯିବ ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories