www.samajalive.in
Thursday, December 11, 2025
14.1 C
Bhubaneswar

ରେଳ ମାନଚିତ୍ରରେ ଯୋଡି ହେଲା କେନ୍ଦ୍ରାପଡା, ଗଡ଼ିଲା ପରୀକ୍ଷାମୂଳକ ପାସେଞ୍ଜର ଟ୍ରେନ୍‍

କେନ୍ଦ୍ରାପଡ଼ା: ବହୁ ପ୍ରତୀକ୍ଷିତ ହରିଦାସପୁର-ପାରାଦୀପ ରେଳପଥରେ ଯାତ୍ରୀବାହୀ ଟ୍ରେନ୍‍ ଶୁକ୍ରବାର ଗଡ଼ିଛି। ତେଣୁ କେନ୍ଦ୍ରାପଡ଼ା ଜିଲାକୁ ଏଣିକି ଲୋକମାନେ ଟ୍ରେନରେ ଆସିପାରିବେ। ହରିଦାସପୁରଠାରୁ ପାରାଦୀପ ପର୍ଯ୍ୟନ୍ତ ଦୀର୍ଘ ୮୨ କିଲୋମିଟର ଲମ୍ବର ବ୍ରଡଗେଜ ରେଳପଥର ନିର୍ମାଣ କାର୍ଯ୍ୟ ସରିଥିଲା। ହେଲେ ରେଳ ଚଳାଚଳ ହୋଇ ନ ଥିଲା। ଯାହାକୁ ନେଇ ବୁଦ୍ଧିଜୀବୀମାନେ ସମାଲୋଚନା କରୁଥିଲେ। ନିକଟରେ ଏହାକୁ ନେଇ ଦୁଇ ରାଜନୈତିକ ଦଳ ମଧ୍ୟରେ ଟଣା ଓଟରା ହୋଇଥିଲେ। ରେଳପଥର ଶ୍ରେୟ ନେବାକୁ ଉଭୟ ଦଳ ଅଣ୍ଟା ଭିଡିଥିଲେ।

- Advertisement -

ଶ୍ରୁକବାର ୭ଟି ଯାତ୍ରୀବାହୀ ବଗି ଲାଗିଥିବା ଏକ ଟ୍ରେନ୍‍ ହରିଦାସପୁରଠାରୁ ମାର୍ଶାଘାଇ ରୋଡ ପର୍ଯ୍ୟନ୍ତ ଆସିଥିଲା। ଏହା ସହ ପୁଣି ମାର୍ଶାଘାଇରୁ ହରିଦାସପୁରକୁ ଫେରି ଯାଇଥିଲା। ପୂର୍ବରୁ ପ୍ରାୟ ୮/୧୦ଥର କେବଳ ରେଳ ଇଞ୍ଜିନ ଏହି ବ୍ରଡଗଜ ରେଳପଥରେ ପରୀକ୍ଷାମୂଳକ ଭାବେ ଗଡିଥିଲା। ହେଲେ ବଗି ଲାଗିଥିବା ଟ୍ରେନ୍‍ ଗଡି ନ ଥିଲା। ପରୀକ୍ଷାମୂଳକ ଭାବେ ଏହି ଟ୍ରେନରେ ଆରଭିଏନଏଲର ଜେଜିଏମ ଏସ.କେ.ନାୟକ, ଡିଜିଏମ ରାଜୀବ ରଞ୍ଜନ ପଣ୍ଡା, ମ୍ୟାନେଜର(ଇଲେକ୍ଟ୍ରିକାଲ) ଏସ. କେ. ଘୋଷ, ଏଜିଏମ(ଇଲେକ୍ଟ୍ରିକାଲ) ଶିବରାମ ବେହେରା, ପ୍ରୋଜେକ୍ଟ ଇଞ୍ଜିନିଅର (ଇଲେକ୍ଟ୍ରିକାଲ) ରବିରଞ୍ଜନ ଝା ପ୍ରମୁଖ ଯାତ୍ରା କରିଥିଲେ।

ବିଭାଗୀୟ ଅଧିକାରୀମାନେ ଏହି ଅବସରରେ ଗଣମାଧ୍ୟମକୁ କହିଥିଲେ ଯେ ଆଜି ପରୀକ୍ଷା ମୂଳକ ଭାବେ ଟ୍ରେନ୍‍ ଗଡିଛି। ରେଳ ଗାଡି କୌଣସି ନୂଆ ଟ୍ରାକରେ ଗଡିବା ପୂର୍ବରୁ ଟ୍ରାକ ଠିକ ଅଛିକି ନାହିଁ ତାହା ପରୀକ୍ଷା କରାଯାଇଥାଏ। ପ୍ରାଥମିକ ପର୍ଯ୍ୟାୟରେ କେବଳ ଇଞ୍ଜିନ ଗଡ଼ିଥାଏ। ଯାହା ପୂର୍ବରୁ ସରିଛି। ପରେ ବଗି ସହ ଇଞ୍ଜିନ ଗଡିଥାଏ। ଏହାସହ ପ୍ରଥମେ ଟ୍ରେନ୍‍ ଗଡିଲେ କେବଳ ବିଭାଗୀୟ ଅଧିକାରୀମାନେ ଯାତ୍ରା କରନ୍ତି। କାରଣ ସେ ପରୀକ୍ଷା କରନ୍ତି ଯେ ଟ୍ରାକରେ ଟ୍ରେନ୍‍ ଠିକ ଭାବେ ଗଡ଼ୁଛି କି ନାହିଁ। ସେହିପରି ଯାତ୍ରୀଙ୍କ ଜୀବନକୁ ରେଳବାଇ କେବେ ବିପନ୍ନ କରିବାକୁ ଦିଏ ନାହିଁ। ତେଣୁ ଏହିପରି ଭାବେ ପରୀକ୍ଷା କରାଯାଇଥାଏ ବୋଲି ରେଳବାଇ ଅଧିକାରୀମାନେ କହିଥିଲେ। ଏହି ରେଳପଥଟି ସମ୍ପୂର୍ଣ୍ଣ ଠିକ ଥିବା ପରୀକ୍ଷାରୁ ଜଣାପଡିବା ପରେ ଏହି ପଥଦେଇ ରେଳ ଚାଲିପାରିବ ବୋଲି ସେମାନେ କହିଥିଲେ। ଖୁବଶୀଘ୍ର ଏହି ରେଳପଥ ଦେଇ ଯାତ୍ରୀମାନେ ଯାତ୍ରା କରିପାରିବେ ବୋଲି ଅଧିକାରୀମାନେ କହିଥିଲେ। ଏହି ରେଳପଥରେ ରେଳ ଚାଲିବା ପରେ କେନ୍ଦ୍ରାପଡାବାସୀଙ୍କ ଦୀର୍ଘଦିନର ଆଶା ପୁରଣ ହୋଇପାରିଛି। ତେଣୁ କେନ୍ଦ୍ରାପଡ଼ାର ବିଭିନ୍ନ ମହଲରୁ ରେଳବାଇକୁ ଅଭିନନ୍ଦନ ଜ୍ଞାପନ କରାଯାଇଛି।

Hot this week

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

Related Articles

Popular Categories