www.samajalive.in
Saturday, December 6, 2025
15.1 C
Bhubaneswar

ଭାରତର ଦୁଇ ଜଣଙ୍କ ଉପରେ ଅକ୍ସଫୋର୍ଡର କରୋନା ଟିକା ପରୀକ୍ଷଣ

ପୁଣେ : କରୋନା ଟିକାକୁ ନେଇ ସାରା ବିଶ୍ୱରେ ପରୀକ୍ଷା ଚାଲିଥିବାବେଳେ ଭାରତର ଦୁଇ ଜଣଙ୍କ ଉପରେ କରୋନା ଟିକାର ପରୀକ୍ଷଣ ଆରମ୍ଭ ହୋଇସାରିଛି। ଅକ୍ସଫୋର୍ଡ ୟୁନିଭରସିଟିର ଦ୍ୱିତୀୟ/ତୃତୀୟ ପର୍ଯ୍ୟାୟର ଟିକାର କ୍ଲିନିକାଲ ପରୀକ୍ଷା ଶେଷ ହେବା ପରେ ପୁଣେର ଭାରତୀ ହସ୍ପିଟାଲରେ ଏହି ପରୀକ୍ଷା ଆରମ୍ଭ ହୋଇଛି। ଦୁଇ ଜଣଙ୍କୁ ପ୍ରଥମ ଡୋଜ ଦିଆଯାଇଛି। ଦୁଇ ଜଣଙ୍କ ମଧ୍ୟରେ ଜଣେ ୪୮ ବର୍ଷୀୟ ପୁଣେର ଏକ ଘରୋଇ ଡାକ୍ତରଖାନାର ସ୍ତ୍ରୀ ରୋଗ ବିଶେଷଜ୍ଞ ରହିବାବେଳେ ଅନ୍ୟ ଜଣେ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଥିବା ୩୨ ବର୍ଷୀୟ ଡକ୍ଟରେଟ୍।

ଟୀକାର ପ୍ରଥମ ଡୋଜ୍ ବୁଧବାର ରାତି ୧ଟା ୩୫ ମିନିଟ୍‌ରେ ୩୨ ବର୍ଷୀୟ ଡକ୍ଟରେଟ୍ ଙ୍କୁ ଦିଆଯାଇଥିବାବେଳେ ତାହାର ୧୫ ମିନିଟ ପରେ ରାତି ୧ଟା ୫୦ ମିନିଟ୍‌ ରେ ଦ୍ୱିତୀୟ ଜଣଙ୍କୁ ଅର୍ଥାତ୍ ୪୮ ବର୍ଷୀୟ ସ୍ତ୍ରୀ ରୋଗ ବିଶେଷଜ୍ଞଙ୍କୁ ଏହି ଟୀକା ଦିଆଯାଇଥିଲା। ଏହି ଟିକା ନେଇଥିବା ୪୮ ବର୍ଷୀୟ ସ୍ତ୍ରୀ ରୋଗ ବିଶେଷଜ୍ଞ ଦଶ ବର୍ଷ ପୂର୍ବେ ସ୍ୱାଇନ୍ ପ୍ଲୁ ଟିକା କ୍ଲିନିକାଲ ଟ୍ରାଏଲରେ ଅଂଶଗ୍ରହଣ କରିଥିଲେ।

- Advertisement -

ଟିକା ପରୀକ୍ଷା ସମୟରେ ବହୁ ସଂଖ୍ୟାରେ ଲୋକ ଏକତ୍ରିତ ହୋଇଥିଲେ। ପୁଣେର ଚାରୋଟି ସ୍ଥାନରେ ୨୫୦ରୁ ୩୦୦ ଲୋକ ଏକତ୍ରିତ ହୋଇଥିଲେ, ଯେଉଁଥିରୁ କିଛି ଲୋକଙ୍କୁ ସ୍କ୍ରିନିଂ ପାଇଁ ମନୋନୀତ କରାଯାଇଥିଲା। ଟୀକା ନେଇଥିବା ବିଶେଷଜ୍ଞ କହିଛନ୍ତି ଯେ, ଏହି ପରୀକ୍ଷଣରେ ଭାଗ ନେବାବେଳେ ମୁଁ ଆଦୌ ଉତ୍ସାହିତ ଅନୁଭବ କରୁ ନାହିଁ। କାରଣ ମୁଁ ଦେଖିଛି ଅନେକ ଲୋକ ଏହି ଭୂତାଣୁରେ ମୃତ୍ୟୁବରଣ କରିଛନ୍ତି। ଏହି ଭୂତାଣୁ ସହିତ ଲଢିବା ପାଇଁ ଟିକା ହେଉଛି ଏକମାତ୍ର ଉପାୟ।

ଏହି ଟିକା ୧୬୦୦ ଲୋକଙ୍କ ଉପରେ ପରୀକ୍ଷଣ କରାଯିବ ବୋଲି ସୂଚନା ମିଳିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories