www.samajalive.in
Saturday, December 6, 2025
14.1 C
Bhubaneswar

ଏପଟେ କରୋନା ସେପଟେ ଲଗାଣ ବର୍ଷା: ଲଗାମଛଡା ପନିପରିବା ଦର, ଚିନ୍ତାରେ ଖାଉଟି

ବଲାଙ୍ଗିର: ବଲାଙ୍ଗିରରେ ଦିନକୁ ଦିନ ପରିବା ଦର ଆକାଶ ଛୁଆଁ ହେବାରେ ଲାଗିଛି ।ଏପରେ କରୋନା ସେପଟେ ଲଗାଣ ବର୍ଷା ଯୋଗୁ ଲୋକେ ନାହିଁନଥିବା ସମସ୍ୟା ଭୋଗୁଥିବା ବେଳେ ପରିବା ଦର ଏବେ ଖାଉଟିକୁ ଚିନ୍ତାରେ ପକାଇଛି। ଆଳୁ ଠାରୁ ଆରମ୍ଭ କରି ଟମାଟୋ ଦର ଏବେ ବେଶୀ ରହିଥିବା ବେଳେ କରୋନା ସମୟରେ ଆଇଁଷ ଦର ମଧ୍ୟ ବଢିଛି। ଏମିତିରେ ସାଧାରଣ, ମଧ୍ୟବିତ୍ତ ପରିବାର ଚଲିବା କଷ୍ଟକର ହୋଇପଡିଛି। ଅନ୍ୟପକ୍ଷରେ ଜିଲା ପ୍ରଶାସନ ମଧ୍ୟ ଏହି ଦରକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।
କରୋନା ମହାମାରୀ ଯୋଗୁ ଗରୀବ ଓ ମଧ୍ୟବିତ୍ତ ଶ୍ରେଣୀର ଲୋକେ ଅଧିକ ପ୍ରଭାବିତ ହୋଇଛନ୍ତି। ଗତ କିଛି ମାସ ହେଲା ଲକଡାଉନ, ସଟଡାଉନ ଯୋଗୁ ବ୍ୟବସାୟ ଠିକ ଭାବେ ଚାଲୁନଥିବା ବେଳେ ଗତ କିଛି ଦିନ ହେଲା ବଲାଙ୍ଗିରରେ ଲଗାଣ ବର୍ଷା ବୋଝ ଉପରେ ନଳିତା ବିଡା ସଦୃଶ ହୋଇଛି । ଏଭଳି ଏକ ସଙ୍କଟ ସମୟରେ ଖାଇବା ସାମଗ୍ରୀ ଦର ବୃଦ୍ଧି ପ୍ରଭାବିତଙ୍କ ପାଇଁ ଏକ ବଡ ସମସ୍ୟା ସୃଷ୍ଟି କରିଛି । ବଲାଙ୍ଗିର ଜିଲାରେ ଥିବା ବିଭିନ୍ନ ବଜାରରୁ ମିଲିଥିବା ସୂଚନା ଅନୁସାରେ ମୁଖ୍ୟତଃ ପନିପରିବା ଦର ଏବେ ଲଗାମଛଡା ହୋଇଛି । ଆଳୁ କିଲୋ ପ୍ରତି ୩୫ ରୁ ୪୦ ଟଙ୍କା ରହିଥିବା ବେଳେ ଟମାଟୋ ଦର ୫୦ ରୁ ୬୦ ଥିବା ଜଣାପଡିଛି । ସେହିପରି ପିଆଜ ଦର ୩୦ ରୁ ୪୦ ରହିଥିବା ବେଳେ ଅନ୍ୟପନିପରିବା ଦର ମଧ୍ୟ ବେଶ ଅଧିକ ରହିଛି । ଭେଣ୍ଡି, କାଙ୍କଡ, ବାଇଗଣ ଦର ଖାଉଟି ଛୁଇଁପାରୁନଥିବା ବେଳେ ସକାଳ ହେଲେ ପରିବାରେ କ’ଣ ଖାଇବେ ସେ ନେଇ ଏବେ ଚିନ୍ତା ବଢିଚାଲିଛି। କେବଳ ପନିପରିବା ଦର କାହିଁକି ଆଇଁଷ ଦରର ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଲିଛି । ଛେଲି ମାଂସ ୫ଶହ ରୁ ୬ଶହଟଙ୍କା ହୋଇଥିବା ବେଳେ କୁକୁଡା ମାଂସ ଦର ୧୨୦ ରୁ ୧୫୦ ମଧ୍ୟରେ ରହିଛି । ମାଛ ଦର ମଧ୍ୟ ଶହେ ଟଙ୍କା ଉପରେ ରହିଥିବା ବେଳେ ସାଧାରଣତଃ ବର୍ଷା ସମୟରେ ମିଲୁଥିବା ପାଳଛତୁ ଦର ୨ଶହ ଟଙ୍କା ରହିଛି ।
ପନିପରିବା ଓ ଖାଇବା ଦ୍ରବ୍ୟ ଉପରେ ଜିଲା ପ୍ରଶାସନର ଲଗାମ କାମ କରୁନଥିବାରୁ ଜିଲାରେ ଏହିଭଳି ସ୍ଥିତି ଦେଖିବାକୁ ମିଲିଛି । ମନଇଚ୍ଛା ବ୍ୟବସାୟୀମାନେ କଳାବଜାରୀରେ ମାତିଥିବା ବେଳେ ବଜାର ଦର ଉପରେ ନିୟନ୍ତ୍ରଣ ରହୁନାହିଁ । କରୋନା ଭୟ ଓ ଲଗାଣ ବର୍ଷା ଯୋଗୁ ଚାଷୀ ମାନଙ୍କ ପରିବା ନଷ୍ଟ ହୋଇଥିବା ଦେଖିବାକୁ ମିଲିଛି । ଚାଷୀଙ୍କ ପରିବା ବଜାରକୁ ପହଞ୍ଚୁନଥିବା ବେଳେ ବାହାରୁ ଆସୁଥିବା ସାମଗ୍ରୀ ଦରକୁ ବଢାଇ ବେପାରୀ ମାନେ ବିକ୍ରୟ କରୁଛନ୍ତି। ପରିଣାମ ସ୍ୱରୂପ ଜିଲାରେ ଚଢାଦରରେ ଖାଇବା ସାମଗ୍ରୀ ବିକ୍ରୀ ହେଉଥିବା ଅଭିଯୋଗ ହୋଇଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories