www.samajalive.in
Saturday, December 6, 2025
17.1 C
Bhubaneswar

କରୋନା ଅପଡେଟ୍ : ଚୀନରେ ମୃତ୍ୟୁସଂଖ୍ୟା ୩,୨୧୩କୁ ବୃଦ୍ଧି

ବେଜିଂ : ଚୀନରେ କରୋନା ଭୂତାଣୁ ସଂକ୍ରମଣ ଜନିତ ମୃତ୍ୟୁସଂଖ୍ୟା ୩,୨୧୩କୁ ବୃଦ୍ଧି ପାଇଛି। ଭୂତାଣୁରେ ସଂକ୍ରମିତ ଆଉ ୧୪ଜଣ ଲୋକଙ୍କର ମୃତ୍ୟୁ ଘଟିଥିବାର ଖବର ମିଳିଛି। ସେହିପରି ଆଉ ୧୨ଜଣ ଲୋକ ସଂକ୍ରମିତ ହେବା ସହ ଅନ୍ୟମାନଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଥିବା ଲୋକଙ୍କ ସଂଖ୍ୟା ସୋମବାର ୧୨୩କୁ ଅତିକ୍ରମ କରିଯାଇଛି। ଯେଉଁ ବିଦେଶୀ ନାଗରିକମାନେ ବେଜିଂରୁ ଫେରୁଛନ୍ତି ସେମାନଙ୍କୁ ତୁରନ୍ତ ୧୪ଦିନ ପାଇଁ ପୃଥକ୍‍ ଆଇସୋଲେସନରେ ରଖାଯିବାକୁ ବାଧ୍ୟତାମୂଳକ କରାଯାଇଛି। ରବିବାର ସୁଦ୍ଧା ଆଉ ୧୪ଜଣ ଲୋକଙ୍କର ମୃତ୍ୟୁ ଘଟିବା ସହ ସଂକ୍ରମଣଜନିତ ମୃତ୍ୟୁସଂଖ୍ୟା ୩,୨୧୩ରେ ପହଞ୍ଚିଥିବା କଥା ଚୀନ୍‍ ଜାତୀୟ ସ୍ୱାସ୍ଥ୍ୟ କମିଶନ ଜଣାଇଛି।
ବେଜିଂର ସ୍ଥାନୀୟ ସରକାର ବିଦେଶରୁ ଆସୁଥିବା ଅନ୍ୟଦେଶଗୁଡ଼ିକର ନାଗରିକ ଓ ଦେଶର ନାଗରିକମାନଙ୍କୁ ପୃଥକ୍‍ କରି ରଖାଯିବା ପାଇଁ ସ୍ଥାପନ କରାଯାଇଥିବା ହସ୍ପିଟାଲକୁ ପଠାଉଛନ୍ତି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories