www.samajalive.in
Friday, December 5, 2025
20.1 C
Bhubaneswar

କରୋନା ଯୋଗୁଁ ଚୀନରେ ବଢିଛି ଛାଡପତ୍ର ମାମଲା, ଇଟାଲୀରେ ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ସଂଖ୍ୟା ବୃଦ୍ଧି

ନୂଆଦିଲ୍ଲୀ : କରୋନା ଭାଇରସ୍ ସମଗ୍ର ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି। ଏହି ବିପଜ୍ଜନକ ଭୂତାଣୁ ଏପର୍ଯ୍ୟନ୍ତ ଛଅ ହଜାରରୁ ଅଧିକ ଲୋକଙ୍କ ଜୀବନ ନେଇ ସାରିଛି। ଏଥିରେ ଲକ୍ଷ ଲକ୍ଷ ଲୋକ ସଂକ୍ରମିତ ହୋଇଛନ୍ତି। ବର୍ତ୍ତମାନ ଚାଇନାରେ ଅତ୍ୟନ୍ତ ଖରାପ ପରିସ୍ଥିତି ସୃଷ୍ଟି ହୋଇଛି। କରୋନା ଜୀବାଣୁ ଯୋଗୁଁ ସେଠାରେ ଲୋକମାନେ ଘରେ ବନ୍ଦୀ ଭାବେ ଜୀବନଯାପନ କରୁଛନ୍ତି।

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ବନ୍ଦୀ ଭାବ ଘରେ ସ୍ୱାମୀ ଏବଂ ସ୍ତ୍ରୀଙ୍କ ରହୁଥିବାରୁ ସେମାନଙ୍କ ମଧ୍ୟରେ ସମସ୍ୟା ଉପୁଜିଛି। ଆବଶ୍ୟକତା ଠାରୁ ଅଧିକ ସମୟ ପରସ୍ପର ସହିତ ଏକାଠି ଥିବାରୁ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବିବାଦ ଦେଖାଦେଇଛି। ଏହି କାରଣରୁ ଚୀନରେ ଛାଡପତ୍ର ମାମଲା ଅଧିକ ସଂଖ୍ୟାରେ ବୃଦ୍ଧି ପାଇବାରେ ଲାଗିଛି। ଚୀନର ଶିଚୁଆନ୍ ପ୍ରଦେଶରେ ମାତ୍ର ଏକ ମାସ ମଧ୍ୟରେ ୩ଶହରୁ ଅଧିକ ଦମ୍ପତି ଛାଡପତ୍ର ପାଇଁ ଆବେଦନ କରିଛନ୍ତି। କରୋନା ଭୂତାଣୁ ବିସ୍ତାର ହେବା ପରେ ଛାଡପତ୍ର ଆବେଦନ ସଂଖ୍ୟା ବୃଦ୍ଧି ପାଇଛି ବୋଲି ଚୀନ୍‌ର ଡାଝୌ ଅଞ୍ଚଳର ବିବାହ ପଞ୍ଜୀକରଣ କାର୍ଯ୍ୟାଳୟ ପକ୍ଷରୁ ସ୍ପଷ୍ଟ ହୋଇଛି।

- Advertisement -

ଚୀନ୍ ଭଳି ଇଟାଲୀରେ ମଧ୍ୟ ସ୍ଥିତି ସମାନ। ସେଠାରେ ମଧ୍ୟ କରୋନା ଭୂତାଣୁ ଭୟରେ ଲୋକମାନେ ଘରେ ବନ୍ଦୀ ଭାବରେ ରହିଛନ୍ତି। ଯଦିଓ ସେଠାରେ ଛାଡପତ୍ର ମାମଲା ବୃଦ୍ଧି ପାଇନାହିଁ, କିନ୍ତୁ ଇଣ୍ଟରନେଟର ବ୍ୟବହାରକାରୀ ସଂଖ୍ୟା ୭୦ ପ୍ରତିଶତ ବଢି ଯାଇଛି। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ସେଠାରେ ଘରେ ବନ୍ଦୀ ଥିବା ଲୋକମାନେ ୱେବ୍ ସିରିଜ୍ ଦେଖି ଏବଂ ଅନଲାଇନ୍ ରେ ଗେମ୍ ଖେଳି ସମୟ ବିତାଉଛନ୍ତି। ଟେଲିକମ୍ କମ୍ପାନୀ ଇଟାଲୀ ଏସପିଏ କହିଛି ଯେ କରୋନା ଯୋଗୁଁ ଇଟାଲୀରେ ଇଣ୍ଟରନେଟ୍ ସଂଯୋଗର ଚାହିଦା ବହୁ ଗୁଣାରେ ବୃଦ୍ଧି ପାଇଛି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories