www.samajalive.in
Saturday, December 6, 2025
16.1 C
Bhubaneswar

କରୋନା ସଂକ୍ରମଣ : ମୌଳିକ ପ୍ରତିଷେଧକ ବ୍ୟବସ୍ଥା ଅନୁସରଣ କରିବାକୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ପରାମର୍ଶ

ନୂଆଦିଲ୍ଲୀ : କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ଜନସାଧାରଣ କେତେକ ମୌଳିକ ପ୍ରତିଷେଧକ ବ୍ୟବସ୍ଥା ଅନୁସରଣ କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି।

-ଅଧିକ ଲୋକଙ୍କ ସମାବେଶ ହେଉଥିବା ସ୍ଥାନକୁ ଯାଆନ୍ତୁ ନାହିଁ
-ଯଦି କେହି କଫ, କାଶ ବା ଜ୍ୱରରେ ଆକ୍ରାନ୍ତ ହୋଇଥା’ନ୍ତି, ସେମାନଙ୍କଠାରୁ ନିରାପଦ ଦୂରତ୍ୱ ରକ୍ଷା କରନ୍ତୁ
-ହାତ ନ ଧୋଇ ନିଜର ଆଖି, ନାକ, ପାଟିକୁ ଛୁଅଁନ୍ତୁ ନାହିଁ
-ସର୍ବସାଧାରଣ ସ୍ଥାନରେ ଛେପ ପକାଇବାପାଇଁ ମଧ୍ୟ ବାରଣ କରାଯାଇଛି
-ବାରମ୍ବାର ସାବୁନରେ ହାତ ଧୋଇବା ସହ ଆବଶ୍ୟକ ପଡ଼ିଲେ ଆଲକୋହଲ୍‍ ଯୁକ୍ତ ସାନିଟାଇଜର ବ୍ୟବହାର କରନ୍ତୁ
-କାଶ ଓ ଛିଙ୍କବେଳେ ନିଜ ମୁହଁକୁ ରୁମାଲ୍‍ କିମ୍ବା ଟିସୁ ପେପର୍‍ ରେ ଘୋଡାଇ ରଖନ୍ତୁ
-ବ୍ୟବହୃତ ଟିସୁ ପେପର୍‍ ଓ ମାସ୍କକୁ ବନ୍ଦ୍‍ ଥିବା ଡଷ୍ଟବିନରେ ପକାନ୍ତୁ
-ଜ୍ୱର,କାଶ କିମ୍ବା ଶ୍ୱାସପ୍ରଶ୍ୱାସରେ କଷ୍ଟ ଅନୁଭବ କଲେ ତୁରନ୍ତ ଚିକିତ୍ସକଙ୍କ ସହ ପରାମର୍ଶ କରନ୍ତୁ
-ଡାକ୍ତରଙ୍କୁ ଦେଖାକରିବାକୁ ଯିବାବେଳେ ମୁହଁରେ ମାସ୍କ ବା କପଡ଼ାର ଆବରଣ ଦେବାକୁ ମନ୍ତ୍ରଣାଳୟ ପରାମର୍ଶ ଦେଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories