www.samajalive.in
Monday, December 15, 2025
14.1 C
Bhubaneswar

ଘରେ ଏହି ଜିନିଷଗୁଡ଼ିକ ପ୍ରତି ରୁହନ୍ତୁ ସାବଧାନ, ଲୁଚି ରହିପାରେ କରୋନା ଭୂତାଣୁ

କରୋନା ଭୟରେ ଲୋକଙ୍କୁ ଘରୁ ନ ବାହାରିବା ପାଇଁ ପରାମର୍ଶ ଦିଆଯାଉଛି। ବାହାରେ କରୋନା ସଂକ୍ରମିତ ହେବାର ଆଶଙ୍କା ସର୍ବାଧିକ। କିନ୍ତୁ ଆପଣ ଜାଣନ୍ତି କି, ଘରେ ମଧ୍ୟ ଅନେକ ସ୍ଥାନ ରହିଛି ଯେଉଁଠାରେ କରୋନା ଭୂତାଣୁ ଅତି ସହଜରେ ଲୁଚି ରହିପାରେ।

ଏକ ଗବେଷଣାରୁ ଜଣାପଡିଛି ଯେ, ଭୂତାଣୁ ରହିବା ପାଇଁ ଆମ ଘରେ ଅନେକ ଗୁପ୍ତ ସ୍ଥାନ ରହିଛି। ମଣିଷର କେଶଠାରୁ ପ୍ରାୟ ୯୦୦ ଗୁଣ ଅଧିକ ଭୁତାଣୁ ଘରର ଯେକୌଣସି ସ୍ଥାନରେ ରହିପାରିବେ।

- Advertisement -

-ପ୍ରତିଦିନ ବ୍ୟବହୃତ ଟାୱେଲ ଆପଣଙ୍କ ପାଇଁ ଏକ ବଡ଼ ବିପଦ ସାଜିପାରେ। ମୁହଁ, ହାତ, ପାଦ କିମ୍ବା ଶରୀରକୁ ପୋଛି ଦେଉଥିବା ଟାୱେଲରେ ସର୍ବାଧିକ ଭୂତାଣୁ ଏବଂ ଜୀବାଣୁ ଥାଏ।

-ରୋଷେଇ ଘରେ କିମ୍ବା ଅନ୍ୟ ସ୍ଥାନରେ କାମ କରିବା ସମୟରେ ହାତରେ ଗ୍ଲୋବସ୍ ପିନ୍ଧିବା ଉଚିତ୍। କିନ୍ତୁ ସେହି ଗ୍ଲୋବସ୍ ରେ ଜୀବାଣୁ ଏବଂ ଭୂତାଣୁ ଘର କରି ରହିଥାନ୍ତି। ସେଗୁଡିକ ବ୍ୟବହାର କରିବା ପରେ ସେଗୁଡିକୁ ଗରମ ପାଣି କିମ୍ବା ଭିନେଗାର ସାହାଯ୍ୟରେ ଧୋଇବା ଆବଶ୍ୟକ।

-ଯେଉଁ ତକିଆ ଉପରେ ଆପଣ ପ୍ରତିଦିନ ମୁଣ୍ଡ ଦେଇ ଶାନ୍ତିରେ ଶୋଇଥାନ୍ତି, ତାହା ମଧ୍ୟ ସୁରକ୍ଷିତ ନୁହେଁ। କାରଣରେ ତକିଆରେ ମଧ୍ୟ ଭୂତାଣୁ ଏବଂ ଜୀବାଣୁ ଲୁଚି ରହିପାରନ୍ତି। ତେଣୁ ତକିଆ ଖୋଳକୁ ନିୟମିତ ପରିବର୍ତ୍ତନ କରନ୍ତୁ ବା ଟାଣ ଖରାରେ ଶୁଖାନ୍ତୁ।

-ଘର ଭିତରେ ଥିବା ପରଦା, କାର୍ପେଟ କିମ୍ବା ମ୍ୟାଟ୍ ମଧ୍ୟ ସଂକ୍ରମଣର କାରଣ ହୋଇପାରେ। ତେଣୁ ସେଗୁଡିକୁ କିଛି ଦିନ ବ୍ୟବଧାନରେ ସଫା କରିବା ଉଚିତ୍।

-ପୋଷାକରେ ଭାଇରସ୍ ଲୁଚି ରହିପାରେ। ଯାହାକୁ ଆପଣ ପ୍ରତିଦିନ ପିନ୍ଧୁଛନ୍ତି ଏବଂ ବାହାରକୁ ପିନ୍ଧି ଯାଉଛନ୍ତି ଭଲ ଭାବରେ ଧୋଇ ଦିଅନ୍ତୁ।

-ଟିଭି କିମ୍ବା ଏସି ରିମୋଟକୁ କେତେ ଲୋକ ହାତରେ ଧରିଥାନ୍ତି। ଅନେକ ପ୍ରକାରର ଜୀବାଣୁ ସେମାନଙ୍କ ହାତରେ ଥାଏ। ତେଣୁ ସେଗୁଡିକୁ ପ୍ରତିଦିନ ସଫା କରିବା ଉଚିତ୍।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories