www.samajalive.in
Monday, December 8, 2025
13.1 C
Bhubaneswar

ଆସନ୍ତାକାଲି ଉଦଘାଟିତ ହେବ ଯାଜପୁର ଜିଲାର ପ୍ରଥମ କୋଭିଡ-୧୯ ହସ୍ପିଟାଲ

ଯାଜପୁର : ଆସନ୍ତାକାଲି ଉଦଘାଟିତ ହେବ ଯାଜପୁର ଜିଲାର ପ୍ରଥମ କୋଭିଡ଼ ହସ୍ପିଟାଲ। ଯାଜପୁର କଳିଙ୍ଗନଗରରେ ଉଦଘାଟିତ ହେବାକୁଥିବା ଟାଟା ମେଡିକା ୧୫୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ। ଗତକାଲି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଓ  ୫ଟି ସଚିବ ଭି .କାର୍ତ୍ତିକେୟ ପାଣ୍ଡିଆନ ଆସି ଟାଟା ମେଡିକା ହସ୍ପିଟାଲକୁ ଅନୁଧ୍ୟାନ କରିଥିଲେ। ଆଜି ଏହି ଟାଟା ମେଡିକା ହସ୍ପିଟାଲ କୁ କୋଭିଡ୍ ହସ୍ପିଟାଲରେ ପରିଣତ କରିବାକୁ ସରକାରୀ ସ୍ଵୀକୃତି ମିଳିଛି। ଯାଜପୁର ଜିଲାର  ଏହି କୋଭିଡ ହସ୍ପିଟାଲ ଆସନ୍ତାକାଲି ପୂର୍ବାହ୍ନ ୧୦ ଘଟିକା ସମୟରେ  ଲୋକାର୍ପିତ ହେବ ବୋଲି ଯାଜପୁର ଜିଲ୍ଲାପାଳ ରଂଜନ କୁମାର ଦାସ ସୂଚନା ଦେଇଛନ୍ତି। ବର୍ତମାନ ଏହାକୁ ସଂପୂର୍ଣ ସଂକ୍ରମଣ ମୁକ୍ତ ଭାବେ ପ୍ରସ୍ତୁତ କରାଯାଇଛି । ଏଥି ସହିତ ଅତ୍ୟାଧୁନିକ ଯନ୍ତ୍ରପାତିର ବ୍ୟବସ୍ଥା ମଧ୍ୟ କରାଯାଇଛି । ଏହି ହସ୍ପିଟାଲରେ କୋଭିଡ୍-୧୯ର ଆକ୍ରାନ୍ତ ମାନଙ୍କ ଚିକିତ୍ସା ପାଇଁ ଟାଟା ମେଡିକା କର୍ତ୍ତୃପକ୍ଷ ୩୦ଜଣ ଡାକ୍ତର ଯୋଗାଇ ଦେବାକୁ ପ୍ରତିଶୃତି ଦେଇଛନ୍ତି । ସେହିପରି ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ୧୦ରୁ ୧୫ଜଣ ଅତିରିକ୍ତ ଡାକ୍ତର ଯୋଗାଇ ଦିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ଏଠାରେ ଯାଜପୁର ସମେତ ପଡୋଶୀ ଜିଲ୍ଲାର ଆକାନ୍ତ ମାନଙ୍କ ଚିକିତ୍ସା କରାଯିବ ବୋଲି କୁହାଯାଇଛି ।

Hot this week

ଇଣ୍ଡିଗୋରେ ଅଚଳାବସ୍ଥା ଜାରି; ପୁଣି ୬୫୦ ବିମାନ ବାତିଲ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଘରୋଇ ଏୟାରଲାଇନ୍ସ କମ୍ପାନୀ ଇଣ୍ଡିଗୋରେ କ୍ରମାଗତ ୬ଷ୍ଠ...

ଆଖି ବୁଜିଲେ ପୀଡିତା ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର...

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

Related Articles

Popular Categories