www.samajalive.in
Monday, December 8, 2025
16.1 C
Bhubaneswar

ବର୍ଷ ଶେଷ ସୁଦ୍ଧା ସମସ୍ତଙ୍କୁ ଟିକା

ନୂଆଦିଲ୍ଲୀ: କରୋନା ଭୂତାଣୁ ସଂକ୍ରମଣକୁ ନିୟନ୍ତ୍ରଣ କରିବା ଲାଗି ଟିକାକରଣକୁ ସର୍ବାଧିକ ଗୁରୁତ୍ବ ଦିଆଯାଉଛି। ତେବେ ଦେଶରେ ଟିକାର ଅଭାବ ଯୋଗୁଁ ହିତାଧିକାରୀଙ୍କୁ ଠିକ୍‌ ସମୟରେ ଟିକା ଦିଆଯାଇପାରୁ ନାହିଁ। ଏପରିକି ପ୍ରଥମ ପାନ (ଡୋଜ୍‌) ଟିକା ନେଇ ଲକ୍ଷ ଲକ୍ଷ ହିତାଧିକାରୀ ଦ୍ବିତୀୟ ପାନ ଟିକା ନେବାକୁ ଅପେକ୍ଷା କରିଥିବାବେଳେ ସେମାନେ ନିରାଶ ହୋଇ ଡାକ୍ତରଖାନା ଟିକାକେନ୍ଦ୍ର ନିକଟରୁ ଫେରୁଛନ୍ତି। ସେହିପରି ୧୮ରୁ ୪୪ବର୍ଷର ନାଗରିକଙ୍କୁ ଟିକା ଦେବା ଲାଗି ରାଜ୍ୟ ସରକାରମାନେ ଟିକା ବରାଦ କରୁଥିବାବେଳେ କମ୍ପାନୀଗୁଡିକ ଯୋଗାଣ ନେଇ ଅସମର୍ଥ ପ୍ରକାଶ କରୁଛନ୍ତି। କେନ୍ଦ୍ର ସରକାର ମଧ୍ୟ ରାଜ୍ୟଗୁଡିକର ଆବଶ୍ୟକତା ମୁତାବକ ଟିକା ଯୋଗାଇ ପାରୁନାହାନ୍ତି। ଏପରି ସ୍ଥିତିରେ ଚଳିତ ବର୍ଷ ଶେଷ ସୁଦ୍ଧା ଦେଶର ସମସ୍ତ ନାଗରିକଙ୍କୁ ଟିକାକରଣ କରିବା ନେଇ ସରକାର ଦୃଢୋକ୍ତି ପ୍ରକାଶ କରିଛନ୍ତି।

ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀରେ କୋଭିଡ-୧୯ ଟିକାକରଣ ସମ୍ପର୍କିତ ଜାତୀୟ ଟାକ୍ସଫୋର୍ସର ମୁଖ୍ୟ ତଥା ନୀତି ଆୟୋଗ ସଦସ୍ୟ ଡାକ୍ତର ବିନୋଦ କୁମାର ପଲ୍‌ କହିଛନ୍ତି ଯେ ବର୍ଷ ଶେଷ ସୁଦ୍ଧା ଦେଶର ସମସ୍ତ ନାଗରିକଙ୍କୁ ଟିକାକରଣ କରାଯିବ। ସେ କହିଛନ୍ତି ଯେ ଅଗଷ୍ଟରୁ ଡିସେମ୍ବର ମାସ ମଧ୍ୟରେ ଦେଶରେ ୨୧୬କୋଟି ପାନ (ଡୋଜ୍‌) ଟିକା ଉପଲବ୍ଧ ହେବ। ଏପରିକି ଦେଶରେ ଟିକା ବଳକା ହେବ। ସମସ୍ତଙ୍କୁ ଟିକା ଉପଲବ୍ଧ ହେବ କି ନାହିଁ ତା’ ଉପରେ ସନ୍ଦେହ କରିବାର ଅବକାଶ ନାହିଁ।

- Advertisement -

ଡାକ୍ତର ପଲ୍ କହିଛନ୍ତି ଯେ ସଫଳ ଯୋଜନା ଦ୍ବାରା କରୋନା ମହାମାରୀକୁ ନୂଆବର୍ଷର ନୂଆ ସକାଳ ପୂର୍ବରୁ ଭାରତରୁ ହଟାଇ ଦିଆଯାଇପାରିବ। ସେ କହିଛନ୍ତି ଯେ ଭାରତରେ ଏବେ କୋଭାକ୍ସିନ ଓ କୋଭିସିଲ୍ଡ ଟିକା ଦିଆଯାଉଛି। ସ୍ପୁଟନିକ୍‌-୫ ଟିକା ଏବେ ଭାରତରେ ପହଞ୍ଚି ସାରିଛି। ଆସନ୍ତା ସପ୍ତାହରୁ ଏହା ବଜାରରେ ବିକ୍ରି ଲାଗି ଉପଲବ୍ଧ ହେବ। ଏହା ସହିତ ଫାଇଜର ବାୟୋଟେକ୍, ଜନସନ୍ ଆଣ୍ଡ ଜନସନ, ମଡେର୍ଣ୍ଣା ଓ ଚୀନର ସିନୋଫାର୍ମା ଟିକାକୁ ଅନୁମୋଦନ ଲାଗି ସରକାର ବିଚାର କରୁଥିବା ସେ କହିଛନ୍ତି। ଡିସେମ୍ବର ସୁଦ୍ଧା ଉପଲବ୍ଧ ହେବାକୁ ଥିବା ୨୧୬କୋଟି ପାନ ଟିକା ମଧ୍ୟରେ କୋଭିସିଲ୍ଡ ୭୫କୋଟି ପାନ, କୋଭାକ୍ସିନର ୫୫ କୋଟି, ବାୟୋ ଇ ସବ୍‌ୟୁନିଟ୍ ୩୦ କୋଟି, ଜାଇଡସ୍‌ କାଡିଲା ୫ କୋଟି, ନୋଭାଭାକ୍ସ ୨୦ କୋଟି, ଭାରତ ବାୟୋଟେକ ଇଣ୍ଟରନାଜାଲ ୧୦ କୋଟି, ଜେନୋଭା ୬ କୋଟି ଏବଂ ସ୍ପୁଟନିକ୍-୫ ୧୫.୫ କୋଟି ପାନ ଟିକା ଯୋଗାଇ ଦେବେ ବୋଲି ସରକାର କହିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories