www.samajalive.in
Sunday, December 7, 2025
15.1 C
Bhubaneswar

୧୦ ରାଜ୍ୟରେ ୭୨% ନୂଆ ସଂକ୍ରମିତ

ନୂଆଦିଲ୍ଲୀ: ଦେଶରେ ଦୈନିକ କରୋନା ଭୂତାଣୁ ସଂକ୍ରମଣରେ ହ୍ରାସ ଓ ବୃଦ୍ଧି ଲାଗି ରହିଛି। ଏହି କ୍ରମରେ ଗୁରୁବାର ସମଗ୍ର ଦେଶରେ ୩,୬୨,୭୨୭ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୪,୧୨୦ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଦେଶର ୨୦ଟି ରାଜ୍ୟରେ ଦୈନିକ ସଂକ୍ରମଣ ସ୍ଥିର ରହିଛି। ଅର୍ଥାତ୍‌ ଏହିସବୁ ରାଜ୍ୟରେ ଦୈନିକ ସଂକ୍ରମଣ ବୃଦ୍ଧି କିମ୍ବା ହ୍ରାସ ହେଉ ନାହିଁ। ଗୁରୁବାର ଦେଶରେ ଚିହ୍ନଟ ହୋଇଥିବା ଦୈନିକ ସଂକ୍ରମଣ ମଧ୍ୟରୁ ୧୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ୭୨% ସଂକ୍ରମିତ ରହିଛନ୍ତି। ଏହିସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରେ ଦିଲ୍ଲୀ, ହରିୟାଣା, ଉତ୍ତରପ୍ରଦେଶ, କେରଳ, କର୍ଣ୍ଣାଟକ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ ଓ ରାଜସ୍ଥାନ ରହିଛି। ମହାରାଷ୍ଟ୍ରରେ ସର୍ବାଧିକ ୪୬,୭୮୧ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ କେରଳରେ ୪୩,୫୨୯ ଓ କର୍ଣ୍ଣାଟକରେ ୩୯,୯୯୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବା ଲାଗି ମହାରାଷ୍ଟ୍ର ଓ ବିହାରରେ ଲାଗୁ ହୋଇଥିବା ତାଲାବନ୍ଦ ଅବଧିକୁ ବୃଦ୍ଧି କରାଯାଇଛି। ତାଲାବନ୍ଦ ଯୋଗୁଁ ରାଜ୍ୟରେ ସଂକ୍ରମଣ କିଛିଟା ନିୟନ୍ତ୍ରଣକୁ ଆସିଥିବା ଦେଖାଯାଇଛି। ମହାରାଷ୍ଟ୍ର ସରକାରଙ୍କ ନିଷ୍ପତ୍ତି ଅନୁଯାୟ ରାଜ୍ୟରେ ତାଲାବନ୍ଦ ଅବଧିକୁ ଜୁନ୍ ୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏପ୍ରିଲ ୧୫ରୁ ମହାରାଷ୍ଟ୍ରରେ ତାଲାବନ୍ଦ ଲାଗୁ ହୋଇଛି। ତାଲାବନ୍ଦ ଅବଧି ମେ ୧୪ରେ ଶେଷ ହେବାକୁ ଥିବାବେଳେ ଏହାକୁ ଏବେ ଜୁନ୍‌ ୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ସେହିପରି ବିହାରରେ ମଧ୍ୟ ତାଲାବନ୍ଦ ଅବଧିକୁ ମେ ୨୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ବିହାର ବର୍ତ୍ତମାନର ତାଲାବନ୍ଦ ଅବଧି ମେ ୧୫ରେ ଶେଷ ହେବାକୁ ଥିବାବେଳେ ଏହାକୁ ୧୦ ଦିନ ବୃଦ୍ଧି କରାଯାଇ ମେ ୨୫ ପର୍ଯ୍ୟନ୍ତ ବଢାଯାଇଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories