www.samajalive.in
Sunday, December 7, 2025
26.1 C
Bhubaneswar

କରୋନା ଯୋଦ୍ଧା ତାଲିକାରେ ବ୍ୟାଙ୍କ, ବୀମା, ରେଳବାଇ, ପେଟ୍ରୋଲପମ୍ପ ଓ ପ୍ରାଣୀଧନ କର୍ମଚାରୀ ସାମିଲ

ଭୁବନେଶ୍ୱର: ସମ୍ମୁଖ କରୋନା ଯୋଦ୍ଧା ତାଲିକାରେ ଆଜି ୬ଟି କ୍ଷେତ୍ରରେ କାର୍ଯ୍ୟ କରୁଥିବା ବିଭିନ୍ନ ବର୍ଗର ବ୍ୟକ୍ତିଙ୍କୁ ରାଜ୍ୟ ସରକାର ସାମିଲ କରିଛନ୍ତି। ସମ୍ପୃକ୍ତ ବର୍ଗଙ୍କୁ ତୁରନ୍ତ ଟିକାକରଣ କରାଇବାକୁ ସ୍ୱାସ୍ଥ୍ୟବିଭାଗ ଅତିରିକ୍ତ ମୁଖ୍ୟଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସବୁ ଜିଲାପାଳ, ମହାନଗର ଆୟୁକ୍ତ ଓ ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ପତ୍ର ଲେଖି ଅବଗତ କରାଇଛନ୍ତି।

ଶ୍ରୀ ମହାପାତ୍ର ଦେଇଥିବା ପତ୍ରରେ ଦର୍ଶାଇଛନ୍ତି ଯେ ମୁଖ୍ୟସଚିବଙ୍କ ଅଧ୍ୟକ୍ଷତାରେ ଏନେଇ ଅନୁଷ୍ଠିତ ବୈଠକର ନିଷ୍ପତ୍ତି ଅନୁଯାୟୀ ରାଜ୍ୟରେ ଥିବା ସମସ୍ତ ବନ ଅଧିକାରୀ ଓ କର୍ମଚାରୀଙ୍କ ସହିତ ସବୁ ବ୍ୟାଙ୍କ କର୍ମଚାରୀ, ବୀମା, ଦେୟ ପ୍ରଦାନକାରୀ ସଂସ୍ଥା, ଟଙ୍କା ବଣ୍ଟନ ସଂସ୍ଥା, ବ୍ୟାଙ୍କ ଏଟିଏମ ପରିଚାଳନା କରୁଥିବା ବ୍ୟକ୍ତି ଓ ଗ୍ରାହକଙ୍କ ସହ ସମ୍ପର୍କ ରଖୁଥିବା ବ୍ୟାଙ୍କ ପ୍ରତିନିଧିମାନେ ଏଣିକି କରୋନା ଯୋଦ୍ଧା ଭାବେ ଗଣନା ହେବେ।

- Advertisement -

ଏହାସହିତ ରେଳବାଇ କର୍ମଚାରୀ, ଜିଲା ଶିଶୁ ସୁରକ୍ଷା କେନ୍ଦ୍ରରେ କାର୍ଯ୍ୟରତ ୧୦୯୮ଜଣ କର୍ମଚାରୀ, ବିଭିନ୍ନ ସହାୟତା କେନ୍ଦ୍ରରେ ଥିବା ୧୮୧ କର୍ମଚାରୀ, ଡାକ୍ତରଖାନାରେ ‘ୱାନଷ୍ଟପ’କାର୍ଯ୍ୟରେ ନିୟୋଜିତ କର୍ମଚାରୀ, ଅମ୍ଳଜାନ ପ୍ଲାଣ୍ଟ କର୍ମଚାରୀ, ପେଟ୍ରୋଲ ପମ୍ପରେ କାର୍ଯ୍ୟରତ କର୍ମଚାରୀ ଓ ପ୍ରାଣୀଧନ ନିରୀକ୍ଷକ, ଚିକିତ୍ସକମାନେ ମଧ୍ୟ କରୋନା ଯୋଦ୍ଧା ତାଲିକାରେ ସାମିଲ ହୋଇଛନ୍ତି। ଏହିସବୁ ବର୍ଗଙ୍କ ତ୍ୱରିତ ଟିକାକରଣ ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ଶ୍ରୀ ମହାପାତ୍ର ଦର୍ଶାଇଛନ୍ତି। ତେବେ ଟିକାକରଣ ବେଳେ ଦ୍ୱିତୀୟପାନ ଅପେକ୍ଷାରେ ଥିବା ହିତାଧିକାରୀଙ୍କୁ ସର୍ବାଧିକ ପ୍ରାଥମିକତା ଦିଆଯିବ ବୋଲି ପତ୍ରରେ ଉଲ୍ଲେକ କରାଯାଇଛି।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories