www.samajalive.in
Sunday, December 7, 2025
26.1 C
Bhubaneswar

କରୋନା ଅପଡେଟ: ୧,୮୬୮ ମୃତ – ୭୨,୪୩୬ ସଂକ୍ରମିତ

ବେଜିଂ: ସବୁ ଯୋଜନା ସତ୍ତ୍ବେ କରୋନା ଭୂତାଣୁ ସଂକ୍ରମିତ ଓ ମୃତ୍ୟୁ ସଂଖ୍ୟା ବଢ଼ିଚାଲିଛି। ଚୀନ୍‌ ନ୍ୟାସନାଲ ହେଲ୍‌ଥ କମିସନ୍‌ଙ୍କ ରିପୋର୍ଟ ଅନୁସାରେ ଆଜି ସକାଳ ସୁଦ୍ଧା ମୃତ୍ୟୁ ସଂଖ୍ୟା ୧,୮୬୮ ଛୁଇଁଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ୭୨ ହଜାର ୮୬୮ରେ ପହଞ୍ଚିଛି। କେବଳ ହୁବେଇ ପ୍ରଦେଶରେ ୧୦୦ ମୃତ୍ୟୁମୁଖରେ ପଡ଼ିଥିବାବେଳେ ହେନାମରେ ୪ ଓ ଗୁଆଙ୍ଗହଙ୍ଗରେ ୨ଜଣଙ୍କ ମୃତ୍ୟୁ ହୋଇଛି। ଅପରପକ୍ଷରେ ବିଭିନ୍ନ ଡାକ୍ତରଖାନାରୁ ୧୦ହଜାର ୮୪୫ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ୭୨୬୫ଙ୍କୁ ଡାକ୍ତରୀ ତତ୍ତ୍ବାବଧାନରେ ରଖାଯାଇଛି। ଏହି ପରିପ୍ରେକ୍ଷୀରେ ସରକାର ହୁବେଇ ପ୍ରଦେଶରେ ଜାରି କରିଥିବା କଟକଣାକୁ ଆହୁରି ଦୃଢ଼ କରିଛନ୍ତି। ଟ୍ରାଫିକ କଟକଣା କଡ଼ାକଡ଼ି କରାଯାଇଥିବା ବେଳେ ସର୍ବସାଧାରଣ ସ୍ଥାନରେ ବିନା ଜରୁରୀ କାରଣରେ ଏକତ୍ର ହେବାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ସେ ସବୁ ସ୍ଥାନକୁ ବନ୍ଦ କରିଦିଆଯାଇଛି। ହୁବେଇର ୧୮ଟି ସହରକୁ ସମ୍ପୂର୍ଣ୍ଣ ବନ୍ଦ ବନ୍ଦ ରଖାଯାଇଛି। ନିହାତି ଜରୁରୀ ନ ପଡ଼ିଲେ ଲୋକଙ୍କୁ ଘରୁ ବାହାରିବାକୁ ବାରଣ କରାଯାଇଛି।

ଅପରପକ୍ଷରେ ଉହାନ୍‌ରେ ସ୍ଥିତି କ୍ରମଶଃ ନିୟନ୍ତ୍ରଣକୁ ଆସୁଥିବା କମିସନ୍‌ଙ୍କ ରିପୋର୍ଟରେ ସୂଚନା ଦିଆଯାଇଛି। ଜାନୁଆରୀ ୨୮ରୁ ଅଦ୍ୟାବଧି ସଂକ୍ରମଣ ହାର ସର୍ବାଧିକ ୩୨.୪ରୁ ହ୍ରାସପାଇ ଫେବୃଆରୀ ୧୫ ସୁଦ୍ଧା ୨୧.୬ରେ ପହଞ୍ଚିଥିବାରୁ ସରକାର ସାମାନ୍ୟ ଆଶ୍ବସ୍ଥି ପ୍ରକାଶ କରିଥିବା ରିପୋର୍ଟରେ କୁହାଯାଇଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ୧୨ ପ୍ରତିନିଧିଙ୍କୁ ଚୀନ୍‌ ସରକାର ସର୍ବାଧିକ ପ୍ରଭାବିତ ୩ ପ୍ରଦେଶର ବିଭିନ୍ନ ସଂକ୍ରମିତ କ୍ଷେତ୍ର ଭ୍ରମଣ କରାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏହାଦ୍ବାରା ରୋଗର ପ୍ରଭାବ ଓ ନିୟନ୍ତ୍ରଣ ପଦକ୍ଷେପ ସମ୍ପର୍କରେ ସେମାନେ ପ୍ରତ୍ୟକ୍ଷ କରିବାର ସୁଯୋଗ ପାଇବେ ବୋଲି ସ୍ବାସ୍ଥ୍ୟ କମିସନ୍‌ ମୁଖପାତ୍ର କହିଛନ୍ତି। ଏତଦ୍‌ବ୍ୟତୀତ ହଂକଂରେ ରବିବାର ଜଣଙ୍କ ମୃତ୍ୟୁ ସହିତ ସଂକ୍ରମିତଙ୍କ ସଂଖ୍ୟା ୫୭ରେ ପହଞ୍ଚିଛି। ସେହିଭଳି ମାକାଓରେ ୧୦ ଓ ତାଇୱାନ୍‌ରେ ୨୦ଜଣ ସଂକ୍ରମିତ ହୋଇଛନ୍ତି। ତାଇୱାନ୍‌ରେ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

- Advertisement -

କରୋନା ଭୂତାଣୁ ସଂକ୍ରମଣ ପରେ ଚୀନରୁ ଫେରାଇ ଅଣାଯାଇଥିବା ଭାରତୀୟମାନଙ୍କୁ ସୋମବାର ନିଜନିଜ ଘରକୁ ଯିବାକୁ ଦିଆଯାଇଛି। ତେବେ ସେମାନେ ସମସ୍ତେ ସୁସ୍ଥ ବୋଲି ଜାଣିବା ପରେ ଖୁସିରେ ନୃତ୍ୟ କରୁଛନ୍ତି, ଦେଖନ୍ତୁ ଭିଡିଓ –

https://youtu.be/lANpUnAZ1yU

ଫେବୃଆରୀ ପ୍ରଥମ ସପ୍ତାହରେ ଚୀନର ଉହାନ ସହରରୁ ୬୫୦ଜଣ ଭାରତୀୟଙ୍କୁ ଫେରାଇ ଅଣାଯାଇଥିଲା। ଏହି ଭାରତୀୟଙ୍କ ମଧ୍ୟରୁ ୪୦୬ଜଣଙ୍କୁ ଆଇଟିବିପିର ସ୍ବତନ୍ତ୍ର ଚିକିତ୍ସା ଶିବିରରେ ରଖାଯାଇଥିଲା। ଅନ୍ୟମାନଙ୍କୁ ହରିୟାଣାର ମାନେସାରସ୍ଥିତ ସେନା ଶିବିରରେ ରଖାଯାଇଥିଲା। ଆଇଟିବିପି ଶିବିରରେ ଥିବା ଭାରତୀୟଙ୍କର ରକ୍ତ ନମୁନା ନେଗେଟିଭ୍ ରହିବା ପରେ ସେମାନଙ୍କୁ ଘରକୁ ଯିବାକୁ ଦିଆଯାଇଛି। ସୋମବାର ଆଇଟିବିପି ଶିବିରରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ଏହି ଭାରତୀୟଙ୍କ ସହିତ ଆଲୋଚନା କରିଥିଲେ। ପରେ ସେମାନଙ୍କୁ ପ୍ରମାଣପତ୍ର ଦିଆଯାଇ ଘରକୁ ଯିବାକୁ ଦିଆଯାଇଥିଲା। ପ୍ରଥମ ପର୍ୟ୍ୟାୟ ୨୦୦ ଜଣଙ୍କୁ ଘରକୁ ପଠାଯାଇଛି। ଅନ୍ୟମାନଙ୍କୁ ଦ୍ବିତୀୟ ପର୍ୟ୍ୟାୟରେ ଛଡ଼ାଯିବ।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories