ଭୁବନେଶ୍ୱର: ଓଡ଼ିଶାରେ ଗତ ୨୪ ଘଣ୍ଟାରେ ରାଜ୍ୟରେ ୬୮ ହଜାର ୯୦ଟି କରୋନା ନମୁନା ପରୀକ୍ଷା ହୋଇଛି। ତେବେ ଏହି ନମୁନା ପରୀକ୍ଷା ଆରଟିପିସିଆର୍, ଆଣ୍ଟିଜେନ୍ ଓ ଟ୍ରୁନଟ୍ ପଦ୍ଧତିରେ କରାଯାଇଥିବା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି।
ସୂଚନା ଅନୁଯାୟୀ, ଆରଟିପିସିଆରରେ ୭,୨୮୮ଟି, ଆଣ୍ଟିଜେନରେ ୬୦,୬୮୬ଟି ଏବଂ ଟ୍ରୁନଟ ପଦ୍ଧତିରେ ୧୧୬ଟି କରୋନା ପରୀକ୍ଷା କରାଯାଇଛି। ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୧୦,୭୧୯ଟି କରୋନା ନମୁନା ପରୀକ୍ଷା ହୋଇଛି।



