www.samajalive.in
Saturday, December 13, 2025
27.1 C
Bhubaneswar

ବୌଦ୍ଧ ଜିଲାରେ କରୋନା ମୁକାବିଲାର ପ୍ରସ୍ତୁତି ନେଇ ସମୀକ୍ଷା କଲେ ବିଧାୟକ; କୋଭିଡ ନିୟମ ପାଳନ ଓ ଟିକାକରଣ ଉପରେ ଗୁରୁତ୍ବାରୋପ

ବୌଦ୍ଧ : ବୌଦ୍ଧଜିଲାରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇଚାଲିଥିବାବେଳେ ଏହାର ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ହୋଇଥିବା ବିଭିନ୍ନ ପ୍ରସ୍ତୁତି ସଂପର୍କରେ ବିଧାୟକ ପ୍ରଦିପ କୁମାର ଅମାତ ସମୀକ୍ଷା କରିଛନ୍ତି। ଜିଲାପାଳ ଲଲାଟେନ୍ଦୁ ମିଶ୍ର ଓ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନଙ୍କ ସହିତ ଫୋନଯୋଗେ ଜିଲାରେ ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ଶ୍ରୀ ଅମାତ ଆଲୋଚନା କରିବା ସହିତ ପ୍ରଥମେ ଜିଲାବାସୀଙ୍କୁ ରାଜ୍ୟସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଉଥିବା କୋଭିଡ ନିୟମ ପାଳନ କରିବା ସହିତ ଟିକାକରଣ କାର୍ଯ୍ୟରେ ଶୃଙ୍ଖଳିତ ଭାବରେ ସ୍ୱାସ୍ଥ୍ୟ ବିଭାଗକୁ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି। ବିଧାୟକ ଶ୍ରୀଅମାତ ବୌଦ୍ଧଜିଲାରେ କୋଭିଡ ସ୍ୱାସ୍ଥ୍ୟକେନ୍ଦ୍ର ନିକଟରେ ଅମ୍ଳଜାନ କାରଖାନା ସ୍ଥାପନକୁ ସ୍ୱାଗତ କରିବା ସହିତ ଏହା ଦ୍ୱାରା ଜିଲାର ସ୍ୱାସ୍ଥ୍ୟସେବା ଅଧିକ ମଜଭୁତ ହୋଇପାରିବ ବୋଲି ପ୍ରକାଶ କରିଛନ୍ତି। ତେବେ ଶ୍ରୀଅମାତ ଗଣାମଧ୍ୟକୁ ଦେଇଥିବା ସୂଚନା ମୁତାବକ ଜିଲାପ୍ରଶାସନ ପକ୍ଷରୁ କୋଭିଡ ମୁକାବିଲା ପାଇଁ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ସମାପ୍ତ ହୋଇସାରିଛି। ପ୍ରବାସୀ ଶ୍ରମିକ ଫେରିବା ସମ୍ଭାବନା ଥିବାରୁ ଜିଲାରେ ୧୮ ଗୋଟି କ୍ଲଷ୍ଟର ସ୍ୱାସ୍ଥ୍ୟକେନ୍ଦ୍ରରେ ୮୭୦ ଶଯ୍ୟା ପ୍ରସ୍ତୁତ ରଖାଯାଇଥିବାବେଳେ ୨୬ ଗୋଟି ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୧୩୬୦ ଟି ଶଯ୍ୟା ପ୍ରସ୍ତୁତ କରାଯାଇଛି। ରାଜ୍ୟରେ ଲକଡାଉନ ଓ ସଟଡାଉନ ଲଗାଯାଇଥିବାରୁ ପ୍ରଶାସନ ପକ୍ଷରୁ ଅସହାୟ ଦିବ୍ୟାଙ୍ଗଙ୍କ ପାଇଁ ଖାଇବା ବ୍ୟବସ୍ଥା କରାଯାଇଛି। ଜିଲ୍ଲାର ମୋଟ ପଜିଟିଭ ସଂଖ୍ୟା ୪୩୭୮ରେ ପହ ିଛି। ସେଥିମଧ୍ୟରୁ ୩୦୦୦ ଜଣ ସୁସ୍ଥ ହୋଇ ଫେରିଥିବା ବେଳେ ବ ର୍ମାନ ୧୩୬୩ ଜଣ ଆକ୍ରାନ୍ତ ଚିକିତ୍ସାଧିନ ଅଛନ୍ତି। ଚିକିତ୍ସାଧିନ ବ୍ୟକ୍ତିବିଶେଷଙ୍କ ଆଶୁଆରୋଗ୍ୟ କାମନା କରିବା ସହିତ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଜିଲାବାସୀ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶନାମା ପାଳନ କରିବାକୁ ବିଧାୟକ ଶ୍ରୀଅମାତ ଅନୁରୋଧ କରିଛନ୍ତି। ଏଥିସହିତ ପ୍ରବାସୀ ଶ୍ରମିକ ଫେରିବା ସଂପର୍କରେ ସୂଚନା ପାଇଲେ ଜିଲାବାସୀଙ୍କ ସୂରକ୍ଷା ଦୃଷ୍ଟିରୁ ତୁରନ୍ତ ଜିଲା ପ୍ରଶାସନକୁ ସୂଚନା ଦେବା ସହ ସହଯୋଗ କରିବାକୁ ଅନୁରୋଧ କରାଯାଇଛି।

 

- Advertisement -

ବୌଦ୍ଧ ଜିଲ୍ଲାରେ ଆଜି ୧୨୮ ଜଣ କୋଭିଡ ଆକ୍ରାନ୍ତ ହୋଇଛନ୍ତି। ଶୁକ୍ରବାର ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ବୌଦ୍ଧ ଏନ୍ଏସିରୁ ୧୧ ଜଣ, ବୌଦ୍ଧ ବ୍ଳକର ୪୪ ଜଣ, ହରଭଙ୍ଗା ବ୍ଳକର ୩୭ ଜଣ ଓ କ।ମାଳ ବ୍ଲକର ୩୬ ଜଣ ରହିଥିବା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ସୂଚନା ଦେଇଛି। ଆଜିର ଆକ୍ରାନ୍ତକୁ ମିଶାଇ ଜିଲ୍ଲାର ମୋଟ ପଜିଟିଭ ସଂଖ୍ୟା ୪୩୭୮ରେ ପହ ିଛି। ଆକ୍ରାନ୍ତ କରୋନା ପଜିଟିଭଙ୍କ ମଧ୍ୟରେ ବୌଦ୍ଧ ବ୍ଲକ୍ ଅଇଁଲାପାଲି ପ।ୟତ ଅଇଁଳାପାଲି ଗାଁରୁ ସର୍ବାଧିକ ୩୨ ଜଣ, ବାଉଁଶୁଣି ପ।ୟତରୁ ୪, ବ୍ରାହ୍ମଣିପାଲି, ମୂର୍ଷୁଣ୍ଢି ପ।ୟତରୁ ୨ ଜଣ ଲେଖାଏଁ, ବହିରା, ଗୋଚ୍ଛାପଡା, ଖୁ ବନ୍ଧ ଓ ମୁଣ୍ଡାପଡା ପ।ୟତରୁ ଜଣେ ଲେଖାଏଁ ଆକ୍ରାନ୍ତ ହୋଇଛନ୍ତି। ସେହିପରି ହରଭଙ୍ଗା ବ୍ଲକ ସଙ୍କୁଳେଇ ପ।ୟତରୁ ୧୩, ତିଲେଶ୍ୱର ପ।ୟତରୁ ୧୧, ସାମ୍ପୋଚରୁ ୩, କରଞ୍ଜକଟା, ପୁରୁଣାକଟକ ଓ ସରସରାରୁ ୨ ଜଣ ଲେଖାଏଁ, ବୀରନରସିଂହପୁର, ଲୁଣିବାହାଲ, ରାଧାନଗର, ତଳଗାଁ ପ।ୟତରୁ ଜଣେ ଲେଖାଏଁ ପଜିଟିଭ ଚିହ୍ନଟ ହୋଇଛନ୍ତି। କ।ମାଳ ବ୍ଲକ ସିମିଳିପଦର ପ।ୟତରୁ ୮, ମନମୁଣ୍ଡାରୁ ୬, ପଲସାଗୋରାରୁ ୫, ବିଳାସପୁର ୪, ବରଗାଁ, ଗୁଡଭେଲିପଦର, ଖଟଖଟିଆ ପ।ୟତରୁ ୩ ଜଣ ଲେଖାଏଁ, କ।ମାଳରୁ ୨, ଦପଲା, ଖଲିଆପାଲ ପ।ୟତରୁ ଜଣେ ଲେଖାଏଁ ପଜିଟିଭ୍ ହୋଇଥିବା ଜଣାଯାଇଛି। ବୌଦ୍ଧ ଏନ୍ଏସିର ରାମେଶ୍ୱର ବିହାର, ବୁଟୁପାଲି, ମାଳିସାହି, ବ୍ରିଜ୍ଛକ, ରାଜନପାଲି, ଖଲିଆବଗିଚା, ଗଣେଶବଜାର, ଦାନିସାହି, ସୁଦସାହି, ନୂଆଁ ରାଜସ୍ୱ କଲୋନୀ, ପୋଡାପଡାରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ କୋଭିଡ ପଜିଟିଭ୍ ସଂଖ୍ୟା ୪୩୭୮ରେ ପହଁଚିଛି। ସେଥିମଧ୍ୟରୁ ୩୦୦୦ ଜଣ ସୁସ୍ଥ ହୋଇ ଫେରିଥିବା ବେଳେ ବ ର୍ମାନ ୧୩୬୩ ଜଣ ଆକ୍ରାନ୍ତ ଚିକିତ୍ସାଧିନ ଅଛନ୍ତି। ସରକାରୀ ହିସାବରେ ମୃତକଙ୍କ ସଂଖ୍ୟା ୧୫ ରହିଛି।

Hot this week

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

Related Articles

Popular Categories