www.samajalive.in
Thursday, December 11, 2025
18.1 C
Bhubaneswar

ପ୍ରତିରକ୍ଷା ଗବେଷଣା ଉନ୍ନୟନ ପ୍ରତିଷ୍ଠାନ ପକ୍ଷରୁ ବୌଦ୍ଧରେ ସ୍ଥାପିତ ହେବ ଅମ୍ଳଜାନ କାରଖାନା

ବୌଦ୍ଧ: ସାରା ଦେଶରେ କୋଭିଡର ମୁକାବିଲା ପାଇଁ ତରଳ ଅମ୍ଳଜାନର ଆବଶ୍ୟକତାକୁ ଉପଲବ୍ଧି କରି କେନ୍ଦ୍ର ସରକାର ପକ୍ଷରୁ ବହୁ ସଂଖାରେ ଅମ୍ଳଜାନ କାରଖାନା ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନେଇଥିବାବେଳେ ଓଡ଼ିଶାରେ ୭ଟି ଜିଲାରେ ଏହି କାରଖାନା ପ୍ରତିଷ୍ଠା କରାଯିବାକୁ ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି। ତେବେ ଏହି ୭ଟି ଜିଲା ମଧ୍ୟରେ ରାଜ୍ୟର କେନ୍ଦ୍ରସ୍ଥଳରେ ଅବସ୍ଥିତ ବୌଦ୍ଧ ଜିଲାରେ ପ୍ରତିରକ୍ଷା ଗବେଷଣା ଉନ୍ନୟନ ପ୍ରତିଷ୍ଠାନ(ଡିଆରଡିଓ)କିମ୍ବା ଏଚଏଲଏଲ ସହାୟତାରେ ଏକ ତରଳ ଅମ୍ଳଜାନ କାରଖାନା ପ୍ରତିଷ୍ଠା କରାଯିବାକୁ ଚୂଡାନ୍ତ ହୋଇଥିବା ଜଣାପଡିଛି। ସେହିପରି କାରଖାନାର ନିର୍ମାଣ ଓ ବିଦ୍ୟୁତିକରଣ କାର୍ଯ୍ୟ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ପକ୍ଷରୁ କରାଯିବ ବୋଲି ଜଣାପଡିଛି।

ସୂଚନା ଅନୁଯାୟୀ ଜିଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ନେତୃତ୍ୱରେ ଏକ ଟିମ ଯାଇ ଯୁଦ୍ଧକାଳୀନ ଭିତିରେ ଏହି ଅମ୍ଳଜାନ କାରଖାନା ନିର୍ମାଣ ପାଇଁ ସ୍ଥାନ ନିରୂପଣ କରିଥିବା ଜଣାପଡିଛି। ବର୍ତମାନ କୋଭିଡ ସ୍ୱାସ୍ଥ୍ୟକେନ୍ଦ୍ରରେ ରୂପାନ୍ତରିତ ହୋଇଥିବା ପୁରୁଣା ଜେଲ କୋଠା ନିକଟରେ ୯୧ ବର୍ଗମିଟର ଅଞ୍ଚଳରେ ଏହି କାରଖାନା ନିର୍ମାଣ କରାଯିବାକୁ ସ୍ଥିର କରାଯାଇଥିବା ଜଣାପଡିଛି। ବୌଦ୍ଧଜିଲାରେ ଏହି କାରଖାନା ପ୍ରତିଷ୍ଠା ଦ୍ୱାରା କୋଭିଡ ପରି ଜରୁରୀ ପରିସ୍ଥିତି ସମୟରେ ଜିଲାବାସୀ ଉପକୃତ ହେବା ସହିତ ପରବର୍ତ୍ତି ସମୟରେ ଏହା ଜିଲାର ସ୍ୱାସ୍ଥ୍ୟସେବା ପାଇଁ ସହାୟକ ହୋଇପାରିବ। ବର୍ତ୍ତମାନ ବୌଦ୍ଧଜିଲା ତରଳ ଅମ୍ଳଜାନ ପାଇଁ ସମ୍ବଲପୁର ଉପରେ ନିର୍ଭରଶୀଳ ଥିବାବେଳେ ଏହି କାରଖାନା ପ୍ରତିଷ୍ଠା ପରେ ବୌଦ୍ଧ ସମେତ ଏଠାରୁ ଅନ୍ୟଜିଲାମାନେ ଅମ୍ଳଜାନ ପାଇପାରିବେ। ଦେଶରେ ଅମ୍ଳଜାନ ସଙ୍କଟ ଦେଖାଦେଇଥିବାବେଳେ ବୌଦ୍ଧଜିଲା ବିଜେପି ପକ୍ଷରୁ ପ୍ରଥମେ ବୌଦ୍ଧରେ ଅମ୍ଳଜାନ କାରଖାନା ସ୍ଥାପନ କରାଯିବାକୁ ଜିଲାପାଳଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରାଯାଇଥିଲା। କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ଅମ୍ଳଜାନ କାରଖାନା ସ୍ଥାପନ ପାଇଁ ନିଷ୍ପତ୍ତି ନିଆଯାଇଥିବାରୁ ବୌଦ୍ଧ ବିଧାୟକ ପ୍ରଦିପ କୁମାର ଅମାତ ଏହାକୁ ସ୍ୱାଗତ କରିଥିବାବେଳେ ଜିଲା ବିଜେପି ସଭାପତି ବିପ୍ରଚରଣ ମହାନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀ ଓ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିଛନ୍ତି। ଦଳମତ ନିର୍ବିଶେଷରେ ବୌଦ୍ଧରେ ଜୀବନ ପ୍ରଦାନକାରୀ ଏହି ଅମ୍ଳଜାନ କାରଖାନାକୁ ସ୍ଥାପନକୁ ସ୍ୱାଗତ କରାଯାଇଛି।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

Related Articles

Popular Categories