www.samajalive.in
Wednesday, December 10, 2025
18.1 C
Bhubaneswar

ଖୋର୍ଦ୍ଧା ଜିଲ୍ଲାରେ ଭାରତୀୟ ନୌସେନା ଦ୍ଵାରା ପ୍ରତିଷ୍ଠା ହେଲା ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ ସେବା କେନ୍ଦ୍ର

ଭୁବନେଶ୍ୱର: ଭାରତୀୟ ନୌସେନା ଦ୍ୱାରା ଖୋର୍ଦ୍ଧା ଜିଲ୍ଲାର କୋଭିଡ ସଂକ୍ରମିତ ରୋଗୀଙ୍କୁ ଚିକିତ୍ସା ପ୍ରଦାନ କରିବା ପାଇଁ ଏହାର ଆବ-ଇନିସିଓ ଟ୍ରେନିଂ ଏଷ୍ଟାବ୍ଲିସମେଣ୍ଟ, ଆଇଏନ୍ଏସ୍ ଚିଲିକା, ନୌସେନା ଅଧିକାରୀ-ଭାରପ୍ରାପ୍ତ (ଓଡ଼ିଶା)ଙ୍କ ଅଧୀନରେ ଏକ କୋଭିଡ ସେବା କେନ୍ଦ୍ର ପ୍ରତିଷ୍ଠା କରାଯାଇଛି । ଏହାକୁ ଖୋର୍ଦ୍ଧା ଜିଲ୍ଲାପାଳ ଏସ.କେ ମହାନ୍ତି ଉଦ୍ଘାଟନ କରିଛନ୍ତି । INHSNivarini, ନୌସେନା ହସ୍ପିଟାଲରେ ଅମ୍ଳଜାନ ସୁବିଧା ଥିବା ଅତିରିକ୍ତ ୧୫ ଶଯ୍ୟା ସହିତ ୧୫୦ ଶଯ୍ୟା ବିଶିଷ୍ଟ ଏକାନ୍ତବାସ ସୁବିଧା ରହିଛି । ସାମାନ୍ୟ ଲକ୍ଷଣଗତ କୋଭିଡ ସଂକ୍ରମିତ ରୋଗୀଙ୍କ ଚିକିତ୍ସା ପାଇଁ ଏହାକୁ ପ୍ରସ୍ତୁତ କରାଯାଇଛି । ଜିଲ୍ଲା ମେଡିକାଲ କର୍ତ୍ତୃପକ୍ଷଙ୍କ ଅଧୀନରେ ଥିବା ଉତ୍ସର୍ଗୀକୃତ ଡାକ୍ତର / ପାରାମେଡିକାଲ୍ କର୍ମଚାରୀମାନେ ଷ୍ଟେସନ କମ୍ୟୁନିଟି କର୍ମଚାରୀଙ୍କ ସହିତ କୋଭିଡ କେୟାର ସେଣ୍ଟରରେ ୨୪ ଘଣ୍ଟା କାର୍ୟ୍ୟ କରି ଏହାର ସମସ୍ତ ରୋଗୀଙ୍କୁ ପର୍ୟ୍ୟାପ୍ତ ସୁବିଧା ଯୋଗାଇ ଦେବେ ।

କୋଭିଡ-୧୯ ବିରୁଦ୍ଧରେ ଯୁଦ୍ଧ କରିବା ଲାଗି ଭାରତୀୟ ନୌସେନା ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିବାରୁ ଜିଲ୍ଲାପାଳ ତାଙ୍କ ସମ୍ବୋଧନରେ ପ୍ରଶଂସା କରିଥିଲେ । ସେ ଆହୁରି ମଧ୍ୟ ସୂଚନା ଦେଇଥିଲେ ଯେ, ଖୋର୍ଦ୍ଧା ଜିଲ୍ଲା ପାଇଁ ଏହି ସୁବିଧା କେବଳ ସଂକ୍ରମିତ ଲୋକଙ୍କୁ ଉନ୍ନତ ଚିକିତ୍ସା ପ୍ରଦାନ କରିବାରେ ସକ୍ଷମ ହେବ ନାହିଁ, ବରଂ ଭାରତୀୟ ନୌସେନାର ସମର୍ଥନ ମଧ୍ୟ ସେମାନଙ୍କ ଆତ୍ମବିଶ୍ୱାସକୁ ବୃଦ୍ଧି କରିବାରେ ସହାୟକ ହେବ । ଏହା କୋଭିଡ ସଂକ୍ରମିତ ରୋଗୀଙ୍କୁ ସଙ୍କଟକାଳୀନ ସ୍ଥିତିରେ ସାହାଯ୍ୟ ଯୋଗାଇବ।

- Advertisement -

 

Hot this week

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

Related Articles

Popular Categories