www.samajalive.in
Saturday, December 6, 2025
23.1 C
Bhubaneswar

ଦେଶରେ କରୋନା ଜନିତ ମୃତ୍ୟୁହାର ୧.୫୨ ପ୍ରତିଶତକୁ ହ୍ରାସ

ଭାରତରେ ପ୍ରତି ୧୦ ଲକ୍ଷ ଜନସଂଖ୍ୟାରେ ସବୁଠାରୁ କମ୍ କରୋନା ଜନିତ ମୃତ୍ୟୁ ହୋଇଛି। ଶୁକ୍ରବାର ଏହି ସଂଖ୍ୟା ୮୧ ଯେଉଁଟି ଅକ୍ଟୋବର ୨ରୁ ଆଜି ପର୍ଯ୍ୟନ୍ତ ଦେଶରେ ୧୧ଶହରୁ କମ୍ ମୃତ୍ୟୁ ହୋଇଛି। ଏହି ଫଳାଫଳ ମଧ୍ୟରେ ଭଲ ପ୍ରଦର୍ଶନ କରିଥିବା ତଥା ଜାତୀୟ ମୃତ୍ୟୁ ହାର ଠାରୁ କମ୍ ମୃତ୍ୟୁ ଥିବା ୨୨ଟି ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶ ସାମିଲ ରହିଛି। ମୃତ୍ୟୁ ହାର ମଧ୍ୟ ଲଗାତାର ହ୍ରାସ ପାଇବାରେ ଲାଗିଛି। ଏବେ ଏହି ହାର ୧.୫୨ ପ୍ରତିଶତ ରହିଛି ଯାହା ୨୦୨୦ ପରେ ଏହା ସବୁଠାରୁ କମ୍ ରହିଛି ।

କୋଭିଡ ପରିଚାଳନା ଓ ମୁକାବିଲା ନୀତିର ଅଂଶବିଶେଷ ଭାବେ କୋଭିଡ ସଂକ୍ରମଣକୁ ପ୍ରତିହତ କରିବା ସହ ଏଥିଯୋଗୁଁ ହେଉଥିବା ମୃତ୍ୟୁ ସଂଖ୍ୟା ହ୍ରାସ କରିବା ଓ ଗୁରୁତର କୋଭିଡ ରୋଗୀଙ୍କୁ ଗୁଣବତ୍ତାସମ୍ପନ୍ନ ଚିକିତ୍ସା ଉପଲବ୍ଧ କରାଇ ଲୋକଙ୍କ ଜୀବନ ରକ୍ଷା କରିବାକୁ କେନ୍ଦ୍ର ସରକାର ପ୍ରାଥମିକତା ଦେଇଛନ୍ତି। କେନ୍ଦ୍ର ଓ ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶ ସରକାରଙ୍କ ମିଳିତ ପ୍ରୟାସ ଯୋଗୁଁ ସାରା ଦେଶରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ସୁଦୃଢ ହୋଇପାରିଛି। କୋଭିଡ ଡାକ୍ତରଖାନା ଗୁଣବତ୍ତାଯୁକ୍ତ ଡାକ୍ତରୀ ସେବା ପ୍ରଦାନ କରୁଛନ୍ତି। ନୈଦାନିକ ଉପଚାର ପ୍ରୋଟୋକଲରେ କେନ୍ଦ୍ର ସରକାର ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ଫଳରେ ସରକାରୀ ଓ ବେସରକାରୀ ଡାକ୍ତରଖାନାରେ କୋଭିଡ ରୋଗୀଙ୍କୁ ଗୁଣବତ୍ତାସମ୍ପନ୍ନ ଚିକିତ୍ସା ମିଳି ପାରୁଛି।

- Advertisement -

ମୃତ୍ୟୁ ହାର କମାଇବାକୁ ଗୁରୁତର ରୋଗୀଙ୍କ ଚିକିତ୍ସା ପରିଚାଳନାରେ ନିୟୋଜିତ ଆଇସିୟୁ ଡାକ୍ତରମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ଏମ୍ସ, ନୂଆଦିଲ୍ଲୀରେ ଇ-ଆଇସିୟୁ ଉପକ୍ରମ ଆରମ୍ଭ କରାଯାଇଛି। ଏହି ଉପକ୍ରମରେ ବିଶେଷଜ୍ଞମାନେ ସପ୍ତାହକୁ ଦୁଇ ଦିନ ମଙ୍ଗଳବାର ଓ ଶୁକ୍ରବାର ରାଜ୍ୟ ଡାକ୍ତରଖାନାଗୁଡିକର ଆଇସିୟୁ ଡାକ୍ତରମାନଙ୍କ ପାଇଁ ପରାମର୍ଶ ଅଧିବେଶନ ଆୟୋଜନ କରୁଛନ୍ତି।

Hot this week

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

Related Articles

Popular Categories