www.samajalive.in
Saturday, December 6, 2025
14.1 C
Bhubaneswar

ନବରଙ୍ଗପୁର ଜିଲ୍ଲାରେ ଆଜି ସେଞ୍ଚୁରୀ ଛୁଇଁଲା କରୋନା

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ କରୋନା ସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ଆଜି ପୁଣି ଗୋଟିଏ ଦିନରେ ନବରଙ୍ଗପୁର ଜିଲ୍ଲାରେ ୧୦୪ ଜଣ ନୂତନ କରୋନା ଆକ୍ରାନ୍ତ ଚି଼ହ୍ନଟ ହେଇଛି। ନବରଙ୍ଗପୁର ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟକୁ ଲାଗି ରହିଥିବା ବ୍ଲକମାନଙ୍କରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଯୋଗୁଁ ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟିଛି।ନବରଙ୍ଗପୁର ଜିଲ୍ଲାକୁ ଲାଗି ରହିଥିବା ସୀମାନ୍ତ ଛତିଶଗଡ ସୀମାକୁ ପ୍ରଶାସନ ତରଫରୁ ସିଲ କରାଯାଇ ଯାଞ୍ଚ କଡାକଡି କରାଯାଉଥିବା ବେଳେ ମଧ୍ୟ ସୀମାକୁ ଲାଗି ରହିଥିବା ଚନ୍ଦାହାଣ୍ଡି, ରାଇଘର, ଝରୀଗାଁ, ଉମରକୋଟ ଏବଂ କୋଷlଗୁମୁଡା ଅଂଚଳରେ ସଂକ୍ରମିତଙ୍କ ସଂଖ୍ୟା ବଡୁଥିବା ଦେଖାଦେଉଛି। ଏପରି ସ୍ଥଳେ ଜିଲ୍ଲା ପ୍ରଶାସନ ତରଫରୁ ବାରମ୍ବାର ଲୋକଙ୍କୁ ସଚେତନ କରାଇବା ସହ ମାସ୍କ ଏବଂ ସାମାଜିକ ଦୂରତା ଉପରେ ଗୁରୁତ୍ୱ ଦେବାପାଇଁ ଅନୁରୋଧ କରାଯାଇଛି।

ନବରଙ୍ଗପୁର ଜିଲ୍ଲା ପ୍ରଶାସନ ତରଫରୁ ମିଳିଥିବା ସୂଚନା ଅନୁଯାଇ ଆଜି ପର୍ଯ୍ୟନ୍ତ ଜିଲ୍ଲାରେ ୬ ହଜାର ୩୨୯ ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୫ ହଜାର ୮୬୪ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ବର୍ତମାନ ୪୧୯ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୪୦୪ ଜଣ ଏକାନ୍ତଵାସରେ ରହି ଚିକିଶ୍ଚିତ ହେଉଛନ୍ତି। ବର୍ତମାନ ପର୍ଯ୍ୟନ୍ତ ଜିଲ୍ଲାରେ ମୋଟ ୨ ଲକ୍ଷ ୨୩ ହଜାର ୪୮ ଜଣକ ନମୁନା ପରୀକ୍ଷା କରାଯାଇଛି। ଆଜି ୧୦୪ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଚନ୍ଦାହାଣ୍ଡି ବ୍ଲକରୁ ସର୍ବାଧିକ ୨୧ ଜଣ, ଝରୀଗାଁରୁ ୧୮, ରାଇଘରରୁ ୧୭, ଉମରକୋଟ ବ୍ଲକରୁ ୧୩ ଜଣ, ଉମରକୋଟ ମ୍ୟୁନ୍ସିପାଲ୍ଟିରୁ ୫ ଜଣ, ନବରଙ୍ଗପୁର ବ୍ଲକରୁ ୪ ଜଣ, ନବରଙ୍ଗପୁର ମ୍ୟୁନ୍ସିପାଲଟିରୁ ୪ ଜଣ, ଡାବୁଗାଁ ବ୍ଲକରୁ ଜଣେ, ପାପଡାହାଣ୍ଡି ବ୍ଲକରୁ ୧୨ ଜଣ, ତେନ୍ତୁଳୀଖୁଣ୍ଟି ବ୍ଲକରୁ ୨ ଜଣ ଚି଼ହ୍ନଟ ହୋଇଥିବା ସୂଚନା ମିଳିଛି। ଜିଲ୍ଲାରେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ଚି଼ହ୍ନଟ ହେଉଥିବା ବେଳେ ପ୍ରଶାସନ ତରଫରୁ ଯାଞ୍ଚ କଡାକଡି କରିବା ପାଇଁ ନିଷ୍ପତି ନିଆଯାଇଥିବା ଜଣାପଡିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories