www.samajalive.in
Friday, December 5, 2025
17.1 C
Bhubaneswar

ପିପିଲିରେ କରୋନା ଆକ୍ରାନ୍ତ ଚିହ୍ନଟ, ନିଜାମୁଦ୍ଦିନରୁ ଫେରିଥିଲେ

ପୁରୀ/ପିପିଲି: ପୁରୀ ଜିଲାର ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ଘର ପିପିଲି ଅଞ୍ଚଳରେ ବୋଲି ଜଣାପଡ଼ିଛି। ଏହି ବ୍ୟକ୍ତି ଜଣକ ନିକଟରେ ଦିଲ୍ଲୀର ନିଜାମୁଦ୍ଦିନରେ ଥିବା ମରକଜ ଜମାତରୁ ଫେରିଥିଲେ। ନିଜାମୁଦ୍ଦିନ ମରକଜରୁ କରୋନା କରୋନା ଭୂତାଣୁ ଦେଶର ବିଭିନ୍ନ ରାଜ୍ୟକୁ ବ୍ୟାପିବା ପରେ ଓଡ଼ିଶାରେ ମଧ୍ୟ ଖୋଳତାଡ଼ ହୋଇଥିଲା। ପୁରୀ ଜିଲାରୁ ଗତ ଶୁକ୍ରବାର ୧୯ ଜଣଙ୍କ ରକ୍ତ ଏବଂ ସ୍ବାବ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ଭୁବନେଶ୍ବରସ୍ଥିତ ଆରଏମଆରସିକୁ ପଠାଯାଇଥିଲା। ଏହି ୧୯ ଜଣଙ୍କ ମଧ୍ୟରେ ୨ ଜଣ ନିଜାମୁଦ୍ଦିନ ଫେରନ୍ତା ରହିଥିଲେ। ନମୁନାଗୁଡ଼ିକ ମଧ୍ୟରୁ ଜଣେ ବ୍ୟକ୍ତିଙ୍କର ରିପୋର୍ଟ ପଜିଟିଭ ଆସିଥିବା ପୁରୀ ଜିଲା ମୁଖ୍ୟ ଚିକିତ୍ସାଧିକାରୀ  ନୀଳକଣ୍ଠ ମିଶ୍ର ସୂଚନା ଦେଇଛନ୍ତି।

ଅନ୍ୟପଟେ ପିପିଲିର ଦାନଗୋହିରୀ ଗାଁକୁ ପ୍ରଶାସନ ସିଲ୍‌ କରିଦେଇଛି। ସେହି ଗାଁ ଏବଂ ଆଖପାଖ ଅଞ୍ଚଳରେ ସାଇଟାଇଜେଶନ କାମ ଚାଲିଥିବା ପୁରୀ ଜିଲାପାଳ ବଲୱନ୍ତ ସିଂହ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

Related Articles

Popular Categories