www.samajalive.in
Saturday, December 6, 2025
16.1 C
Bhubaneswar

କରୋନା ଆରୋଗ୍ୟ ସଂଖ୍ୟା ଅତିକ୍ରମ କଲା ୬୦ ଲକ୍ଷ ମାଇଲଖୁଣ୍ଟ

କରୋନା ସଂକ୍ରମଣ ମୁକାବିଲା କ୍ଷେତ୍ରରେ ଭାରତ ଆଜି ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି। କରୋନାରେ ଆରୋଗ୍ୟ ଲାଭ କରିଥିବା ଲୋକଙ୍କ ସଂଖ୍ୟା ୬୦ ଲକ୍ଷ ୭୭ ହଜାର ୯୭୬ ଅତିକ୍ରମ କରିଛି। ଦେଶରେ ପ୍ରତ୍ୟେକ ଦିନ ଅଧିକରୁ ଅଧିକ କୋଭିଡ ରୋଗୀ ସୁସ୍ଥ ହେବା ଦ୍ଵାରା ସୁସ୍ଥତା ହାର ବୃଦ୍ଧି ପାଇବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୮୯ ହଜାର ୧୫୪ ଜଣ ସୁସ୍ଥ ହୋଇଛନ୍ତି। ଦେଶବ୍ୟାପୀ ମେଡିକାଲରେ ଆନୁଷଙ୍ଗିକ ବ୍ୟବସ୍ଥାରେ ବିକାଶ, କେନ୍ଦ୍ର ଦ୍ୱାରା ନିର୍ଦ୍ଧାରିତ ଚିକିତ୍ସା ପଦ୍ଧତିକୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ଦ୍ୱାରା ଗ୍ରହଣ, ଡାକ୍ତର, ପାରାମେଡିକ ଏବଂ ସ୍ୱାସ୍ଥ୍ୟ ସେବାର ଆଗୁଆ କର୍ମଚାରୀଙ୍କ ଉତ୍ସର୍ଗୀକୃତ ମନୋଭାବ ଯୋଗୁ ଦୈନିକ ମୃତ୍ୟୁ ସଂଖ୍ୟା ହ୍ରାସ ପାଉଥିବା ବେଳେ ସୁସ୍ଥଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି।

ଅନ୍ୟପକ୍ଷରେ କ୍ରମାଗତ ଆଠ ଦିନ ଧରି ଦେଶରେ ମୃତ୍ୟୁ ସଂଖ୍ୟା ୧ ହଜାରରୁ ତଳେ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ୯୧୮ ଜଣଙ୍କ ମୃତ୍ୟୁ ହୋଇଛି। ଦେଶରେ ମୋଟ କରୋନା ସକ୍ରିୟ ମାମଲା ୮ଲକ୍ଷ ୬୭ହଜାର ୪୯୬ରେ ରହିଛି। ସକ୍ରିୟ ମାମଲା ନିମ୍ନମୁଖୀ ହେବାରେ ଲାଗିଛି ଏବଂ ଗତ ୩ ଦିନ ଧରି ଏହା ୮ ଲକ୍ଷରୁ ତଳେ ରହିପାରିଛି। ଜାତୀୟ ସୁସ୍ଥ ହାର ୮୬.୧୭%କୁ ବୃଦ୍ଧି ପାଇଛି। ଦୈନିକ ସୁସ୍ଥଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଥିବାରୁ ସର୍ବାଧିକ ସୁସ୍ଥ କ୍ଷେତ୍ରରେ ବିଶ୍ୱସ୍ତରରେ ଭାରତ ତାର ସ୍ଥାନ ବଜାୟ ରଖିପାରିଛି। ଯେଉଁ ୫ଟି ରାଜ୍ୟରେ ସର୍ବାଧିକ ସକ୍ରିୟ ମାମଲା ଅର୍ଥାତ ମୋଟ ସକ୍ରିୟ ମାମଲାର ୬୧% ରହିଛି ସେଠାରେ ଅଧାରୁ ଅଧିକ ଅର୍ଥାତ ୫୪.୩% ସୁସ୍ଥ ହୋଇଛନ୍ତି।

- Advertisement -

ନୂତନ ସୁସ୍ଥଙ୍କ ମଧ୍ୟରୁ ୮୦% ୧୦ଟି ରାଜ୍ୟ ମହାରାଷ୍ଟ୍ର, କର୍ଣ୍ଣାଟକ, କେରଳ, ଆନ୍ଧ୍ର ପ୍ରଦେଶ, ତାମିଲନାଡ଼ୁ, ଉତ୍ତରପ୍ରଦେଶ, ଓଡ଼ିଶା, ପଶ୍ଚିମବଙ୍ଗ, ଦିଲ୍ଲୀ ଏବଂ ଛତିଶଗଡ଼ରୁ ରେକର୍ଡ କରାଯାଇଛି। ମହାରାଷ୍ଟ୍ରରେ ସର୍ବାଧିକ ୨୬ ହଜାରରୁ ଅଧିକ ସୁସ୍ଥ ହୋଇଛନ୍ତି। ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୭୪ ହଜାର ୩୮୩ଟି ନୂଆ ପଜିଟିଭ୍ ମାମଲା ଚିହ୍ନଟ ହୋଇଛି। ନୂଆ ମାମଲାରୁ ୮୦% ୧୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଛି। କେରଳରେ ସର୍ବାଧିକ ନୂଆ ମାମଲା ଆସିଛି। ଏହା ପଛକୁ ମହାରାଷ୍ଟ୍ର ରହିଛି। ଉଭୟ ରାଜ୍ୟରୁ ୧୧ ହଜାରରୁ ଅଧିକ ନୂଆ ମାମଲା ଆସିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୯୧୮ ଜଣଙ୍କ ମୃତ୍ୟୁ ହୋଇଛି। ତନ୍ମଧ୍ୟରୁ ୮୪% ୧୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଛି। ୩୦୮ ମୃତ୍ୟୁ ସହ ମହାରାଷ୍ଟ୍ରରେ ମୋଟ ମୃତ୍ୟୁର ୩୩% ରହିଛି। ଏହା ପଛକୁ କର୍ଣ୍ଣାଟକରେ ୧୦୨ଟି ମୃତ୍ୟୁ ହୋଇଛି।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories