www.samajalive.in
Saturday, December 6, 2025
26.1 C
Bhubaneswar

ଦେଶରେ କରୋନା ଆରୋଗ୍ୟ ସଂଖ୍ୟା ୫୦ ଲକ୍ଷ ଟପିଲା

ଦେଶରେ କରୋନା ଆରୋଗ୍ୟ ସଂଖ୍ୟା ୫୦ ଲକ୍ଷ ଅତିକ୍ରମ କରିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ, ମାତ୍ର ୧୧ ଦିନ ଭିତରେ ୧୦ ଲକ୍ଷ ସଂକ୍ରମିତ ବ୍ୟକ୍ତି ଆରୋଗ୍ୟ ଲାଭ କରିଛନ୍ତି। ଭାରତରେ ପ୍ରତିଦିନ ୯୦ ହଜାରରୁ ଅଧିକ ଲୋକ କରୋନାରୁ ଆରୋଗ୍ୟ ଲାଭ କରୁଛନ୍ତି। ଆରୋଗ୍ୟ ଲୋକମାନଙ୍କ ସଂଖ୍ୟା ଚିକିତ୍ସତ ହେଉଥିବା ସଂକ୍ରମିତମାନଙ୍କ ସଂଖ୍ୟାର ୫ ଗୁଣରୁ ଅଧିକ ରହିଛି।

ଦେଶରେ ଉତ୍ତମ ସ୍ୱାସ୍ଥ୍ୟ ମୌଳିକ ଢ଼ାଞ୍ଚାର ବିକାଶ ଦ୍ୱାରା ଏହା ସମ୍ଭବ ହୋଇଥିବା ମନ୍ତ୍ରଣାଳୟ କହିଛି। ଏଥିପାଇଁ ଚିକିତ୍ସା ପଦ୍ଧତି, ଡାକ୍ତର ଓ ଚିକିତ୍ସା ସହାୟକମାନଙ୍କର ଉତ୍ସର୍ଗୀକୃତ ସେବା ପ୍ରଶଂସନୀୟ। ଏଥିସହିତ ଦେଶରେ କରୋନା ଆରୋଗ୍ୟ ହାର ୮୨.୫୮ ପ୍ରତିଶତକୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ଭିତରେ ୭୪ ହଜାରରୁ ଅଧିକ ସଂକ୍ରମିତ ବ୍ୟକ୍ତି ଆରୋଗ୍ୟ ଲାଭ କରିଛନ୍ତି। ମୋଟ୍‍ ଆରୋଗ୍ୟ ଲୋକଙ୍କ ସଂଖ୍ୟା ୫୦ ଲକ୍ଷ ୧୬ ହଜାରରେ ପହଞ୍ଚିଛି। ଆରୋଗ୍ୟ ହାର ବୃଦ୍ଧି ପାଇବା ସହିତ ଦେଶରେ ଚିକିତ୍ସିତ ହେଉଥିବା ସଂକ୍ରମିତମାନଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି ଓ ଏହା ବର୍ତ୍ତମାନ ମୋଟ୍‍ ସଂକ୍ରମଣର ଶତକଡ଼ା ୧୫.୮୫ ପ୍ରତିଶତ ରହିଛି।

- Advertisement -

ଭାରତରେ ଗୋଟିଏ ଦିନ ଭିତରେ ଆଉ ୮୨ ହଜାର ୧୭୦ ଜଣ ନୂଆ ଲୋକ ଭୂତାଣୁରେ ସଂକ୍ରମିତ ହେବା ସହ ଏପର୍ଯ୍ୟନ୍ତ ମୋଟ୍‍ ସଂକ୍ରମିତଙ୍କ ସଂଖ୍ୟା ୬୦ଲକ୍ଷକୁ ଅତିକ୍ରମ କରିଯାଇଛି। ଦେଶରେ ବର୍ତ୍ତମାନ ଚିକିତ୍ସିତ ହେଉଥିବା ସଂକ୍ରମିତମାନଙ୍କ ସଂଖ୍ୟା ୯ଲକ୍ଷ ୬୨ ହଜାର ରହିଛି। ଦେଶରେ ଆରୋଗ୍ୟ ହାର ବୃଦ୍ଧି ପାଇବା ସହ ମୃତ୍ୟୁହାର ହ୍ରାସ ପାଇବାରେ ଲାଗିଛି। ଦେଶରେ କରୋନା ମୃତ୍ୟୁହାର ୧.୫୭ ପ୍ରତିଶତ ରହିଛି, ଯାହା ବିଶ୍ୱର ଅଧିକାଂଶ ଦେଶଗୁଡ଼ିକ ତୁଳନାରେ ଯଥେଷ୍ଟ କମ୍‍।

ଗତ ୨୪ ଘଣ୍ଟା ଭିତରେ ଆଉ ୧ ହଜାର ୩୯ ଜଣ ମୃତ୍ୟୁବରଣ କରିବାରୁ ମୃତ୍ୟୁ ସଂଖ୍ୟା ୯୫ ହଜାର ୫୪୨ରେ ପହଞ୍ଚିଛି। ଗତ ୨୪ ଘଣ୍ଟା ଭିତରେ ୭ଲକ୍ଷ ୯୦ ହଜାର ନମୁନା ପରୀକ୍ଷା କରାଯାଇଥିବାର ଆଇସିଏମଆର ଜଣାଇଛି। ଏଥି ସହିତ ଏପର୍ଯ୍ୟନ୍ତ ମୋଟ୍‍ ୭ କୋଟି ୧୯ ଲକ୍ଷ ନମୁନା ପରୀକ୍ଷା କରାଯାଇ ସାରିଲାଣି।

Hot this week

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

Related Articles

Popular Categories