www.samajalive.in
Sunday, December 7, 2025
26.1 C
Bhubaneswar

କରୋନା ସଂକ୍ରମଣ ଭୟରେ ପାଖ ମାଡିଲେନି କେହି, ଟ୍ରାକ୍ଟରରେ ଶବ ଉଠାଇଲେ ସରପଞ୍ଚଙ୍କ ସ୍ୱାମୀ, ମୃତ ଯୁବତୀଙ୍କ ଦିଅର ଓ ଭିଣୋଇ

ଦେବଗଡ: କରୋନା ସଂକ୍ରମଣ ଭୟରେ କେହି ଛୁଇଁଲେନି ଯୁବତୀଙ୍କ ଶବ। ଶେଷରେ ସରପଞ୍ଚଙ୍କ ସ୍ୱାମୀ, ଦିଅର ଓ ମୃତ ଯୁବତୀଙ୍କ ଭିଣୋଇଙ୍କ ସହାୟତାରେ ଟ୍ରାକ୍ଟର ଟ୍ରଲିରେ ବୁହାହୋଇ ମଶାଣିରେ ପହଞ୍ଚିବା ପରେ ପୋତି ଦିଆଗଲା ମୃତଦେହ। ଏଭଳି ଘଟଣା ଦେଖିବାକୁ ମିଳିଛି ବାରକୋଟ ବ୍ଲକ ରାଇତାବାହାଳ ଗ୍ରାମ ପଂଚାୟତର ଗରଗଡବାହାଳ ଗ୍ରାମରେ।

ମିଳିଥିବା ସୂଚନା ଅନୁଯାୟୀ, ଗରଗଡବାହାଳ ଗ୍ରାମର କୁମୁଦ ଚନ୍ଦ୍ର ପ୍ରଧାନ, ତାଙ୍କ ସ୍ତ୍ରୀ ରେଖେଇ, ପୁଅ ରିଙ୍କୁ ଓ ଅବିବାହିତା ଝିଅ ପଂଚାନିନୀ(୩୨) ଅସୁସ୍ଥ ହୋଇ ଘରେ ଚିକିତ୍ସାଧିନ ଥିବା ବେଳେ ଆଜି ପୂର୍ବାହ୍ନ ପ୍ରାୟ ୯ ଟା ସମୟରେ ପଂଚାନିନିଙ୍କର ମୃତ୍ୟୁ ଘଟିଥିଲା। ତେବେ କରୋନା ଭୟରେ ଗ୍ରାମବାସୀ ଶବ ଛୁଇଁବା ଦୂରର କଥା ମୃତଦେହର ପାଖ ମଧ୍ୟ ମାଡିନଥିଲେ। ଫଳରେ ଶବ ସଂସ୍କାର ନେଇ ପରିବାର ଲୋକେ ଚିନ୍ତିତ ହୋଇପଡିଥିଲେ। ସୂଚନା ପାଇ ରାଇତାବାହାଳ ଗ୍ରାମ ପଂଚାୟତର ସରପଂଚ ଧରିତ୍ରୀ ବେହେରାଙ୍କ ସ୍ୱାମୀ ତ୍ରିନାଥ ବେହେରା ମୃତଦେହ ନିକଟକୁ ଆସିବାସହ ଆବଶ୍ୟକ ସହାୟତା ନିମନ୍ତେ ବାରକୋଟ ବ୍ଲକର ବିଡିଓ ଟୁନୁ ମେହେରଙ୍କୁ ଜଣାଇଥିଲେ।ସୂଚନା ପାଇ ବିଡିଓ ଶ୍ରୀ ମେହେର ସେଠାକୁ ଏକ ଗାଡି ସହ ୪ଟି ପିପିଇ କିଟ୍ ପଠାଇଥିଲେ। ମାତ୍ର ଶବ ଛୁଇଁବାକୁ ଗାଁ ଲୋକେ ରାଜି ନହେବାରୁ ଗାଡି ଚାଳକ ସେଠାରେ ପିପିଇ କିଟ୍ ଗୁଡିକ ଛାଡିଦେଇ ଫେରିଆସିଥିଲେ।

- Advertisement -

ଅନ୍ୟପକ୍ଷରେ ଅସୁସ୍ଥତା କାରଣରୁ ଯୁବତୀଙ୍କ ଭାଇ ଓ ବାପା ଶଯ୍ୟାରୁ ଉଠି ପାରୁ ନ ଥିବାରୁ ଉକ୍ତ ଗ୍ରାମର ସାହସୀ ଯୁବକ ରାକେଶ ବେହେରା, ସରପଞ୍ଚଙ୍କ ସ୍ୱାମୀ ତ୍ରିନାଥ ବେହେରା, ସରପଂଚଙ୍କ ଦିଅର(ତ୍ରିନାଥଙ୍କ ଭାଇ) ତ୍ରିବେଣୀ ବେହେରା ଓ ମୃତା ଯୁବତୀଙ୍କ ଭିଣୋଇ ଅନୁଗୁଳ ଜିଲା ସିଆରମାଳିଆ ଗ୍ରାମର ମଲିଆ ସାହୁ ମନର ସାହସ ବାନ୍ଧି ପିପିଇ କିଟ୍ ପରିଧାନ କରିବାସହ ଯୁବତୀଙ୍କ ମୃତଦେହକୁ ଉଠାଇ ସରପଞ୍ଚଙ୍କ ଟ୍ରାକ୍ଟର ଯୋଗେ ଶ୍ମସାନକୁ ନେଇଥିଲେ। ତେବେ କରୋନା ସଂକ୍ରମଣ ଭୟରେ ଶବର ପାଖ ମାଡିନଥିବା ଗ୍ରାମବାସୀ ମାନେ ଶବ ପୋତିବା ନିମନ୍ତେ ଶ୍ମଶାନରେ ଗାତ ଖୋଳିଥିଲେ ଓ ସେଥିରେ ଯୁବତୀଙ୍କ ମୃତଦେହ ପୋତାଯାଇଥିଲା। ସରପଞ୍ଚଙ୍କ ସ୍ୱାମୀ, ଦିଅର,ଏଥିରେ ସହାୟତା କରିଥିବା ଯୁବକ ଓ ଯୁବତୀଙ୍କ ଭିଣୋଇଙ୍କର ଏଭଳୀ ସେବା ମନୋଭାବକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories