www.samajalive.in
Saturday, December 6, 2025
14.1 C
Bhubaneswar

୧୯୫ ଦେଶରେ କରୋନା: ଇଟାଲୀରେ ଭୟଙ୍କର ସ୍ଥିତି, ଗଲାଣି ୬୦୭୭ ଜୀବନ

ନୂଆଦିଲ୍ଲୀ: କରୋନା ଭୂତାଣୁ ବିଶ୍ଵର ୧୯୫ ଦେଶକୁ ବ୍ୟାପିଛି। ତେବେ ସବୁଠୁ ଭୟଙ୍କର ସ୍ଥିତିର ସମ୍ମୁଖୀନ ହୋଇଛି ଇଟାଲୀ। ଏଠାରେ ବର୍ତ୍ତମାନ ସୁଦ୍ଧା ୬ ହଜାର ୭୭ ଜଣଙ୍କ ମୃତ୍ୟୁ ଘଟିସାରିଲାଣି। ଗତ ୨୪ ଘଣ୍ଟା ଭିତରେ ଦେଶରେ ୬୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ଏହା ସହିତ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୬୫ ହଜାରରୁ ଅଧିକ ରହିଛି। ଦେଶରେ ଲୋକଙ୍କ ଭିତରେ କୋକୁଆ ଭୟ ସୃଷ୍ଟି ହୋଇଛି।

ସାରା ବିଶ୍ଵରେ ୩ ଲକ୍ଷ ୮୧ ହଜାରରୁ ଅଧିକ ଲୋକ କରୋନା ଦ୍ବାରା ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧ ଲକ୍ଷ ୨୪ ହଜାର ଚିକିତ୍ସା ପରେ ସୁସ୍ଥ ହୋଇଛନ୍ତି। ଅଢ଼େଇ ଲକ୍ଷରୁ ଅଧିକ ଏବେ ଚିକିତ୍ସାଧୀନ ଅଛନ୍ତି। ୧୧ ହଜାର ଆକ୍ରାନ୍ତଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ସୂଚନା ମିଳିଛି। ବିଶ୍ଵବ୍ୟାପୀ ମୃତ୍ୟୁ ସଂଖ୍ୟା ୧୬ ହଜାର ୫୭୨କୁ ବୃଦ୍ଧି ପାଇଛି।

- Advertisement -

ଦକ୍ଷିଣ କୋରିଆରେ ଆଉ ୯ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବାବେଳେ ମୃତ୍ୟୁ ସଂଖ୍ୟା ୧୨୦ରେ ପହଞ୍ଚିଛି। ସେହିପରି ଆକ୍ରାନ୍ତ ସଂଖ୍ୟା ୯ ହଜାର ୩୭ ଛୁଇଁଛି। ଏହାବ୍ୟତୀତ ଫ୍ରାନ୍ସରେ ଗତ ୨୪ ଘଣ୍ଟା ମଧ୍ୟରେ ୧୮୬ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ମୋଟ ମୃତ୍ୟୁ ସଂଖ୍ୟା ୮୫୬ ହୋଇଛି। ୮୬୭୫ ଜଣ ଚିକିତ୍ସାଧୀନ ଅଛନ୍ତି। ଆମେରିକାରେ ଗତ ୨୪ ଘଣ୍ଟା ଭିତରେ ୧୩୦ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ୧୦ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ଆମେରିକାରେ ଆକ୍ରାନ୍ତଙ୍କ ସଂଖ୍ୟା ୪୬ ହଜାର ୧୪୫ରେ ପହଞ୍ଚିଛି। ସେହିପରି ମୃତ୍ୟୁ ସଂଖ୍ୟା ୫୮୨ ହୋଇଛି। ବ୍ରିଟେନରେ କରୋନା ମୃତ୍ୟୁ ସଂଖ୍ୟା ୩୩୫ରେ ପହଞ୍ଚିଥିବାବେଳେ ସରକାର ଏକ ମାସ ପାଇଁ ଦେଶକୁ ଲକ୍‌ଡାଉନ କରିଛନ୍ତି। ଇରାନରେ ୧୮୧୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୨୩ ହଜାରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories