www.samajalive.in
Saturday, December 6, 2025
16.1 C
Bhubaneswar

ଲେଉଟିଲା କରୋନା, ବଜାର ବୁଲି ଲୋକଙ୍କୁ ସଚେତନ କଲେ ଯୁବ ଆଇଏଏସ ଅଧିକାରୀ

ଗୁଣୁପୁର: ସମଗ୍ର ଦେଶରେ କରୋନାର ଦ୍ଵିତୀୟ ଲହର ନିଜ କାୟା ବିସ୍ତାର କରି ଚାଲିଛି । ଓଡ଼ିଶାରେ ମଧ୍ୟ ଧୀରେ ଧୀରେ ସଂକ୍ରମଣ ବୃଦ୍ଧି ପାଉଛି । ସରକାର ଯେତେ କଟକଣା ଜାରି କଲେ ମଧ୍ୟ ଲୋକେ ମାନିବାକୁ ନାରାଜ । ବଜାର ଘାଟରେ ପ୍ରବଳ ଜନଗହଳି ସହ ବିନା ମାସ୍କରେ ଲୋକେ ବୁଲୁଥିବା ଦେଖିବାକୁ ମିଳୁଛି । ଗତ ୨୪ ଘଣ୍ଟାରେ ରାୟଗଡା ଜିଲ୍ଲାରେ ୧୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ମଝି ଘରିଆଣିଙ୍କ ମନ୍ଦିର ସପ୍ତାହରେ ୩ ଦିନ ବନ୍ଦ ରଖିବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି ।ଆଜି ଗୁଣୁପୁର ଉପଜିଲ୍ଲାପାଳ ଜେ ସୋନାଲ, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ରାଜକିଶୋର ଦାସ, ରାଜସ୍ବ ବିଭାଗର ଏକ ଟିମ ଅଚାନକ ଗୁଣୁପୁର ବଜାର ସମେତ ବିଭିନ୍ନ ବ୍ୟାଙ୍କ, ବସ ଷ୍ଟାଣ୍ଡକୁ ଯାଇ ଲୋକଙ୍କୁ ମାସ୍କ ବ୍ୟବହାର, ସାମାଜିକ ଦୂରତା, ସତର୍କ ରହିବାକୁ ପରାମର୍ଶ ଦେଇଥିଲେ । ଆଜି ସଚେତନ କରାଯାଇଛି, ଆଗାମୀ ଦିନରେ ଲୋକେ ନିୟମ ନ ମାନିଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories