www.samajalive.in
Saturday, December 6, 2025
23.1 C
Bhubaneswar

ଇସ୍ତଫା ଦେଲେ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ

ମୁମ୍ବଇ: ମୁମ୍ବଇର ପୂର୍ବତନ ପୁଲିସ କମିଶନର ପରମବୀର ସିଂହଙ୍କ ଅଭିଯୋଗ ଉପରେ ବମ୍ବେ ହାଇକୋର୍ଟ ସୋମବାର ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ବିରୋଧରେ ସିବିସିଆଇ ତଦନ୍ତ ପାଇଁ ନିର୍ଦେଶ ଦେବା ପରେ ସେ ତୁରନ୍ତ ଇସ୍ତଫା ଦେଇଛନ୍ତି। ହାଇକୋର୍ଟଙ୍କ ନିର୍ଦେଶ ଆସିବାର କିଛି କ୍ଷଣ ମଧ୍ୟରେ ଦେଶମୁଖ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି।

ସୂଚନାଯୋଗ୍ୟ, ଆଣ୍ଟିଲିଆ ମାମଲାରେ ଗିରଫ ହୋଇଥିବା ପୁଲିସ ଅଧିକାରୀ ସଚିନ ୱାଜେଙ୍କୁ ଗୃହମନ୍ତ୍ରୀ ଅନିଲ ଦେଶମୁଖ ମାସିକ ୧୦୦ କୋଟି ଟଙ୍କା ବଟି ଆଦାୟ କରିବାକୁ କହିଥିବା ନେଇ ପୂର୍ବତନ ପୁଲିସ କମିଶନର ପରମବୀର ସିଂହ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଚିଠି ଲେଖି ଅଭିଯୋଗ କରିଥିଲେ। ଏହା ପରେ ତାଙ୍କୁ ପୁଲିସ କମିଶନର ପଦବୀରୁ ହଟାଇ ଦିଆଯାଇ ଅନ୍ୟତ୍ର ବଦଳି କରାଯାଇଥିଲା। ଏ ସମ୍ପର୍କରେ ପରମବୀର ସିଂହ ସୁପ୍ରିମକୋର୍ଟରେ ପିଟିଶନ ଦାଖଲ କରି ତାଙ୍କ ସମସ୍ତ ଅଭିଯୋଗର ସିବିଆଇ ତଦନ୍ତ କରାଇବାକୁ ନିର୍ଦେଶ ଦେଇଥିଲେ।

- Advertisement -

କିନ୍ତୁ ସୁପ୍ରିମକୋର୍ଟ ତାଙ୍କ ପିଟିଶନର ଶୁଣାଣି କରିବାକୁ ମନା କରିଦେବା ସହିତ ପ୍ରଥମେ ହାଇକୋର୍ଟରେ ମାମଲା ଦାୟର କରିବାକୁ ନିର୍ଦେଶ ଦେଇଥିଲେ। ତଦନୁଯାୟୀ ପରମବୀର ସିଂହ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ହାଇକୋର୍ଟ ଏହି ଅଭିଯୋଗର ପ୍ରାଥମିକ ଏବଂ ନିରପେକ୍ଷ ତଦନ୍ତ ପାଇଁ ସିବିଆଇକୁ ନିର୍ଦେଶ ଦେଇଥିଲେ।

Hot this week

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

Related Articles

Popular Categories